ରାଜଧାନୀରେ ଯୁବ କଂଗ୍ରେସ କର୍ମୀ ଓ ପୋଲିସ ଧସ୍ତାଧସ୍ତି

ଭୁବନେଶ୍ୱର: ରାଜଧାନୀରେ ଯୁବ କଂଗ୍ରେସ କର୍ମୀ ଓ ପୋଲିସ ଧସ୍ତାଧସ୍ତି । ବିଧାନସଭା ଘେରାଉ ପାଇଁ ଯିବା ସମୟରେ ପୋଲିସ କଂଗ୍ରେସ କର୍ମୀଙ୍କୁ ଅଟକାଇ ଥିଲେ | ତେବେ ଏହି ସମୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ସୂଚନା ଅନୁଯାୟୀ, ଗୁରୁବାର ରାଜ୍ୟ ଯୁବ କଂଗ୍ରେସ ପକ୍ଷରୁ ଆକ୍ରୋଶ ରାଲି ହୋଇଥିଲା । ରାଲିରେ କଂଗ୍ରେସ କର୍ମୀମାନେ ବେକାରୀ ଓ ତୈଳ ଦର ବୃଦ୍ଧିକୁ ନେଇ ପ୍ରତିବାଦ କରିଥିଲେ । ଏହାପରେ ସେମାନେ ବିଧାନସଭା ଅଭିମୁଖେ ଯିବା ପାଇଁ ବାହାରିଥିଲେ । ତେବେ ବିଧାନସଭା ଘେରାଉ ପାଇଁ ଯିବା ସମୟରେ ପୋଲିସ କର୍ମୀମାନେ ସେମାନଙ୍କୁ ଲୋୟର ପିଏମଜିରେ ଅଟକାଇଥିଲା ।ତେବେ ଘଟଣା ସ୍ଥଳରେ କଂଗ୍ରେସ କର୍ମୀ ବ୍ୟାରିକେଡ୍ ଭାଙ୍ଗି ବିଧାନସଭା ଆଡକୁ ଯିବାକୁ ଉଦ୍ୟମ କରିଥିଲେ । ଫଳରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ ।ତେବେ ଆଜିର ରାଜ୍ୟ ଯୁବ କଂଗ୍ରେସର ଆକ୍ରୋଶ ସମାବେଶରେ ଜାତୀୟ ସଭାପତି ବିଭି ଶ୍ରୀନିବାସ ଯୋଗ ଦେଇଥିଲେ । ସେ ଦେଶ ଓ ରାଜ୍ୟର ବେକାରୀ ସମସ୍ୟାକୁ ନେଇ ଟାର୍ଗେଟ୍ କରିଥିଲେ। ଏହାସହ ଦରଦାମ ବୃଦ୍ଧିକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଛନ୍ତି ।

Share

Leave a Reply

Your email address will not be published. Required fields are marked *

four + 13 =