ପରିବା ବଜାରରେ ମହଙ୍ଗା ମାଡ଼

ଭୁବନେଶ୍ୱର: କାର୍ତ୍ତିକ ଆରମ୍ଭରୁ ପରିବା ଦର ଆକାଶଛୁଆଁ ହୋଇଛି । ସବୁ ପରିବାର ଦର ଏବେ ବଢ଼ିବାରେ ଲାଗିଛି । ଯାହାକି ସିଧାସଳଖ ଭାବେ ଗ୍ରାହାକଙ୍କୁ ବାଧୁଛି । ଆଗରୁ ୩୦୦ ଟଙ୍କାରେ ବ୍ୟାଗ ଫୁଲ ହେଉଥିବାବେଳେ ଏବେ ୫୦୦ଟଙ୍କା ବି ଅଣ୍ଟୁନି । ବାଇଗଣ କିଲୋପିଛା ୬୦ ଟଙ୍କା ହୋଇଥିବା ବେଳେ ଟମାଟୋ ୫୦, ବିନ୍ସ ୧୦୦ ଟପିଛି। ସେହିପରି ନିତ୍ୟ ଅପରିହାର୍ୟ୍ୟ ଆଳୁ କିଲୋ ପ୍ରତି ୨୫ ଟଙ୍କାରେ ପହଞ୍ଚିଛି। ପିଆଜ ୪୦, ଭେଣ୍ଡି ୪୦, ପୋଟଳ ୬୦ କୁନ୍ଦୁରି ୪୦ ଏବଂ ସଜନା କିଲୋ ପିଛା ୮୦ରୁ ୧୦୦ଟଙ୍କାରେ ବିକ୍ରି କରୁଛନ୍ତି ପରିବା ବେପାରୀ।
କାର୍ତ୍ତିକ ମାସ ଆରମ୍ଭରୁ ସହରରେ ପନିପରିବା ଦର ବୃଦ୍ଧି ଦେଖି ଗରିବ ଜନସାଧାରଣ ଚିନ୍ତାରେ ପଡ଼ିଛନ୍ତି। ବଡ଼ ବଜାର ପରିବା ବ୍ୟବସାୟୀ ବଳିଆ ପଲାଇ କୁହନ୍ତି, ଗୋଦାମରେ ବିଭିନ୍ନ ପରିବା ଦର ବଢ଼ିଛି। ସେହି ଦରକୁ ନେଇ ଆମେ ବିକ୍ରି କରୁଛୁ। ଖୁବ୍ଶୀଘ୍ର ଦର ହ୍ରାସ ପାଇବ ବୋଲି ସେ ଆଶା କରିଛନ୍ତି।

Share

Leave a Reply

Your email address will not be published. Required fields are marked *

one × 3 =