ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ

ଭୁବନେଶ୍ୱର: ସରିଛି ବର୍ଷା । ଆରମ୍ଭ ହେଉଛି ଶୀତ । ରାଜ୍ୟରେ ଆରମ୍ଭ ହୋଇଛି ଶୀତ ଋତୁ । ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଚଳିତ ବର୍ଷ ପହିଲିଶୀତ ଅନୁଭୂତ ହୋଇଛି। ଅଞ୍ଚଳରେ ସର୍ବନିମ୍ନ ତାପମାତ୍ର ୧୧ ଡିଗ୍ରୀ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗୋଟିଏ ଦିନରେ ୫ଡିଗ୍ରୀ ପାରଦ ଖସି ୧୬ରୁ ୧୧ଡିଗ୍ରୀରେ ପହଞ୍ଚିଥିବା ଜଣାପଡ଼ିଛି। ହଠାତ ଶୀତ ଆସିଥିବାରୁ ପର୍ୟ୍ୟଟକଙ୍କ ମଧ୍ୟରେ ଖୁସି ପରିଲକ୍ଷିତ ହୋଇଛି। ସେହିପରି ସକାଳ ଭ୍ରମଣ କରୁଥିବା ଲୋକେ ଶୀତ ଯୋଗୁ ବିଳମ୍ବରେ ଯାତ୍ରା କରୁଥିବା ଜଣାପଡ଼ିଛି। କିଛିଦିନ ହେଲା ପାଗ ଶୁଖିଲା ରହିବା ସହ ବିଳମ୍ବିତ ରାତି ଠାରୁ ସକାଳ ୮ଟା ପର୍ୟ୍ୟନ୍ତ ଘନ କୁହୁଡ଼ି ଆଚ୍ଛାଦିତ ହୋଇ ରହୁଛ। ଫଳରେ ଗାଡ଼ିମୋଟର ଯାତାୟାତରେ ମଧ୍ୟ ବହୁ ସମସ୍ୟା ଦେଖାଯାଇଛି। ହଠାତ୍ ୫ ଡିଗ୍ରୀ ତାପମାତ୍ର ହ୍ରାସ କାରଣରୁ ଲୋକେ ହଇରାଣ ହୋଇଥିବା ମଧ୍ୟ ଜଣାପଡ଼ିଛି।

ଶୀତ କାରଣରୁ ଲୋକେ କାମଧନ୍ଦା ଯିବା ଏବେ ଚିନ୍ତାର କାରଣ ହୋଇଛି। ସେପଟେ ଦଶହରା ଛୁଟି ଠାରୁ ଦାରିଙ୍ଗବାଡ଼ିରେ ପର୍ୟ୍ୟଟକଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଥିବା ବେଳେ ହୋଟେଲ, ରିସର୍ଟଗୁଡ଼ିକରେ ପର୍ୟ୍ୟଟକ ରାତ୍ରୀଯାପନ କରି ଶୀତର ମଜା ନେଉଛନ୍ତି। ଦିନ ତମାମ୍ ଦାରିଙ୍ଗବାଡ଼ିର ପର୍ୟ୍ୟଟନ କେନ୍ଦ୍ର ହିଲ୍ଭିୟୁ ଠାରୁ ଆରମ୍ଭ କରି ନେଚରପାର୍କ, ମିଡ଼ିୟୁବାନ୍ଦା ଓ୍ବାଟରଫଲ, କିରିକୁଟି ଲଭର୍ସପଏଣ୍ଟ ଆଦିରେ ଭିଡ଼ ଦେଖିବାକୁ ମିଳିଛି। ଶୀତ ରାତି ଏବଂ ଭୋର୍ ସମୟରେ ଅଧିକ ହେଉଛି।

Share

Leave a Reply

Your email address will not be published. Required fields are marked *

5 × 3 =