ଆମେରିକା ରାଷ୍ଟ୍ରପତିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ନ୍ୟୁୟର୍କ()  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ । ଏହି ଅଭିଯୋଗ କରିଛନ୍ତି ଲେଖିକା ଇ. ଜନ୍ କାରୋଲ। ଏହି ଘଟଣା ପ୍ରାୟ ୨୦ ବର୍ଷ ତଳର ।

କାରୋଲ କହିଛନ୍ତି ଯେ, ୧୯୯୫ର ଶେଷଭାଗ ଓ ୧୯୯୬ ପ୍ରାରମ୍ଭରେ ଏହି ଅଘଟଣ ତାଙ୍କ ଜୀବନରେ ଘଟିଥିଲା । ସେତେବେଳେ ରିୟଲ ଇଷ୍ଟେଟ୍ ବ୍ୟବସାୟରେ ଥିବା ଡୋନାଲ୍ଡ ଟ୍ରମ୍ପ ତାଙ୍କୁ ମ୍ୟାନହଟନ ଡିପାର୍ଟମେଂଟ ଷ୍ଟୋରରେ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ ।ଏକ ଡ୍ରେସିଂ ରୁମରେ ତାଙ୍କୁ ଧର୍ଷଣ କରିଥିଲେ ଟ୍ରମ୍ପ ।

ତେବେ ଏଭଳି ଅଭିଯୋଗକୁ ସଂପୂର୍ଣ୍ଣ ଭିତିହୀନ ବୋଲି କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଏପରିକି ସେ ମହିଳାଙ୍କୁ ଜାଣିନଥିବା ସ୍ପଷ୍ଟ କରିଛନ୍ତି । ମହିଳା ଜଣକ ନିକଟରେ ନିଜ ପ୍ରକାଶିତ ବହି ବିକ୍ରି କରିବା ଉଦ୍ଦେଶ୍ୟରେ ଏଭଳି ମିଛ ଅଭିଯୋଗର ସାହାରା ନେଉଥିବା ପାଲଟା ଅଭିଯୋଗ କରିଛନ୍ତି ଟ୍ରମ୍ପ ।

Share

Leave a Reply

Your email address will not be published. Required fields are marked *

two + 14 =