ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଭୋଟ ଦେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ

ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ନିଷ୍ପତ୍ତିକୁ ଉପେକ୍ଷା କରି ଏନଡିଏ ପ୍ରାର୍ଥୀ ଦ୍ରୈ।ପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ସେ କହିଛନ୍ତି ଯେ, ପାର୍ଟି ନୁହେଁ, ମାଟି ବଡ଼ । ତେଣୁ ସେ ନିଜ ବିବେକ ଅନୁସାରେ ଭୋଟ ଦେଇଛନ୍ତି ବୋଲି ମୋକିମ କହିଛନ୍ତି। ରାଜ୍ୟ କଂଗ୍ରେସ ଦ୍ରୈ।ପଦୀଙ୍କ ପରିବର୍ତ୍ତେ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବା ପାଇଁ ନିଷ୍ପତ୍ତି ନେଇଥିଲା।

ମୁର୍ମୁଙ୍କୁ ଭୋଟ ଦେଇଥିବାରୁ କୌଣସି ପଶ୍ଚାତାପ ନାହିଁ। ବରଂ ଜଣେ ଓଡ଼ିଆ ମହିଳା ଛିଡ଼ା ହୋଇଥିବାରୁ ନିଜ ମୂଲ୍ୟବାନ ଭୋଟ ତାଙ୍କୁ ଦେଇଛି । ତାଙ୍କ ଜୟଯାତ୍ରାରେ କୌଣସି ପ୍ରକାରେ ସାମିଲ ହୋଇପାରିଲେ ଜଣେ ଓଡ଼ିଆ ହିସାବରେ ନିଜକୁ ଗର୍ବିତ ମନେ କରିବି ବୋଲି ମୋକିମ କହିଛନ୍ତି ।

ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଚାଲିଛି । ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କ ବିପକ୍ଷରେ ଛିଡ଼ା ହୋଇଛନ୍ତି ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନା। ମୁର୍ମୁ ଜଣେ ଆଦିବାସୀ ମହିଳା ଓ ଓଡ଼ିଆ ଝିଅ ହୋଇଥିବା ବେଳେ ବିଜେପି ସମେତ ଅନେକ ଆଞ୍ଚଳିକ ଦଳ ତାଙ୍କୁ ସମର୍ଥନ ଜଣାଇଛନ୍ତି। ମାତ୍ର କଂଗ୍ରେସ ସିଧାସଳଖ ଭାବେ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରୁଥିବା ବେଳେ ଏଥିରୁ ବାଦ ପଡ଼ିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ।

Share

Leave a Reply

Your email address will not be published. Required fields are marked *

19 + 13 =