ପୁଣି ବୃଦ୍ଧି ହେଲା ପେଟ୍ରୋଲ ଓ ଡିଜେଲ ଦର

ଦେଶରେ ପେଟ୍ରୋଲ-ଡିଜେଲ ଦର ଲଗାତାର ଦ୍ୱିତୀୟ ଥର ପାଇଁ ମହଙ୍ଗା ହୋଇଛି । ଆଜି ସମସ୍ତ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ୬୦ ପଇସା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ବର୍ତ୍ତମାନ ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲ ପିଛା ୭୨.୪୬ ଟଙ୍କା ହୋଇଛି, ଯାହାକି ପୂର୍ବରୁ ୭୧.୮୬ ଥିଲା । ସେହିପରି ଡିଜେଲ ଲିଟର ପିଛା ୬୯,୯୯ ଥିବା ବେଳେ ଆଜି ତାହା ୭୦.୫୯ ଟଙ୍କାକୁ ବୃଦ୍ଧି ପାଇଛି ।

ଏହା ପୂର୍ବରୁ ରବିବାର ଦିନ ତୈଳ କମ୍ପାନୀ ଗୁଡିକ ପେଟ୍ରୋଲ ଓ ଡିଜେଲରେ ୬୦ ପଇସା ବୃଦ୍ଧି କରିଥିଲେ । କରୋନା ସଙ୍କଟ ମଧ୍ୟରେ ପ୍ରାୟ ୮୩ ଦିନରେ ପେଟ୍ରୋଲ-ଡିଜେଲ ଦର ବଢିବାରେ ଲାଗିଛି ।

Share

Leave a Reply

Your email address will not be published. Required fields are marked *

11 + ten =