ରାଜ୍ୟ ସଙ୍ଗୀତର ମାନ୍ୟତା ପାଇବା ପରେ ବନ୍ଦେ ଉତ୍କଳ ଜନନୀକୁ ଉପଯୁକ୍ତ ମାନ୍ୟତା ମିଳିଛି

ଭୁବନେଶ୍ୱର () ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ମିଳିବାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ଦେଶାତ୍ମକବୋଧ ଗୀତକୁ ଶେଷରେ ଉପଯୁକ୍ତ ମାନ୍ୟତା ମିଳିଲା ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ସେ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ବେଳେ ଏହି ଗୀତ ଓଡି଼ଆଙ୍କ ମନରେ ଦେଶାତ୍ମକବୋଧର ମଞ୍ଜି ଭରିଥିଲା ।ଓଡି଼ଆଙ୍କ ମଧ୍ୟରେ ଏକତା ଆଣିଥିଲା । ରାଜ୍ୟ ସଙ୍ଗୀତର ମାନ୍ୟତା ପାଇବା ପରେ ବନ୍ଦେ ଉତ୍କଳ ଜନନୀକୁ ଉପଯୁକ୍ତ ମାନ୍ୟତା ମିଳିଛି । ସୂଚନା ଥାଉ କି, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ଏହି ସଙ୍ଗୀତକୁ ରାଜ୍ୟ ସଙ୍ଗୀତ ଆଖ୍ୟା ପାଇଁ ପ୍ରସ୍ତାବ ଦିଆଯାଇଥିଲା ।

Share

Leave a Reply

Your email address will not be published. Required fields are marked *

8 − four =