ଭାରତ ବିପକ୍ଷ ମ୍ୟାଚ ପୂର୍ବରୁ ଦଳ ଘୋଷଣା କଲା ପାକିସ୍ତାନ

ଦୁବାଇ: ଟି-୨୦ ବିଶ୍ୱକପରେ ମହାମୁକାବିଲା ପୂର୍ବରୁ ଦଳ ଘୋଷଣା କରିଛି ପାକିସ୍ତାନ । ପାରିବାରିକ ପ୍ରତିଦ୍ୱନ୍ଦୀ ଭାରତ ସହ ମ୍ୟାଚ ଖେଳିବା ଲାଗି ଜୋରଦାର ଅଭ୍ୟାସ କରିବା ସହ ମ୍ୟାଚ ଆରମ୍ଭର ୨୪ ଘଣ୍ଟା ପୂର୍ବରୁ ଦଳ ସାମ୍ଭବ୍ୟ ୧୨ ଜଣିଅୃଁା ଟିମ୍ ଘୋଷଣା କରିଛି ପାକିସ୍ତାନ । ତେବେ ଏହି ୧୨ ଜଣିଅାଁ ଟିମରେ ଆସିଫ୍ ଅଲ୍ଲୀ(କ୍ୟାପଟେନ୍), ଫକର ଜମାନ୍, ହାଇଦର ଅଲ୍ଲୀ, ମହମ୍ମଦ ରିଜଓ୍ବାନ, ଇମାଦ୍ ଓ୍ବାସିମ୍, ମହମ୍ମଦ ହଫିଜ୍, ଶାଦାବ ଖାନ୍, ଶୋଏବ୍ ମଲ୍ଲିକ ହାରିସ୍ ରଉଫ, ହସନ୍ ଅଲ୍ଲୀ ଓ ଶାହିନ୍ ଶାହ ଆଫ୍ରିଦି। ପାକିସ୍ତାନ ଟିମ୍ରେ ୬ ଜଣ ବ୍ୟାଟସମ୍ୟାନ୍ ରହିଛନ୍ତି। ସେଭଳି ମହମ୍ମଦ ହଫିଜ୍, ଇମାଦ୍ ଓ୍ବାସିମ ଓ ଶଦାବ ଖାନ୍ଙ୍କ ରୂପରେ ୩ ଜଣ ଅଲରାଉଣ୍ଡର ରହିବେ। ପାକିସ୍ତାନ ଟିମ୍ରେ ତିନି ଜଣ ଦୃତ ବୋଲର ମଧ୍ୟ ରହିବେ। ବାବର ଓ ରିଜଓ୍ବାନ କରିବେ ଓପନିଂ।

ଏହି ୧୨ ଖେଳାଳିଙ୍କୁ ପ୍ଲେଇଂ ଇଲେଭେନ୍ରେ ଚୟନ କରାଯିବ। ଆଇସିସି ରାଙ୍କିଙ୍ଗରେ ଭାରତ ଦ୍ବିତୀୟ ଓ ପାକିସ୍ତାନ ତୃତୀୟ ସ୍ଥାନରେ ରହିଛି। ଭାରତ ଓ ପାକିସ୍ତାନ ଟି-୨୦ ବିଶ୍ବକପ୍ରେ ୫ଥର ମୁହାଁମୁହିଁ ହୋଇଛନ୍ତି। ସବୁଥର ଟିମ୍ ଭାରତ ଜିତିଛି। ଗତ ଥର ୨୦୧୬ ଟି-୨୦ ବିଶ୍ବକପ୍ରେ ଭାରତ ପାକିସ୍ତାନକୁ ହରାଇଥିଲା। ସେତେବେଳେ ବିରାଟ କୋହଲି ୩୭ ବଲରେ ୫୫ ରନ୍ କରିଥିଲେ। ଏହି ସମୟରେ କୋହଲି ୭ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଏହା ପୂର୍ବରୁ ୨୦୧୪, ୨୦୧୨ ବିଶ୍ବକପ୍ରେ ଭାରତ ପଡୋଶୀ ଦେଶ ପାକିସ୍ତାନକୁ ହରାଇଥିଲା। ପାକିସ୍ତାନକୁ ସବୁଠାରୁ ବଡ ପରାଜୟ ୨୦୦୭ ବିଶ୍ବକପ୍ରେ ସହିବାକୁ ପଡିଥିଲା। ସେତେବେଳେ ଭାରତ ଫାଇନାଲରେ ପାକିସ୍ତାନକୁ ହରାଇ ପ୍ରଥମ ଟି-୨୦ ବିଶ୍ବକପ୍ ଜିତିଥିଲା।

Share

Leave a Reply

Your email address will not be published. Required fields are marked *

10 + 9 =