ବଢ଼ିବ ଦିଆସିଲ୍ ପ୍ୟାକେଟର ଦାମ୍

ନୂଆଦିଲ୍ଲୀ: ୫୦ ପଇସାରୁ ଟଙ୍କାଏ । ୨୦୦୭ ମସିହାରେ ବଢ଼ିଥିଲା ଦିଆସିଲ ପେଡ଼ିର ଦାମ । ଆଉ ଏହା ଦୀର୍ଘ ୧୪ ବର୍ଷ ହେବ ଏହି ରେଟରେ ବିକ୍ରି ହେଉଥିଲା । ଟଙ୍କାଏରେ ମିଳୁଥିବା ଦିଆସିଲି ପ୍ୟାକେଟ୍ ପାଇଁ ଏବେ ୨ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଦିଆସିଲି ବାକ୍ସର ନୂଆ ଦର ଡିସେମ୍ବର ୧ରୁ ଲାଗୁ ହେବ ଜ୍ଝ ଦେଶର ପାଞ୍ଚଟି ପ୍ରମୁଖ ଦିଆସିଲି ନିର୍ମାଣକାରୀ କମ୍ପାନୀ ଦିଆସିଲି ଦାମ୍ ଡିସେମ୍ବର ପହିଲାରୁ ୨ ଟଙ୍କାକୁ ବୃଦ୍ଧି କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଛନ୍ତି।
ଶେଷ ଥର ପାଇଁ ୨୦୦୭ରେ ଦିଆସିଲି ଦାମ୍ ବଢିଥିଲା । ସେତେବେଳେ ଗୋଟିଏ ଦିଆସିଲି ପେଡ଼ି ମୂଲ୍ୟ ୫୦ ପଇସାରୁ ବଢ଼ି ୧ ଟଙ୍କା ହୋଇଥିଲା ଜ୍ଝ ଗୁରୁବାର ଦିନ ତାମିଲନାଡ଼ୁର ଶିବକାସୀରେ ‘ଅଲ୍ ଇଣ୍ଡିଆ ଚାମ୍ବର ଅଫ୍ ମାଚିସ୍’ ର ଏକ ବୈଠକରେ ଦିଆସିଲି ଦାମ୍ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।
ଦିଆସିଲି ନିର୍ମାତାମାନେ କହିଛନ୍ତି ଯେ ଦିଆସିଲି ତିଆରି କରିବା ପାଇଁ ୧୦ ରୁ ଅଧିକ ପ୍ରକାରର କଞ୍ଚାମାଲ ଆବଶ୍ୟକ ହୋଇଥାଏ ଜ୍ଝ କିନ୍ତୁ ଏହାରି ଭିତରେ କଞ୍ଚାମାଲର ମୂଲ୍ୟ ଯଥେଷ୍ଟ ବଢ଼ିଯାଇଛି । ତେଣୁ ଚଳିତ ଦରରେ ଦିଆସିଲି ବିକ୍ରି କରିବା ସମ୍ଭବ ନୁହେଁ ଜ୍ଝ ସେମାନେ କହିଛନ୍ତି ଯେ, ଦିଆସିଲି ତିଆରି ପାଇଁ ଆବଶ୍ୟକ ଏକ କିଲୋଗ୍ରାମ ଲାଲ୍ ଫସଫରସ୍ ୪୨୫ ରୁ ୮୧୦ ଟଙ୍କା, ମହମ ୫୮ ରୁ ୮୦ ଟଙ୍କା, ବାହାରର ବାକ୍ସ ବୋର୍ଡ ୩୬ ରୁ ୫୫ ଟଙ୍କା ଏବଂ ଭିତର ବକ୍ସ ବୋର୍ଡ ୩୨ ରୁ ୫୮ ଟଙ୍କାକୁ ବୃଦ୍ଧି ପାଇଛି। କାଗଜ, ସ୍ପ୍ଲିଣ୍ଟସ୍, ପୋଟାସିୟମ୍ କ୍ଲୋରେଟ୍ ଏବଂ ସଲଫରର ମୂଲ୍ୟ ମଧ୍ୟ ୧୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ଡିଜେଲର ମୂଲ୍ୟ ବୃଦ୍ଧି ଯୋଗୁଁ ଶିଳ୍ପ ଉପରେ ଅତିରିକ୍ତ ବୋଝ ପଡ଼ିଛି।

Share

Leave a Reply

Your email address will not be published. Required fields are marked *

18 − 10 =