ପୋଲିସ କବ୍ଜାରେ ବନ୍ଧୁକ ବେପାରୀ

ଭୁବନେଶ୍ୱର—କମିଶନରେଟ ପୋଲିସ ଆଜି ୪ଜଣ ଚୋରା ବନ୍ଧୁକ ବ୍ୟବସାୟୀଙ୍କୁ କାବୁ କରିବାରେ ସକ୍ଷମ ହୋଇଛି । ସେମାନଙ୍କ ଠାରୁ ୫ଟି ବନ୍ଧୁକ ୧୫ଟି ଅଫୁଟା ଗୁଳି ଜବତ କରିଛି । ଏହି ଚୋରା ବନ୍ଧୁକ ବ୍ୟବସାୟୀମାନେ ବନ୍ଧୁକ ବିକ୍ରି ପାଇଁ ଖଣ୍ଡଗିରି ଅଂଚଳରେ ଡିଲ୍ କରୁଥିବା ବେଳେ କମିଶନରେଟ ପୋଲିସ ସେମାନଙ୍କୁ ଧରିଥିଲା । କାରବାଇନ ଡିଲ୍ ସମୟରେ ପୋଲିସ ସତର୍କତାର ସହିତ ସେମାନଙ୍କୁ କାବୁ କରିବାରେ ସମର୍ଥ ହୋଇଥିଲା । ପୋଲିସ କମିଶନର ଶ୍ରୀ ସତ୍ୟଜିତ ମହନ୍ତି ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ଗତ କିଛିଦିନ ଧରି ରାଜଧାନୀ ଭୁବନେଶ୍ୱରରେ ଚୋରା ବନ୍ଧୁକ କାରବାର ହେଉଥିବା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୋଲିସ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଥିଲା

Share

Leave a Reply

Your email address will not be published. Required fields are marked *

14 − 5 =