ଆନ୍ତର୍ଜାତିକ ରେସିଂ ଚାମ୍ପିଆନ୍‌ସିପ୍ ୨୦୨୩ ପାଇଁ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ପକ୍ଷରୁ ଚାଳକଙ୍କ ନାମ ଘୋଷଣା

ଏସିଆ ରୋଡ୍ ରେସିଂ ଚାମ୍ପିଆନ୍‌ସିପ୍ ଓ ଥାଇଲ୍ୟାଣ୍ଡ୍ ଟ୍ୟାଲେଂଟ୍ କପ୍ ପାଇଁ ୪ ଜଣ ଭାରତୀୟ ଚାଳକ ପ୍ରତିଦ୍ୱନ୍ଦ୍ୱିତା କରିବେ
ଭୁବନେଶ୍ୱର: ଆନ୍ତର୍ଜାତିକ ଚାମ୍ପିଆନ୍‌ସିପ୍‌ଗୁଡ଼ିକ ଲାଗି ଭାରତୀୟ ରାଇଡର୍ (ଚାଳକ) ପ୍ରସ୍ତୁତ କରିବା ଲକ୍ଷ୍ୟ ନେଇ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ଆନ୍ତର୍ଜାତିକ ରେସିଂ ଚାମ୍ପିଆନ୍‌ସିପ୍‌ର ୨୦୨୩ ପାଇଁ ଟିମ୍ ଘୋଷଣା କରାଯାଇଛି ।
ଏଫ୍‌ଆଇଏମ୍ ଏସିଆ ରୋଡ୍ ରେସିଂ ଚାମ୍ପିଆନ୍‌ସିପ୍ (ଏଆର୍‌ଆର୍‌ସି) ୨୦୨୩ ଓ ଥାଇଲ୍ୟାଣ୍ଡ୍ ଟ୍ୟାଲେଂଟ୍ କପ୍ (ଟିଟିସି) ପାଇଁ ଚାରି ଜଣ ଭାରତୀୟ ଚାଳକ ଏସି÷ଆର ଚାଳକମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ । ଏସିଆ ରୋଡ୍ ରେସିଂ ଚାମ୍ପିଆନ୍‌ସିପ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବା ଚାଳକମାନଙ୍କ ମଧ୍ୟରେ ରହିଛନ୍ତି ଯୁବ ଚାଳକ କେଭିନ୍ ସମର କ୍ୱିଂଟାଲ୍ ଓ ମୋହସିନ୍ ପରମ୍ବନ୍ । ୨୦୨୨ରେ କେଭିନ୍ ନିଜର ଆନ୍ତର୍ଜାତିକ ରେସ୍ ଆରମ୍ଭ କରି ଥାଇଲ୍ୟାଣ୍ଡ୍ ଟ୍ୟାଲେଂଟ୍ କପ୍ ଓ ଏସିଆ ଟ୍ୟାଲେଂଟ୍ କପ୍‌ରେ ଅଂଶଗ୍ରହଣ କରିଥିଲେ । ଜାତୀୟ ରେସିଂରେ ଉନ୍ନତ ପ୍ରଦର୍ଶନ କରିଥିବା ମୋହସିନ୍‌ଙ୍କୁ ଏସିଆର କଷ୍ଟକର ରେସ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସୁଯୋଗ ପ୍ରଦାନ କରାଯାଇଛି ।
ସେହିପରି, ୨୦୨୩ ଥାଇଲ୍ୟାଣ୍ଡ୍ ଟ୍ୟାଲେଂଟ୍ କପ୍ ପାଇଁ ରାହିଶ ଖତ୍ରି ଓ ଶ୍ୟାମ ସୁନ୍ଦରଙ୍କୁ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍‌ରେ ସାମିଲ କରାଯାଇଛି । ଉଭୟ ଚାଳକ ନିଜର ପ୍ରଥମ ଆନ୍ତର୍ଜାତିକ ରେସ୍‌ରେ ଭାଗ ନେବେ ।
ଏ ସମ୍ପର୍କରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ଏମ୍‌ଡି, ସଭାପତି ଓ ସିଇଓ ଶ୍ରୀ ଆତ୍‌ସୁସି ଓଗାତା କହିଛନ୍ତି ଯେ, “ଭାରତରେ ମୋଟରସ୍ପୋର୍ଟର ସଂସ୍କୃତିକୁ ସୁଦୃଢ଼ କରିବା ଲାଗି ଆମେ ୨୦୧୮ ଠାରୁ କୌତୁକ ବାଇକ ଚାଳନାରୁ ଆଗକୁ ବଢ଼ି ଆନ୍ତର୍ଜାତିକ ଚାମ୍ପିଆନ୍‌ସିପ୍ ପାଇଁ ପ୍ରତିଭାବାନ ଭାରତୀୟ ଚାଳକ ବିକାଶ କରିବା ଉପରେ ମନୋନିବେଶ କରିଛୁ । ସେ ଦିଗରେ ଆଗକୁ ବଢ଼ି ଆମେ ପ୍ରଥମେ ଯୁବ ପ୍ରତିଭାମାନଙ୍କୁ ଚୟନ କରିବା ଆରମ୍ଭ କରି ସେମାନଙ୍କୁ ପରବର୍ତୀ ପିଢ଼ିର ଚାଳକ ଭାବେ ବିକାଶ କରିବା, ଜାତୀୟ ସ୍ତରୀୟ ପ୍ରତିଭାବାନ ଚାଳକ ବିକାଶ କରିବା ଏବଂ ବିଶ୍ୱର ଶ୍ରେଷ୍ଠ ରେସ୍‌ରେ ଭାଗ ନେବା ଲାଗି ସେମାନଙ୍କୁ ପ୍ଲାଟ୍‌ଫର୍ମ ପ୍ରଦାନ କରୁଛୁ । ଚଳିତ ବର୍ଷ ଆମର ଚାରି ଜଣ ଚାଳକ ଏସିଆର ଶ୍ରେଷ୍ଠ ଚାଳକମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ରଖିଥିବା ସ୍ୱପ୍ନକୁ ପୂରଣ କରିଛନ୍ତି । ରେସିଂ ଜଗତର ବିଶିଷ୍ଟ ବିଶେଷଜ୍ଞମାନଙ୍କ ମାର୍ଗଦର୍ଶନରେ କଠୋର ତାଲିମ ଜରିଆରେ ଏହି ଯୁବ ଚାଳକମାନଙ୍କୁ ବିକାଶ କରାଯାଇଛି । ଚଳିତ ବର୍ଷ ସେମାନଙ୍କ ଚମତ୍କାର ରେସ୍‌କୁ ଦେଖିବା ଲାଗି ଆମେ ଚାହିରହିଛୁ ।’’
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆର ଅପରେଟିଂ ଅଫିସର-ବ୍ରାଣ୍ଡ୍ ଆଣ୍ଡ୍ କମ୍ୟୁନିକେସନ୍ ଶ୍ରୀ ପ୍ରଭୁ ନାଗରାଜ କହିଛନ୍ତି ଯେ, “ଆନ୍ତର୍ଜାତିକ ରେସିଂ ଚାମ୍ପିଆନ୍‌ସିପ୍‌ର ୨୦୨୩ ଋତୁରେ ହୋଣ୍ଡା ଟିମ୍‌ରେ ଚାରି ଜଣ ପ୍ରତିଭାବାନ ଭାରତୀୟ ଚାଳକଙ୍କୁ ଦେଖିବାକୁ ମିଳିବ । ଉଭୟ ଦେଶ ଭିତରେ ଏବଂ ଆନ୍ତର୍ଜାତିକ ଚାମ୍ପିଆନ୍‌ସିପ୍‌ରେ ରେସିଂ କରିବାର ଅଭିଜ୍ଞତା ରଖିଥିବା ଯୁବ ଚାଳକ କେଭିନ୍ କ୍ୱିଂଟାଲ୍ ଓ ମୋହସିନ୍ ଚଳିତ ବର୍ଷର ଏସିଆ ରୋଡ୍ ରେସିଂ ଚାମ୍ପିଆନ୍‌ସିପ୍‌ର ଏପି୨୫୦ ସିସି ଶ୍ରେଣୀରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଅନ୍ୟ ପକ୍ଷରେ ରାହିଶ ଖତ୍ରି ଓ ଶ୍ୟାମ ସୁନ୍ଦର ପ୍ରଥମ ଥର ପାଇଁ ଆନ୍ତର୍ଜାତିକ ପଦାର୍ପଣ କରି ଥାଇଲ୍ୟାଣ୍ଡ୍ ଟ୍ୟାଲେଂଟ୍ କପ୍‌ରେ ନିଜ ପ୍ରତିଭା ପ୍ରଦର୍ଶନ କରିବେ । ଏକ ଦଳ ଭାବେ ଗତବର୍ଷ ଆମେ କିଛି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ କରିଥିଲୁ । ଏବେ ପରର୍ବତୀ ପିଢ଼ିର ଚାଳକମାନେ ଚାମ୍ପିଆନ୍‌ସିପ୍‌ରେ ଭାଗ ନେଇଥିବାରୁ ଟ୍ର୍ରାକ୍‌ରେ କିଭଳି ଯୁବ ଚାଳକମାନେ ପ୍ରଦର୍ଶନ କରୁଛନ୍ତି ଏବଂ ଚାମ୍ପିଆନ୍‌ସିପ୍‌ରେ ଆଗକୁ ବଢ଼ୁଛନ୍ତି ତାହା ଆମେ ଦେଖିବାକୁ ଚାହୁଁଛୁ ।’’

Share

Leave a Reply

Your email address will not be published. Required fields are marked *

four × five =