ବିଜେପୁରରେ ଚାଲିଛି ହାଇଭୋଲଟେଜ୍ ପ୍ରଚାର

ବରଗଡ() ବିଜେପୁର ଉପ ନିର୍ବାଚନ ପାଇଁ ମାତ୍ର ଆଉ ଦୁଇ ଦିନ ବାକି । ଆସନ୍ତାକାଲି ସରିବ ପ୍ରଚାର । ବିଜେପୁରରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଦ୍ୱିତୀୟ ଦିନରେ ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗାଇସିଲଟ ବ୍ଲକ, କେନ୍ଦୁଭଟା ଛକ, ଗୌରିମୁଣ୍ଡା ଛକ, ଗାଇସିଲଟ୍, କେନ୍ଦୁମୁଣ୍ଡା, କଠଉମାଲ, ବଡ଼ ସାହାଜବାହାଲ, ଜଗଦଲପାଟ, ଭଂଗାମୁଣ୍ଡା, ଡାଙ୍ଗବାହାଲ, ସରଧାପାଲି, କରଞ୍ଜାପାଲି, କିର୍ମେଲି ଛକ, କୁଣ୍ଡାଖାଇ, ଗୁନ୍ଦେରପାଲି ପର୍ୟ୍ୟନ୍ତ ରୋଡ୍ ସୋ କରିଛନ୍ତି ।

ସେପଟେ ବିଜେପୁର ମଇଦାନରେ ଆଜି ନବୀନ ପଟ୍ଟନାୟକଙ୍କୁ ଟକ୍କର ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଦଳୀୟ ପ୍ରାର୍ଥୀ ସନତ ଗଡତିଆଙ୍କ ପାଇଁ ଦ୍ବିତୀୟ ଥର ପ୍ରଚାର କରୁଛନ୍ତି । ବରପାଲିର ବନ୍ଧପାଲି ଏବଂ ପରେ ଗୋପେଇପାଲିରେ ସନତ ଗଡତିଆଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ଧର୍ମେନ୍ଦ୍ର ।

ଗତ ସାଧାରରଣ ନିର୍ବାଚନ ଭଳି ବିଜେପୁର ଉପନିର୍ବାଚନରେ ମଧ୍ୟ ବିଗ୍ ଫାଇଟ ଦେଖିବାକୁ ମିଳିଛି । ସେହିପରି କଂଗ୍ରେସ ମଧ୍ୟ ପ୍ରଚାରକୁ ଜୋରଦାର କରିଛି ।

Share

Leave a Reply

Your email address will not be published. Required fields are marked *

fifteen − 1 =