ବିଧାନସଭାରେ ଅପ୍ରସଙ୍ଗକୁ ପ୍ରସଙ୍ଗ କରି କରୁଛନ୍ତି ହଟ୍ଟଗୋଳ : ଅରୁଣ ସାହୁ

୫-ଟି, ଚାଉଳ, କ୍ରୀତଦାସ ପ୍ରସଙ୍ଗରେ ଶାସକ ଦଳକୁ ବିରୋଧୀ ଦଳ ନେତା ଟାର୍ଗେଟ କରିଥିବା ବେଳେ ଏହାର ଜବାବ ରଖିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଗୃହ ବାହାରେ ଅରୁଣ କହିଛନ୍ତି, ବିଧାନସଭା ଶୂନ୍ୟକାଳରେ ଗତ ୫ ଦିନ ଧରି ୫ କେଜି ଚାଉଳ ପ୍ରସଙ୍ଗ ଉଠାଇବାକୁ ସୁଯୋଗ ମିଳୁନାହିଁ ।ଲୋକଙ୍କ ବିଭିନ୍ନ ସମସ୍ୟାକୁ ବିଧାନସଭାରେ କହିବାକୁ ସୁଯୋଗ ଦେଉନାହାନ୍ତି ବିରୋଧୀ ।

କେନ୍ଦ୍ର ସରକାର ୫ କେଜି ଚାଉଳ କାଟି ଦେଲେ । ୭୧ ହଜାର କୋଟି ବଜେଟରୁ କଟିଲା । ଏବେ ପୁଣି କେନ୍ଦ୍ର ସରକାର ୧୭ ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବା ପାଇଁ ପ୍ରସ୍ତୁତ ନାହାନ୍ତି । ପୂର୍ବରୁ ୧୩ ଲକ୍ଷ ମେଟ୍ରିକ ଟନ ବଳକା ରହୁଥିଲା । ଉଷୁନା ଚାଉଳ ନେଉନାହାନ୍ତି । ଚାଷୀ କେତେ ଅସୁବିଧାରେ ପଡିବେ ତାହା ଚିନ୍ତା ନକରି ବିରୋଧୀ ଗୃହରେ ହଟ୍ଟଗୋଳ କରୁଛନ୍ତି । ବିଜେପିର ୮ ଜଣ ସାଂସଦ ଓ ବିଧାୟକ ମାନେ ଏବାବଦରେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିପାରନ୍ତେ । କିନ୍ତୁ ତାହା ନକରି ରାଜନୈତିକ ଉଦ୍ଦେଶ୍ୟ ରଖି ଗୃହରେ ହୋ-ହଲ୍ଲା କରୁଛନ୍ତି । ଯଦି ଚାଷୀକୂଳର ପ୍ରସଙ୍ଗ ଗୃହରେ ଆଲୋଚନା କରାଯିବନି ତେବେ କେଉଁଠି ହେବ ।

ବିରୋଧୀ ମାନେ ଅପ୍ରସଙ୍ଗକୁ ପ୍ରସଙ୍ଗ କରି ଗୃହକୁ ଚଳାଇ ଦେଉନାହାନ୍ତି । ଯେହେତୁ ତାଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ ତେଣୁ ଏମିତି କରୁଥିବା କହିଛନ୍ତି ଅରୁଣ । ବିଜେଡ଼ି ଦାବି କରୁଛି ବଳକା ଚାଉଳ ଉଠାଇବା ସହ କାଟି ଥିବା ୫ କେଜି ଚାଉଳ ଦିଅନ୍ତୁ କେନ୍ଦ୍ର ସରକାର ।

Share

Leave a Reply

Your email address will not be published. Required fields are marked *

1 × 5 =