ବଂଟନ ୟୁଟିଲିଟିର ବାର୍ଷିକ ସମନ୍ୱିତ ର‌୍ୟାଙ୍କିଙ୍ଗରେ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍‌କମ୍‌କୁ ଜାତୀୟ ବିଦ୍ୟୁତ ୟୁଟିଲିଟି ମଧ୍ୟରେ ଏ+ ମାନ୍ୟତା

ଭୁବନେଶ୍ୱର: ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ନିକଟରେ ପ୍ରକାଶିତ ଦ୍ୱାଦଶ ବାର୍ଷିକ ବିଦ୍ୟୁତ ବିତରଣ ୟୁଟିଲିଟିର ସମନ୍ୱିତ ରେଟିଂ ଅନୁଯାୟୀ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ୪ଟି ଯୌଥ ଉଦ୍ୟୋଗ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ବିଦ୍ୟୁତ ବଂଟନ କମ୍ପାନି ଜାତୀୟ ୟୁଟିଲିଟିଗୁଡ଼ିକ ମଧ୍ୟରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଏହି ରେଟିଂରେ ପରିଚାଳନା ଓ ଆର୍ôଥକ ପ୍ରଦର୍ଶନ, ନିୟାମକ ଅନୁପାଳନ, ଗ୍ରାହକ ସେବା ଏବଂ ଶକ୍ତି ଦକ୍ଷତା ଭଳି ବିଭିନ୍ନ ମାନଦଣ୍ଡକୁ ବିଚାରକୁ ନିଆଯାଇଛି ।

ଓଡ଼ିଶା ଡିସକମ୍ ର ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌, ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଏବଂ ଟିପି ନର୍ଦ୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ଯଥାକ୍ରମେ ୯୧.୧, ୯୧.୧ ଓ ୯୧ ନମ୍ବର ରଖି ଏ+ ଗ୍ରେଡ୍ ହାସଲ କରିଥିବା ବେଳେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ବି ଗ୍ରେଡ୍ ହାସଲ କରିଛି ।

କଂପାନିର ଡିସକମ୍‌ଗୁଡ଼ିକ ଉତ୍କୃଷ୍ଟ ସେବା ପ୍ରଦାନ କରୁଛନ୍ତି ଏବଂ ଗ୍ରାହକମାନଙ୍କୁ ଭରସାଯୋଗ୍ୟ ଓ ଗୁଣାତ୍ମକ ଶକ୍ତି ପ୍ରଦାନ କରୁଛନ୍ତି । କାର୍ଯ୍ୟ ଆରମ୍ଭ କରିବାର ୩ ବର୍ଷ ମଧ୍ୟରେ ଉନ୍ନତ ପରିଚାଳନା ଓ ଆର୍ôଥକ ପ୍ରଦର୍ଶନ ଆଧାରରେ ଓଡ଼ିଶା ଡିସକମ୍‌ଗୁଡ଼ିକର ମାନ୍ୟତାରେ ଉନ୍ନତି ଘଟିଛି । ଏହି ମୂଲ୍ୟାୟନରେ ୫୫ଟି ବିଦ୍ୟୁତ ବଂଟନ ୟୁଟିଲିଟିକୁ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ୧୨ଟି ୟୁଟିଲିଟି ଏ+ର ସର୍ବୋଚ୍ଚ ରେଟିଂ ହାସଲ କରିଛନ୍ତି ।

ଓଡ଼ିଶାରେ ଟାଟା ପାୱାରର ବିଦ୍ୟୁତ ବଂଟନ ବ୍ୟବସାୟର ଏକ ଅଂଶ ଭାବରେ ଟାଟା ପାୱାର ଟିପି ସେଂଟ୍ରାଲ, ଟିପି ସଦର୍ଣ୍ଣ, ଟିପି ନର୍ଦ୍ଦନ ଏବଂ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ ନାମରେ ଚାରିଟି ଡିସକମ୍ ପରିଚାଳନା କରୁଛି ଏବଂ ଗ୍ରାମୀଣ ଓ ସହରାଚଂଳର ପାଖାପାଖି ୫ କୋଟି ଲୋକଙ୍କୁ ବିଶ୍ୱସନୀୟ ଏବଂ ସୁଲଭ ବିଜୁଳି ଯୋଗାଇ ଦେଉଛି ।

ଟାଟା ପାୱାର ଡିସକମ୍‌ଗୁଡ଼ିକରେ ମୁମ୍ବାଇ, ଦିଲ୍ଲୀ ଏବଂ ଓଡ଼ିଶା ରାଜ୍ୟରେ ୧.୩ କୋଟି ପଞ୍ଜୀକୃତ ଗ୍ରାହକ ଅଛନ୍ତି । ଗତ ଆର୍ôଥକ ବର୍ଷ ୨୦୨୨-୨୦୨୩ରେ ଡିସକମ୍‌ଗୁଡ଼ିକର ପ୍ରଦର୍ଶନ ଉପରେ ଆଧାର କରି ଏହି ରେଟିଂ ରିପୋର୍ଟ ମ୍ୟାକିନ୍‌ସେ ଆଣ୍ଡ କମ୍ପାନି ଦ୍ୱାରା ପ୍ରସ୍ତୁତ କରାଯାଇଛି ।

 ସମ୍ପୂର୍ଣ୍ଣ ରିପୋର୍ଟକୁ ହାସଲ କରନ୍ତୁ: https://drive.google.com/file/d/14d3B94YKEU2CUJawVjnGxjrC2s6WYSfM/view?usp=drive_link

Share

Leave a Reply

Your email address will not be published. Required fields are marked *

four × 3 =