ଟାଟା ଷ୍ଟିଲ୍ ପକ୍ଷରୁ କର୍ମଚାରୀ ସ୍ୱେଚ୍ଛାସେବା ଜରିଆରେ ଗୋଷ୍ଠୀ ସଶକ୍ତୀକରଣ

– ଅନ୍ତର୍ଭୁକ୍ତୀକରଣ ଦିଗରେ ଆଉ ଏକ ପଦକ୍ଷେପ

ଯାଜପୁର, ମାର୍ଚ୍ଚ ୧୩, ୨୦୨୪: ଗୋଷ୍ଠୀ ସଶକ୍ତୀକରଣ ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରି ଟାଟା ଷ୍ଟିଲର ଫେରୋ ଆଲଏଜ୍ ଆଣ୍ଡ ମିନେରାଲ୍ସ ଡିଭିଜନ୍ (ଏଫ୍‌ଏଏମଡି)ର କର୍ମଚାରୀମାନେ ଯାଜପୁର ଜିଲ୍ଲା ନୂଆଗାଁସ୍ଥିତ ଅନ୍ନପୂର୍ଣ୍ଣା ଚାଇଲ୍ଡ କେୟାର ହୋମ୍‌ର ପିଲାମାନଙ୍କୁ ସ୍କୁଲ ବ୍ୟାଗ୍ ଓ ଶିକ୍ଷା ସାମଗ୍ରୀ ପ୍ରଦାନ କରିଛନ୍ତି । କର୍ମଚାରୀମାନେ ଅନାଥାଶ୍ରମର ପିଲାମାନଙ୍କୁ ପେନ୍ସିଲ ବକ୍ସ, ଡ୍ରଇଂ ଚାର୍ଟ, ସ୍କେଚ୍ ପେନ୍ ପ୍ୟାକେଟ୍ ଏବଂ ଟିଫିନ୍ ବକ୍ସ ଆଦି ପ୍ରଦାନ କରିଥିଲେ ।

କର୍ମଚାରୀ ସ୍ୱେଚ୍ଛାସେବା ଅଭିଯାନ ଜରିଆରେ ସହଯୋଗର ହାତ ବଢ଼ାଇ କମ୍ପାନୀର ଯାଜପୁର ସ୍ଥିତ ଫେରୋ କ୍ରୋମ ପ୍ଲାଣ୍ଟ, ସୁକିନ୍ଦା କ୍ରୋମାଇଟ୍ ଖଣି ଓ ଭୁବନେଶ୍ୱରର କର୍ମଚାରୀମାନେ ଅନ୍ତେବାସୀମାନଙ୍କ ପାଇଁ ବିଭିନ୍ନ କୌତୁକ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ସେମାନଙ୍କ ସହ କିଛି ମୂଲ୍ୟବାନ ସମୟ ବିତାଇଥିଲେ। ଏହାବ୍ୟତୀତ କର୍ମଚାରୀମାନେ ସେହି କ୍ୟାମ୍ପସରେ ନିରାଶ୍ରୟ ମହିଳାମାନଙ୍କ ପାଇଁ ଥିବା ‘ଜାଗୃତି ଗୃହ’ର ଅନ୍ତେବାସୀଙ୍କୁ ଷ୍ଟିଲ ପାଣି ବୋତଲ ମଧ୍ୟ ପ୍ରଦାନ କରିଥିଲେ ।

ଏହି ଅବସରରେ ଫେରୋ ଆଲଏଜ୍ ଓ ମିନେରାଲ୍ସ ଡିଭିଜନର ଏକଜିକ୍ୟୁଟିଭ ଇନଚାର୍ଜ ପଙ୍କଜ ସତିଜା ଖୁସି ବ୍ୟକ୍ତ କରି କହିଛନ୍ତି ଯେ, “ଆମେ ସ୍ୱେଚ୍ଛାସେବିତା ଜରିଆରେ ରୂପାନ୍ତରଣ ଉପରେ ବିଶ୍ୱାସ କରୁ ଏବଂ ସମାଜର ପଛୁଆବର୍ଗ ଲୋକଙ୍କ ଜୀବନରେ ଏକ ସକରାତ୍ମକ ପ୍ରଭାବ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ । ଆମେ ଆଶା କରୁଛୁ ଯେ ଆମ କର୍ମଚାରୀଙ୍କ ଏହିପରି ଛୋଟ ଛୋଟ ପଦକ୍ଷେପ ଦ୍ୱାରା କମ୍ପାନୀର ପରିଚାଳନା କ୍ଷେତ୍ର ତଥା ଆଖପାଖରେ ରହୁଥିବା ସ୍ଥାନୀୟ ଲୋକମାନେ ବିଶେଷ ଉପକୃତ ହେବେ।’’

ବିଶେଷ କରି ଆହ୍ୱାନପୂର୍ଣ୍ଣ ପରିସ୍ଥିତିର ସମ୍ମୁଖୀନ ହେଉଥିବା ବାଳିକା ଓ ମହିଳାମାନଙ୍କ ପାଇଁ ଶିକ୍ଷା ଓ କଲ୍ୟାଣକୁ ପ୍ରୋତ୍ସାହନ କରିବା ଉପରେ ଏହି କାର୍ଯ୍ୟକ୍ରମ ପର୍ଯ୍ୟବେସିତ ଥିଲା ।

ଟାଟା ଷ୍ଟିଲ୍ ପରିବାରର ଯତ୍ନ ଓ ସହଯୋଗର ବାର୍ତା ଦେଇଥିବା ଏହି ପଦକ୍ଷେପ ପାଇଁ ଅନାଥାଶ୍ରମର ବାଳିକା ଓ ନିରାଶ୍ରୟ କେନ୍ଦ୍ରର ମହିଳାଙ୍କ ସମେତ ଅନ୍ୟ ହିତାଧିକାରୀମାନେ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି । ସୂଚନାଯୋଗ୍ୟ, କର୍ମଚାରୀମାନେ ଭୁବନେଶ୍ୱର, କେନ୍ଦୁଝରର ବ୍ରାହ୍ମଣୀପାଳ, ଯାଜପୁରର ସୁକିନ୍ଦା ଓ ରାଜ୍ୟର ବିଭିନ୍ନ ସ୍ଥାନରେ କର୍ମଚାରୀ ସ୍ୱେଚ୍ଛାସେବା କାର୍ଯ୍ୟକ୍ରମ ଆୟୋଜନ କରିଆସୁଛନ୍ତି ।

Share

Leave a Reply

Your email address will not be published. Required fields are marked *

four + twenty =