ବିଦ୍ୟୁତ ବିତରଣ ସହ ଉପଭୋକ୍ତାଙ୍କ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଟିପିସିଓଡିଏଲ୍ ର ଅଭିନବ ପ୍ରୟାସ

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ଜୀବନର ସମସ୍ତ କ୍ଷେତ୍ରରେ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ପ୍ରାଥମିକତା ଦେବାର ଗୁରୁତ୍ୱ ଉପରେ ଆଲୋକପାତ କରିଛି । ୨୦୨୪ରେ ଡବ୍ଲ୍ୟୁଏଚ୍‌ଓର ୭୬ତମ ବାର୍ଷିକୀ ପାଳନ କରାଯାଉଛି ଏବଂ ଏହି ଉତ୍ସବର ଏକ ଅଂଶ ଭାବେ ଡବ୍ଲ୍ୟୁଏଚ୍‌ଓ ‘ମୋ ସ୍ୱାସ୍ଥ୍ୟ, ମୋ ଅଧିକାର’ କୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ୨୦୨୪ର ବିଷୟବସ୍ତୁ ଭାବେ ଚୟନ କରିଛି ଯାହା ମୌଳିକ ମାନବିକ ଅଧିକାର-ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା, ଶିକ୍ଷା ଏବଂ ସୂଚନାର ଉପଲବ୍ଧତା ଉପରେ ଗୁରୁତ୍ୱାରୋପ କରୁଛି ।
ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପ୍ରତି ଏହି ପ୍ରତିବଦ୍ଧତା ଅନୁଯାୟୀ, ଟିପିସିଓଡିଏଲ୍ ଏହାର କାର୍ଯ୍ୟକ୍ଷେତ୍ରରେ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛି ।
୨୦୨୩-୨୪ରେ ଟିପିସିଓଡିଏଲ୍ ପକ୍ଷରୁ ୧୭ଟି ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଭୁବନେଶ୍ୱର ୧, ଭୁବନେଶ୍ୱର ୨, କଟକ ଓ ଢେଙ୍କାନାଳ ଭଳି କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରାଯାଇ ମୋଟ ୩୭୯ ଜଣ କର୍ମଚାରୀ ଏହି ଅତ୍ୟାବଶ୍ୟକ ତାଲିମରୁ ଉପକୃତ ହୋଇଥିଲେ । ଏହାବ୍ୟତୀତ ଟିପିସିଓଡିଏଲ୍ ପକ୍ଷରୁ ୨୦୨୩-୨୪ ଆର୍ôଥକ ବର୍ଷରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଡିସ୍ପେନସରି ଜରିଆରେ ସ୍ୱାସ୍ଥ୍ୟ ସଚେତନତା ଶିବିର ଆୟୋଜନ କରାଯାଇଥିଲା ଯେଉଁଥିରେ କଟକ, ଢେଙ୍କାନାଳ, ପାରାଦ୍ୱୀପ ଓ ଭୁବନେଶ୍ୱର ୨ ଭଳି ୪ଟି ସର୍କଲକୁ ସାମିଲ କରାଯାଇଥିଲା । ୧୭୭୪ଟି ଗ୍ରାମ ପଂଚାୟତ, ୨୬୨୭ଟି ଗ୍ରାମ ଏବଂ ୧,୧୨,୩୦୨ ଜଣ ଲୋକଙ୍କୁ ମିଶାଇ ବହୁ ସଂଖ୍ୟକ ହିତାଧିକାରୀଙ୍କୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ସେବା ଯୋଗାଇବାରେ ଏହି ଶିବିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।
ଏହାବ୍ୟତୀତ, ଟିପିସିଓଡିଏଲ୍ ୮୬ଟି ସ୍ଥାନରେ ସ୍ୱାସ୍ଥ୍ୟ ଯାଂଚର ସୁବିଧା କରିଥିଲା ଯେଉଁଥିରେ ୩୮୦୪ ଜଣ କର୍ମଚାରୀ ଉପକୃତ ହୋଇଥିଲେ ଏବଂ ପାଖାପାଖି ୩୦୦୦ (ବିଜନେସ୍ ଆସୋସିଏଟ୍ସ) ବିଏ କର୍ମଚାରୀଙ୍କର ଡାକ୍ତରୀ ଫିଟନେସ୍ ଯାଂଚ କରାଯାଇଥିଲା ।
ଏହାବ୍ୟତୀତ କମ୍ପାନୀ ବିଶ୍ୱ ହୃୃୃଦୟ ଦିବସରେ ଅଧିବେଶନ କରି ହୃତପିଣ୍ଡ ସ୍ୱାସ୍ଥ୍ୟ ଉପରେ ବିଶେଷଜ୍ଞଙ୍କ ଦୃଷ୍ଟିକୋଣ ଏବଂ ସମ୍ମାନିତ ହୃଦରୋଗ ବିଶେଷଜ୍ଞଙ୍କ ଦ୍ୱାରା ହୃଦଘାତ ପ୍ରତିରୋଧ ଉପରେ ଆଲୋଚନା ଭଳି ବିଭିନ୍ନ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଏହି ପଦକ୍ଷେପଗୁଡିକ କମ୍ପାନୀର କର୍ମଚାରୀ ଏବଂ ଏହା ସେବା ପ୍ରଦାନ କରୁଥିବା ସମୁଦାୟ ମଧ୍ୟରେ ସ୍ୱାସ୍ଥ୍ୟ ଏବଂ କଲ୍ୟାଣର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଟିପିସିଓଡିଏଲ୍‌ର ସମର୍ପଣକୁ ସୂଚାଉଛି ।
ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, “ଟିପିସିଓଡିଏଲ୍‌ରେ ଆମେ କେବଳ ଆମର କର୍ମଚାରୀଙ୍କ ମଧ୍ୟରେ ନୁହେଁ ବରଂ ଆମେ ଯେଉଁ ଗୋଷ୍ଠୀ ସହିତ ଜଡିତ ରହିଛୁ ସେମାନଙ୍କ ମଧ୍ୟରେ ମଧ୍ୟ ଏକ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବାର ମହତ୍ୱକୁ ବୁଝିଛୁ । ଆମର ସ୍ୱାସ୍ଥ୍ୟ କ୍ଷେତ୍ରରେ ପଦକ୍ଷେପ ସମସ୍ତ ଅଂଶୀଦାରଙ୍କ କଲ୍ୟାଣ ପାଇଁ ଆମର ଦୃଢ଼ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରୁଛି ଏବଂ ଉତମ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରୋତ୍ସାହିତ କରିବାରେ ଆମର ବିଶ୍ୱାସକୁ ସୁଦୃଢ଼ କରୁଛି ।’’
ଟିପିସିଓଡିଏଲ୍ ସୁସ୍ଥ ସମୁଦାୟ ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବା ଦିଗରେ ଯାତ୍ରା ଜାରି ରଖିଥିବା ବେଳେ କମ୍ପାନି ସ୍ୱାସ୍ଥ୍ୟକୁ ଏକ ମୌଳିକ ମାନବିକ ଅଧିକାର ଭାବରେ ପ୍ରାଥମିକତା ଦେବା ପାଇଁ ଏହାର ପ୍ରତିବଦ୍ଧତାରେ ଅଟଳ ରହିଛି ।

Share

Leave a Reply

Your email address will not be published. Required fields are marked *

4 × two =