ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ, ଭାରତର ସିଲଭର ସିଟି କଟକ ଠାରେ ଏକ ନୂତନ ଶାଖା ଉଦ୍ଘାଟନ ସହିତ ଉପସ୍ଥିତି ମଜବୁତ କରିଛି

ଭୁବନେଶ୍ୱର/କଟକ : ଭାରତର ଦ୍ରୁତତମ ବୃଦ୍ଧି ପାଉଥିବା ଫଣ୍ଡ ହାଉସ ମଧ୍ୟରୁ ଅନ୍ୟତମ ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ, ଓଡ଼ିଶାର କଟକ ଠାରେ ଏହାର ନୂତନ ଶାଖାର ଉଦଘାଟନ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ଅଞ୍ଚଳରେ ନିବେଶ ସୁଯୋଗ ଏବଂ ଆର୍ôଥକ ସଶକ୍ତିକରଣ ବୃଦ୍ଧି ଦିଗରେ ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡର ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ । ନୂତନ ଶାଖା ଗୋପାଳ ଭବନ, କ୍ୟାଣ୍ଟନମେଣ୍ଟ ରୋଡ୍‌, କଟକ, ୭୫୩୦୦୧ ରେ ଉଦଘାଟିତ ହୋଇଯାଇଛି । ଏହାକୁ ଆଞ୍ଚଳିକ ରିଟେଲ ବିଜନେସ୍ ହେଡ୍ ସାଉଥ୍ ଆଣ୍ଡ ଇଷ୍ଟ, ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ ଏବଂ କ୍ଲଷ୍ଟର ହେଡ୍‌, କଟକ ୧, ଆକ୍ସିସ୍ ବ୍ୟାଙ୍କ ଶ୍ରୀ ବିଭୂ ଦତ୍ତ ମିଶ୍ର ଉଦ୍ଘାଟନ କରିଥିଲେ । ଏହି ଅବସରରେ ଇଷ୍ଟ ୨ ଜୋନାଲ ପରିଚାଳକ, ଆକ୍ସି ମ୍ୟୁଚୁଆଲ୍ ଫଣ୍ଡ ଜନି କୁମାର ଅଗ୍ରୱାଲା ଏବଂ ଆଞ୍ଚଳିକ ପରିଚାଳକ ଡକ୍ଟର ତୁହିବ ସୁଭ୍ରା ରୟ ମଧ୍ୟ ଉପସ୍ଥିତ ଥିଲେ।

ନୂତନ ଶାଖା ନୂତନ ଆବେଦନଗୁଡିକର ଗ୍ରହଣ ଏବଂ ପ୍ରକ୍ରିୟାକରଣ, କେୱାଇସି, ଆକାଉଣ୍ଟ୍ ଷ୍ଟେଟମେଣ୍ଟ୍ ଇତ୍ୟାଦି ସହିତ ସମସ୍ତ ପ୍ରମୁଖ ସେବା ପ୍ରଦାନ କରିବ । ଏହା ସହିତ, ନୂତନ ଶାଖାରେ ନିବେଶକମାନଙ୍କୁ ସେମାନଙ୍କର ଆର୍ôଥକ ଯାତ୍ରାରେ ସାହାଯ୍ୟ କରିବା ପାଇଁ ସମ୍ପର୍କ ପରିଚାଳକମାନେ ମଧ୍ୟ ରହିବେ । କଟକ ଠାରେ ନୂତନ ଶାଖାର ଉଦଘାଟନ ସହିତ ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ ଦେଶର ବିଭିନ୍ନ ସମ୍ପ୍ରଦାୟର ବିଭିନ୍ନ ଆର୍ôଥକ ଆବଶ୍ୟକତାକୁ ପୂରଣ କରିବ ଏବଂ ସ୍ଥାନୀୟ ନିବେଶକଙ୍କ ଆବଶ୍ୟକତା ଅନୁଯାୟୀ ସମାଧାନ ପ୍ରଦାନ କରାଯିବ ।
ଏହି ଅବସରରେ ଆକ୍ସିସ୍ ଏମସି ମୁଖ୍ୟ ବ୍ୟବସାୟ ଅଧିକାରୀ ରାଘବ ଆଇଏଙ୍ଗାର୍ କହିଛନ୍ତି ଯେ, “ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ ଏହାର ଅଂଶୀଦାର ଏବଂ ନିବେଶକମାନଙ୍କୁ ସମସ୍ତ ଭୌଗୋଳିକ କ୍ଷେତ୍ରରେ ସେମାନଙ୍କର ଆର୍ôଥକ ନିର୍ଣ୍ଣୟ ଗୁଡ଼ିକ ସଠିକ ନେବା ଦିଗରେ ସଶକ୍ତ କରିବାକୁ ଚେଷ୍ଟା କରିଥାଏ । ଆମର ସଦ୍ୟତମ ଶାଖା ଉନ୍ମୋଚନ ଭାରତର ସିଲଭର ସିଟି କଟକ ଠାରେ ହୋଇଛି; ଯାହା ଓଡ଼ିଶାର ନ୍ୟାୟିକ ରାଜଧାନୀ ଭାବରେ ମଧ୍ୟ ଜଣାଶୁଣା । ଆଙ୍ଗୁଲ ଏବଂ ବାଲେଶ୍ୱର ଅଞ୍ଚଳ ମଧ୍ୟ ନୂତନ ଶାଖା ଦ୍ୱାରା ଉପକୃତ ହେବ ବୋଲି ଆଶା କରୁଛୁ, ଏହି ପଦକ୍ଷେପ ଆମର ସମସ୍ତ ହିତାଧିକାରୀଙ୍କ ନିକଟରେ ଏକ ବିଶ୍ୱସ୍ଥ ନିବେଶ ସହଭାଗୀ ହେବା ପାଇଁ ଆମର ଉତ୍ସର୍ଗୀକୃତତା ଏବଂ ନିରନ୍ତର ନିଷ୍ଠା ପ୍ରମାଣ କରୁଛି ।”
ଏହି ପଦକ୍ଷେପ ସାରା ଦେଶରେ ନିବେଶକଙ୍କ ପାଇଁ ଆର୍ôଥକ ସୁଯୋଗ ବିସ୍ତାର କରିବା ଏବଂ ମ୍ୟୁଚୁଆଲ୍ ଫଣ୍ଡରେ ନିବେଶକଙ୍କ ବ୍ୟାପକ ଅଂଶଗ୍ରହଣକୁ ସୁଗମ କରିବା ପାଇଁ ଫଣ୍ଡ ହାଉସର ପ୍ରତିବଦ୍ଧତାକୁ ସୂଚିତ କରୁଛି । ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡର ବିନିଯୋଗ ଉତ୍ପାଦ ଏବଂ ସେବାଗୁଡିକର ବିସ୍ତୃତ ସିଟ୍ କଟକରେ ନିବେଶକମାନଙ୍କୁ ବ୍ୟକ୍ତିଗତ ଏବଂ ଆର୍ôଥକ ନିଷ୍ପତ୍ତିଗୁଡ଼ିକୁ ପ୍ରଭାବଶାଳୀ ଭାବରେ ମାର୍ଗଦର୍ଶନ କରିବାର ଆତ୍ମବିଶ୍ୱାସ ସହିତ ଡିଜାଇନ୍ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

fifteen − two =