ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ଟାଟା ଷ୍ଟିଲର ଟିକସ ପରବର୍ତୀ ଲାଭ (ପିଏଟି) ୬,୫୦୯ କୋଟି ଟଙ୍କା

ଭୁବନେଶ୍ୱର: ଟାଟା ଷ୍ଟିଲ୍ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ନଅ ମାସ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ବିଭିନ୍ନ ଭୌଗୋଳିକ ଅଂଚଳରେ ଅସ୍ଥିର ପରିଚାଳନା ପରିବେଶ ସତ୍ୱେ ଚଳିତ ଆର୍ଥିକ ବର୍ଷର ପ୍ରଥମ ନଅ ମାସରେ କଂପାନିର ରାଜସ୍ୱ ବର୍ଷକୁ ବର୍ଷ ଭିତିରେ ୩% ବୃଦ୍ଧି ପାଇ ୧,୮୦,୩୯୧ କୋଟି ଟଙ୍କା ହୋଇଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ନଅ ମାସରେ ଟିକସ ପରବର୍ତୀ ଲାଭ ୬,୫୦୯ କୋଟି ଟଙ୍କା ହୋଇଛି ।
ଟାଟା ଷ୍ଟିଲ୍‌ର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦେଶକ ଟି ଭି ନରେନ୍ଦ୍ରନ କହିଛନ୍ତି ଯେ, “ଅସ୍ଥିର ପରିଚାଳନା ପରିବେଶ ସତ୍ୱେ ଟାଟା ଷ୍ଟିଲ୍ ଭାରତରେ ଦ୍ରୁତ ଅଭିବୃଦ୍ଧି ପ୍ରଦାନ କରିଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ନଅ ମାସରେ ଦେଶ ଭିତରେ ଡେଲିଭରି ୧୩.୭ ନିୟୁତ ଟନ୍ ରହିଛି ଯାହା ବର୍ଷକୁ ବର୍ଷ ଭିତିରେ ୪ ପ୍ରତିଶତ ଅଧିକ । ସବୁ କ୍ଷେତ୍ରରେ ଅଭିବୃଦ୍ଧି ଦେଖିବାକୁ ମିଳିଛି । ତୃତୀୟ ତ୍ରୈମାସିକରେ ବର୍ଷକୁ ବର୍ଷ ଭିତରେ ଡେଲିଭରି ୧୧% ବଢ଼ିଛି ଏବଂ ଭାରତର ଇସ୍ପାତ ଉପଯୋଗିତା ହାରଠାରୁ ଦ୍ରୁତ ଗତିରେ ତାହା ବୃଦ୍ଧି ପାଇବା ଯୋଗୁଁ ଚୟନ କରାଯାଇଥିବା ବିଭିନ୍ନ କ୍ଷେତ୍ରରେ ବଜାରରେ ଅଗ୍ରଣୀ ସ୍ଥିତି ବଜାୟ ରହିପାରିଛି । ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ କାର୍ଯ୍ୟକ୍ଷମ ହେବା ସହ ଭାରତରେ ଆମର ଅଶୋଧିତ ଇସ୍ପାତ ଉତ୍ପାଦନ ତୃତୀୟ ତ୍ରୈମାସିକରେ ୫ ନିୟୁତ ଟନ୍ ସ୍ପର୍ଶ କରିଛି ।’’
କଳିଙ୍ଗନଗରରେ ୬ ଏମ୍‌ଟିପିଏର ପେଲେଟ୍ ପ୍ଲାଂଟ୍ କାର୍ଯ୍ୟକ୍ଷମ ହୋଇଥିବା ବେଳେ ୨.୨ ଏମ୍‌ଟିପିଏ କୋଲ୍‌ଡ ରୋଲ୍ ମିଲ୍ କମ୍ପେ୍ଲକ୍ସ ଓ ୫ ଏମ୍‌ଟିପିଏ ସମ୍ପ୍ରସାରଣ ଜାରି ରହିଛି ।
ପଞ୍ଜାବରେ ୦.୭୫ ଏମ୍‌ଟିପିଏ ଇଲେକ୍ଟ୍ରିକ୍ ଆର୍କ ଫର୍ଣ୍ଣାସ୍‌କୁ ସକ୍ଷମ କରିବାର କାର୍ଯ୍ୟ ଆରମ୍ଭ ହୋଇଛି ଯାହା ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ । ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍‌ଆଇଏନ୍‌ଏଲ୍‌) କାର୍ଯ୍ୟକ୍ଷମ ହୋଇଥିବା ବେଳେ ତାହାର ଉତ୍ପାଦନ କ୍ଷମତାକୁ ୧ ନିୟୁତ ଟନ୍‌କୁ ବୃଦ୍ଧି କରାଯାଉଛି । ଏନ୍‌ଆଇଏନ୍‌ଏଲ୍ ବିଲେଟ୍‌ରୁ ଟାଟା ଟିସ୍‌କନ୍ ରିବାର୍ ପ୍ରସ୍ତୁତ କରାଯାଉଛି ।
“ଆମେ ବର୍ତମାନ ଟାଟା ଷ୍ଟିଲ୍ କଳିଙ୍ଗନଗର, ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ ଓ ପଂଜାବର ଲୁଧିଆନାରେ ଥିବା ଇଲେକ୍ଟ୍ରିକ୍ ଆର୍କ ଫର୍ଣ୍ଣାସ୍ ଏବଂ ସାରା ଭାରତରେ ଥିବା ଆମ ଆନୁଷଙ୍ଗିକ କାରଖାନା ଆଦି ବିଭିନ୍ନ କାର୍ଯ୍ୟ ସ୍ଥଳରେ ଆମର ଦକ୍ଷତାକୁ ସମ୍ପ୍ରସାରଣ କରୁଛୁ । ବିଭିନ୍ନ ଉପାୟରେ ୨୦୪୫ ସୁଦ୍ଧା ନେଟ୍ ଜିରୋ ଲକ୍ଷ୍ୟ ହାସଲ କରିବା ଲାଗି ଆମର ନିରନ୍ତର ଯାତ୍ରାରେ ପ୍ରଗତି ଜାରି ରଖିଛୁ । ଶେଷରେ ମୁଁ ଏହା କହିବାକୁ ଚାହୁଁଛି ଯେ ୱାର୍ଲଡ୍ ଇକୋନମିକ୍ ଫୋରମ୍ ଟାଟା ଷ୍ଟିଲ୍‌କୁ ଗ୍ଲୋବାଲ ଡାଇଭରସିଟି ଇକ୍ୱିଟି ଆଣ୍ଡ୍ ଇନ୍‌କ୍ଲୁଜନ୍ ଲାଇଟ୍‌ହାଉସ୍ ସ୍ୱୀକୃତି ପ୍ରଦାନ କରିଛି ଏବଂ ଆମକୁ ଲାଗାତର ଷଷ୍ଠ ଥର ପାଇଁ ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ ସାର୍ଟିଫିକେସନ୍ ମିଳିଛି ।’’ ବୋଲି ଶ୍ରୀ ନରେନ୍ଦ୍ରନ କହିଛନ୍ତି ।
ଟାଟା ଷ୍ଟିଲ୍‌ର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ମୁଖ୍ୟ ବିତ ଅଧିକାରୀ ଶ୍ରୀ କୌଶିକ ଚାଟାର୍ଜୀ କହିଛନ୍ତି ଯେ, “ଭାରତରେ ଦକ୍ଷତା ବୃଦ୍ଧିରେ ଆମେ ନିବେଶ ଜାରି ରଖିଥିବା ବେଳେ ଏହି ତ୍ରୈମାସିକରେ ଆମ ପୁଂଜି ବ୍ୟୟ ୩,୬୩୨ କୋଟି ଟଙ୍କା ଏବଂ ବର୍ଷର ବର୍ତମାନ ସୁଦ୍ଧା ୯,୭୪୬ କୋଟି ଟଙ୍କାରେ ପହଂଚିଛି । ଆମର ନେଟ୍ ଋଣ ମୁଖ୍ୟତଃ ତ୍ରୈମାସିକ ଭିତିରେ ୭୧,୭୦୬ କୋଟି ଟଙ୍କାରେ ରହିଛି ଏବଂ ଆମର ଲିକ୍ୱିଡିଟି (ନଗଦ) ସ୍ଥିତି ବେଶ ସୁଦୃଢ଼ ରହିଛି । ଲାଇବିଲିଟି (ଦେୟ)ରେ ବୀମା ସୁରକ୍ଷାକୁ ୩୦%ରୁ ୬୦%କୁ ବଢ଼ାଇ ବ୍ରିଟିଶ ଷ୍ଟିଲ୍ ପେନ୍‌ସନ୍ ସ୍କିମ୍ (ବିଏସ୍‌ପିଏସ୍‌)କୁ ବିପଦମୁକ୍ତ କରିବା ଦିଗରେ ଆମେ ଆଗକୁ ଅଗ୍ରସର ହୋଇଛୁ । ବଜାର ସ୍ଥିତିକୁ ନଜରରେ ରଖି ୨୦୨୩ କ୍ୟାଲେଣ୍ଡର ବର୍ଷର ପ୍ରଥମ ଭାଗରେ ଲାଇବିିଲିଟି (ଦେୟ)ର ୪୦% ଆବାସିକ ବୀମାକୁ ଆମେ ସମ୍ପୂର୍ଣ୍ଣ କରିବୁ ଏବଂ ସେଥିରେ ଅନୁରୂପ ଅଣ-ନଗଦ ବିଳମ୍ବ ଟିକସ ରହିବ । ନଗଦ ପ୍ରବାହ (କ୍ୟାସଫ୍ଲୋ)କୁ ବଢ଼ାଇବା ଲାଗି ଖର୍ଚ୍ଚରେ ଉନ୍ନତି, ପରିଚାଳନାରେ ଉନ୍ନତି ଏବଂ କାର୍ଯ୍ୟକାରୀ ପୁଂଜି ପରିଚାଳନା ଉପରେ ଆମେ ଗୁରୁତ୍ୱ ଦେବା ଜାରି ରଖିବୁ ଏବଂ ପ୍ରସ୍ତାବିତ ସାତ ତାଲିକାଭୁକ୍ତ ଓ ଅଣ ତାଲିକାଭୁକ୍ତ ସଂସ୍ଥାର ମିଶ୍ରଣରେ ଅଗ୍ରଗତି ହୋଇଛି ।’’

Share

Leave a Reply

Your email address will not be published. Required fields are marked *

15 − nine =