ଟାଟା ଷ୍ଟିଲ୍ ମାଇନିଂର ଯାଜପୁର କାରଖାନାରେ ସ୍ୱଚ୍ଛ ଇନ୍ଧନ ବ୍ୟବହାର ଲାଗି ବିପିସିଏଲ୍ ସହ ଏମ୍‌ଓୟୁ ସ୍ୱାକ୍ଷରିତ

କାର୍ବନ ଫୁଟ୍‌ପ୍ରିଂଟ୍ ହ୍ରାସ ପାଇଁ ଦୀର୍ଘସ୍ଥାୟୀ ଉପକ୍ରମ

ଭୁବନେଶ୍ୱର: ଟାଟା ଷ୍ଟିଲ୍ ମାଇନିଂର ଯାଜପୁରସ୍ଥିତ ଫେରୋ ଆଲଏଜ୍ କାରଖାନା ପାଇଁ ଦୀର୍ଘମିଆଦୀ ଲିକ୍ୱିଫାଏଡ୍ ନାଚୁରାଲ୍ ଗ୍ୟାସ୍ (ଏଲ୍‌ଏନ୍‌ଜି) ଯୋଗାଣ ଲାଗି କଂପାନି ପକ୍ଷରୁ ଭାରତ ପେଟ୍ରୋଲିୟମ୍ କର୍ପୋରେସନ ଲିମିଟେଡ୍ (ବିପିସିଏଲ୍‌) ସହ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରାଯାଇଛି । ଗୁୁରୁବାର ଟିଏସ୍‌ଏମ୍‌ଏଲ୍ ଓ ବିପିସିଏଲ୍‌ର ପ୍ରମୁଖ ଅଧିକାରୀଙ୍କ ଉପସ୍ଥିତିରେ ଏହି ଏମ୍‌ଓୟୁ ସ୍ୱାକ୍ଷର ହୋଇଛି ।

ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ବିନିମୟ ହୋଇଥିବା ବେଳେ ସେ ଏହି ଦୀର୍ଘସ୍ଥାୟୀ ଉପକ୍ରମ ପ୍ରଶଂସା କରି କହିଛନ୍ତି ଯେ, “ଗ୍ୟାସ ବିକ୍ରି ବୁଝାମଣା ସ୍ୱାକ୍ଷର କରିଥିବାରୁ ମୁଁ ବିପିସିଏଲ୍ ଓ ଟାଟା ଷ୍ଟିଲ୍ ମାଇନିଂକୁ ଅଭିନନ୍ଦନ ଜଣାଉଛି ଯାହା ଓଡ଼ିଶାରେ କାର୍ବନ ଫୁଟପ୍ରିଂଟ୍ ହ୍ରାସ କରିବାରେ ସହାୟକ ହେବ ।’’

ବୁଝାମଣା ଅନୁସାରେ ଭାରତର ଅଗ୍ରଣୀ ରାଷ୍ଟ୍ରାୟତ ତୈଳ ଓ ଗ୍ୟାସ୍ କଂପାନି ବିପିସିଏଲ୍ ଏହାର ପାଇପ୍‌ଲାଇନ୍ ଜରିଆରେ ଟିଏସ୍‌ଏମ୍‌ଏଲ୍‌ର ଯାଜପୁରସ୍ଥିତ ଫେରୋ ଆଲ୍‌ଏଜ୍ କାରଖାନାକୁ ସହମତି ହୋଇଥିବା ପରିମାଣର ପ୍ରାକୃତିକ ଗ୍ୟାସ୍ ଯୋଗାଇବ ।
ଟାଟା ଷ୍ଟିଲ ମାଇନିଂର ଦୀର୍ଘସ୍ଥାୟୀ ଉପକ୍ରମର ଏକ ଅଂଶ ଭାବେ ଏହି ବୁଝାମଣା ବ୍ୟବସାୟରେ କାର୍ବନ ଫୁଟ୍‌ପ୍ରିଂଟ୍‌କୁ ଉଲ୍ଲେଖନୀୟ ଭାବେ ହ୍ରାସ କରିବାରେ ସହାୟକ ହେବ । ଫର୍ଣ୍ଣେସ୍ ଅଏଲ୍ ତୁଳନାରେ ସ୍ୱଚ୍ଛ ଇନ୍ଧନ ଏଲ୍‌ଏନ୍‌ଜିକୁ ବ୍ୟବହାର କରି ଫେରୋ ଆଲଏଜ୍ ଉତ୍ପାଦନ କରିବାରେ ଏହା ସହାୟକ ହେବ ଯାହା ଉଲ୍ଲେଖନୀୟ ଭାବେ ଗ୍ରୀନହାଉସ୍ ଗ୍ୟାସ୍ ନିର୍ଗମନକୁ ହ୍ରାସ କରିବ ।

ଏହି ଅବସରରେ ଟାଟା ଷ୍ଟିଲ୍ ମାଇନିଂର ପରିଚାଳନା ନିର୍ଦେଶକ ପଙ୍କଜ ସତିଜା କହିଛନ୍ତି ଯେ, “ବିପିସିଏଲ୍ ସହିତ ଆମ ସହଭାଗିତା ଯାଜପୁରସ୍ଥିତ ଫେରୋଆଲଏଜ୍ କାରଖାନାକୁ ଦ୍ରୁତ ଏଲ୍‌ଏନ୍‌ଜି ଯୋଗାଣ ସୁନିଶ୍ଚିତ କରିବ । ଡିକାର୍ବନାଇଜେସନ ପ୍ରତି ଆମ ପ୍ରତିବଦ୍ଧତା ଓ ଆମ ଦୀର୍ଘସ୍ଥାୟୀ ଯୋଜନା ଅନୁସାରେ ଏହି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ଆମେ ଭାବୁଛୁ ଯେ ଏହି ସହଭାଗିତା କାର୍ବନ ଫୁଟ୍‌ପ୍ରିଂଟ୍‌କୁ ହ୍ରାସ କରିବାରେ ଆମକୁ ସହାୟକ ହେବା ସହ ପରିବେଶ ଉପରେ ସକାରାତ୍ମକ ପ୍ରଭାବ ପକାଇବ ।’’

ବିପିସିଏଲ୍‌ର ମୁଖ୍ୟ (ଗ୍ୟାସ୍‌), ପୂବ,ର୍ ରୌଫ୍ ଏମ୍ ଖାନ୍ କହିଛନ୍ତି ଯେ, “ଟାଟା ଷ୍ଟିଲ୍ ମାଇନିଂ ସହ ସହଭାଗିତ ସ୍ଥାପନ କରିବା ଏବଂ ସେମାନଙ୍କ ପରିଚାଳନା ପାଇଁ ପ୍ରାକୃତିକ ଗ୍ୟାସ୍ ଯୋଗାଣ କରୁଥିବାରୁ ଆମେ ବହୁତ ଖୁସି ଯାହା ଡିକାର୍ବନାଇଜେସନ ଲକ୍ଷ୍ୟ ଦିଗ ଆଡ଼କୁ ନିକଟତର କରିବାରେ ଆମକୁ ସକ୍ଷମ କରିପାରିଛି ।’’

ଦୀର୍ଘସ୍ଥାୟୀ ଲକ୍ଷ୍ୟ ହାସଲ କରିବା ଏବଂ ଏକ ସବୁଜ ଭବିଷ୍ୟତ ଆଡ଼କୁ କଂପାନିର ଉଦ୍ୟମକୁ ଆହୁରି ସୁଦୃଢ଼ କରିବାରେ ଟାଟା ଷ୍ଟିଲ୍ ମାଇନିଂର ଯାତ୍ରା ପ୍ରତି ଏହି ଏମ୍‌ଓୟୁ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା । ନିଜ କାର୍ବନ ଫୁଟ୍‌ପ୍ରିଂଟ୍‌କୁ ହ୍ରାସ କରିବା ଏବଂ ପରିବେଶ ସୁରକ୍ଷା ପାଇଁ କଂପାନି ପ୍ରତ୍ୟକ୍ଷ ଭାବେ ବିଭିନ୍ନ ଅଭିଯାନ ତଥା ପଦକ୍ଷେପ ଗ୍ରହଣ କରିଆସୁଛି ।

ଉଲ୍ଲେଖଯୋଗ୍ୟ, ଆଠଗଡ଼ରେ ଥିବା ଟିଏସ୍‌ଏମ୍‌ଏଲର୍ ଫେରୋ ଆଲଏଜ୍ କାରଖାନାରେ ଫର୍ଣ୍ଣେସ୍ ଅଏଲ୍ ବଦଳରେ ସ୍ୱଚ୍ଛ ଇନ୍ଧନ ବ୍ୟବହାର କରିବା ଲାଗି ପ୍ରାକୃତିକ ବାଷ୍ପ ଯୋଗାଣ ନିମନ୍ତେ ନିକଟରେ କଂପାନି ପକ୍ଷରୁ ଗେଲ୍ (ଇଣ୍ଡିଆ) ଲିମିଟେଡ୍ ସହ ବୁଝାମଣା ସ୍ୱାକ୍ଷର କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

2 × 3 =