ପ୍ରଶାନ୍ତି ବିହାରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବର୍ତମାନର ସମୟରେ ରକ୍ତ ଅଭାବ ରୁ କେହି ଅସୁବିଧାରେ ନପଡନ୍ତୁ ଏଥି ପ୍ରତି ଦୃଷ୍ଟି ଦେଇ ରକ୍ତ ଦାନ କାର୍ଯ୍ୟକ୍ରମରେ ସାମୁହିକ ଯୋଗଦାନ ନିମନ୍ତେ ଅନୁରୋଧ କରିଥିଲେ ଉତ୍ତର ବିଧାୟକ ସୁଶାନ୍ତ ରାଉତ । ଆଜି ମିହିର କୁମାର ରାଉତଙ୍କ ନେତୃତ୍ୱରେ ୱାର୍ଡ ନଂ-୧ ପ୍ରଶାନ୍ତି ବିହାର ବରିଷ୍ଠ ନାଗରିକ ବିକାଶ ମଞ୍ଚ କକ୍ଷରେ ଉଦିୟ ମାନ ଯୁବକ ପିଲାମାନଙ୍କ ଦ୍ୱାରା ଦି କ୍ଲବ ଆନୁକୂଲ୍ୟରେ ରକ୍ତଦାନ ଶିବିରର ଆୟୋଜନ କରାଯାଇ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଶିବିରରେ ଅତିଥି ଭାବରେ ପ୍ରଶାନ୍ତି ବିହାର ବିକାଶ ମଞ୍ଚର ସଭାପତି ଅରୁଣ କୁମାର ବେହେରା, ଧ୍ରୁଵ ଚରଣ ପାତ୍ର, ଆନନ୍ଦ ଗୁରୁ, ସାମ୍ବାଦିକ ଦୁର୍ଗା ସଡ଼ଙ୍ଗୀ ଉପସ୍ଥିତ ଥିଲେ । ଏହି ଶିବିରକୁ ଦି କ୍ଲବର ସଭାପତି ଗୁରୁଦତ୍ତ ସିଂ, ସମ୍ପାଦକ ଦିବ୍ୟ ସୁନ୍ଦର ସ୍ବାଇଁ ପରିଚାଳନା କରିଥିଲେ।ଏହିଭଳି ବିପଦ ସମୟରେ ରକ୍ତଦାନର ଆୟୋଜନ କରିଥିବାରୁ ଉତ୍ତର ବିଧାୟକ ଏବଂ ଦି କ୍ଲବର ସମସ୍ତ ସଦସ୍ୟମାନଙ୍କୁ ଅଞ୍ଚଳର ବୁଦ୍ଧିଜୀବୀ ମାନେ ସାଧୁବାଦ ଜଣାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × three =