ମରିସସ୍‌ରେ ଜାଲ କଂପାନି ନାହିଁ, ହିଣ୍ଡେନବର୍ଗର ଅଭିଯୋଗ ମିଛ, ଭିତିହୀନ: ସଂସଦକୁ ଜଣାଇଲେ ମରିସସ୍ ମନ୍ତ୍ରୀ

ଭୁବନେଶ୍ୱର: ମରିସସ୍‌ରେ ସେଲ୍ କଂପାନି ଥିବା ନେଇ ହିଣ୍ଡେନବର୍ଗ ରିସର୍ଚ୍ଚ ଯେଉଁ ଅଭିଯୋଗ କରିଛି ତାହା ମିଛ ଓ ଭିତିହୀନ ବୋଲି ମରିସସ୍‌ର ସଂସଦକୁ ସେଠାକାର ଆର୍ଥିକ ସେବା ମନ୍ତ୍ରୀ ମାହେନ କୁମାର ସିରୁଟୁନ କହିଛନ୍ତି । ଅର୍ଥନୈତିକ ସହଯୋଗିତା ଓ ବିକାଶ ସଂଗଠନ (ଓଇସିଡି) ଦ୍ୱାରା ଧାର୍ଯ୍ୟ ଟିକସ ନିୟମକୁ ମରିସସ ପାଳନ କରୁଛି ବୋଲି ସେ କହିଛନ୍ତି ।
୨୦୨୩ ଜାନୁଆରି ୨୪ରେ ଆମେରିକାର ସର୍ଟ ସେଲର ହିଣ୍ଡେନବର୍ଗ ପକ୍ଷରୁ ଅଭିଯୋଗ କରାଯାଇଥିଲା ବିଲିଓନେୟାର ଗୌତମ ଆଦାନୀ ମରିସସ୍‌ରେ ଥିବା ଜାଲ୍ କଂପାନିକୁ ବ୍ୟବହାର କରି ଭାରତରେ ତାଲିକାଭୁକ୍ତ ହୋଇଥିବା କଂପାନିଗୁଡ଼ିକର ସେୟାର ମୂଲ୍ୟକୁ ହେରଫେର କରୁଛନ୍ତି ।
ମରିସସ୍‌ର ଜଣେ ମନ୍ତ୍ରୀଙ୍କ ପ୍ରଶ୍ନର ଲିଖିତ ଉତର ଦେଇ ଆର୍ଥିକ ସେବା ମନ୍ତ୍ରୀ କହିଛନ୍ତି ଯେ ଜାଲ୍ କଂପାନି ଲାଗି ମରିସସ୍ ନିୟନ ଅନୁମତି ଦେଉନାହିଁ । ସେ କହିଛନ୍ତି ଯେ “ମୁଁ ସଂସଦକୁ ଜଣାଇବାକୁ ଚାହୁଛି ଯେ ମରିସସ୍‌ରେ ଜାଲ୍ କଂପାନିର ଉପସ୍ଥିତି ଅଭିଯୋଗ ସମ୍ପୂର୍ଣ୍ଣ ମିଛ ଓ ଭିତିହୀନ । ନିୟମ ଅନୁସାରେ ମରିସସ୍‌ରେ ସେଲ୍ କଂପାନି ପାଇଁ ଅନୁମତି ନାହିଁ । କୌଣସି ପ୍ରକାର ଆଇନ ଉଲ୍ଲଂଘନ ହୋଇଥିବାର ଜଣାପଡ଼ିନାହିଁ ।’’
ମରିସସ୍‌ର ଆର୍ଥିକ ସେବା ଆୟୋଗ ହିଣ୍ଡେନବର୍ଗ ଅଭିଯୋଗକୁ ସଜ୍ଞାନକୁ ନେଇଛନ୍ତି, କିନ୍ତୁ ଗୋପନୀୟତା ନିୟମ ଯୋଗୁ ତାହାର ବିବରଣୀ ଜାରି କରାଯାଇପାରିବ ନାହିଁ । ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଧାନଶ୍ୱରନାଥ ବିକାଶ ଠାକୁର ଜଣାଇଥିଲେ ଯେ ଆଦାନି ଗ୍ରୁପ୍ ସହ ଜଡ଼ିତ ଥିବା ମରିସସର ସଂସ୍ଥାଗୁଡ଼ିକୁ ଅନୁଧ୍ୟାନ କରିବା ପରେ ନିୟମରେ କିଛି ଉଲ୍ଲଂଘନ ହୋଇଥିବା ଜଣାପଡ଼ିନାହିଁ ।
ସୁପ୍ରିମକୋର୍ଟରେ ଆଦାନି-ହିଣ୍ଡେନବର୍ଗ ମାମଲାର ଶୁଣାଣି ପୂର୍ବରୁ ମରିସସ ମନ୍ତ୍ରୀଙ୍କ ଏହି ମନ୍ତବ ୍ୟ ଆସିଛି । ଏହି ମାମଲାର ତଦନ୍ତ ଲାଗି ସୁପ୍ରିମକୋର୍ଟ ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି ।
ହିଣ୍ଡେନବର୍ଗ କରିଥିବା ଅଭିଯୋଗ ମିଛ ଓ ଭିତିହୀନ ବୋଲି ସାଂସଦ କେମିତି ଜାଣିଲେ ବୋଲି ପ୍ରଶ୍ନ ହେବାରୁ ସେ କହିଛନ୍ତି ଯେ ମରିସସରେ ଜାଲ କଂପାନି ଗଠନ ହୋଇଥିବା ଅଭିଯୋଗରୁ ଏହା ଜଣାପଡ଼ୁଛି ।

Share

Leave a Reply

Your email address will not be published. Required fields are marked *

19 − 15 =