ଭାରତୀୟ ଜିପିରେ ଦୃଢ଼ ପ୍ରଦର୍ଶନ ସହ ମିର୍ ପଂଚମ, ମାକ୍ୱେର୍ଜ୍‌ଙ୍କ ଚମତ୍କାର ପ୍ରତ୍ୟାବର୍ତନ

ଭୁବନେଶ୍ୱର: ପ୍ରଥମ ଭାରତୀୟ ଗ୍ରାଣ୍ଡ ପ୍ରିକ୍ସ ଜୋଆନ୍ ମିର୍‌ଙ୍କ ପାଇଁ ବେଶ ଫଳପ୍ରଦ ସାବ୍ୟସ୍ତ ହୋଇଛି । ସେହିପରି ହୋଣ୍ଡା ଆର୍‌ସି୨୧୩ଭିରେ ମାର୍କ ମାକ୍ୱେର୍ଜ୍ ସଫଳ ପ୍ରତ୍ୟାବର୍ତନ କରି ଆଗୁଆ ପୋଡିୟମ୍ ଦଖଲ କରିବା ଲାଗି ଚ୍ୟାଲେଞ୍ଜ ସୃଷ୍ଟି କରିବା ସହ ସଫଳ ପ୍ରତ୍ୟାବର୍ତନ କରିଛନ୍ତି ।
ଚତୁର୍ଥ ସ୍ଥାନରୁ ରେସ୍ ଆରମ୍ଭ କରିଥିବା ମିର୍‌ଙ୍କ ଉପରେ ସମସ୍ତଙ୍କ ନଜର ଥିଲା । ଆହତ କାରଣରୁ ମାରିନି ରେସ୍‌ରୁ ଓହରିଯାଇଥିଲେ । କ୍ୱାର୍ଟାରାରୋଙ୍କ ସହ ମିର୍ ମିଳିତ ଭାବେ ପଂଚମ ସ୍ଥାନରେ ରହିଛନ୍ତି । ତାଙ୍କ ପଛକୁ ରହିଛନ୍ତି ବ୍ରାଡ ବାଇଣ୍ଡର ।
ମିର୍‌ଙ୍କ ପଛରେ ରେସ୍ କରୁଥିବା ବ୍ରାଡ ବାଇଣ୍ଡର ଅଳ୍ପ ସେକେଣ୍ଡ୍ ମଧ୍ୟରେ ପଂଚମ ସ୍ଥାନରେ ରହି ରେସ୍ ଶେଷ କରିଥିଲେ । ହୋଣ୍ଡା ଚାଳକ ଭାବେ ମିର୍‌ଙ୍କ ଏହା ସବୁଠୁ ଭଲ ପ୍ରଦର୍ଶନ ଓ ତାହା ହେଉଛି ତାଙ୍କର ଓ ଟିମ୍‌ର ଅକ୍ଳାନ୍ତ ପରିଶ୍ରମର ଫଳ । ହୋଣ୍ଡାର ନିଜସ୍ୱ କ୍ଷେତ୍ର ଭାବେ ପରିଚିତ ମୋଟେଗିରେ ମିର ତାଙ୍କର ଆଗାମୀ ରେସ୍ କରିବେ ।
ଆରମ୍ଭରୁ ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ରେସ୍‌ରେ ଆଗକୁ ବଢ଼ିଥିବା ମାକ୍ୱେର୍ଜ୍ ଅଳ୍ପ ସମୟ ଭିତରେ ଶ୍ରେଷ୍ଠ ତିନି ଜଣଙ୍କ ମଧ୍ୟରେ ପହଂଚିଥିଲେ । ମାର୍ଟିନ୍ ଓ ବାଗନାଇଆଙ୍କଠାରୁ ତାଙ୍କୁ କଡ଼ା ପ୍ରତିଦ୍ୱନ୍ଦ୍ୱିତା ସାମ୍ନା କରିବାକୁ ପଡ଼ିଥିଲା । ପଂଚମ ଲ୍ୟାପ୍‌ରେ ସେ ତଳେ ପଡ଼ିଯାଇଥିଲେ । କିନ୍ତୁ ମାତ୍ର ଆଠ ସେକେଣ୍ଡ୍ ଭିତରେ ସେ ପୁଣି ପ୍ରତ୍ୟାବର୍ତନ କରି ୧୬ତମରୁ ରେସ୍ ଆଗକୁ ବଢ଼ାଇଥିଲେ । ଲ୍ୟାପ୍ ୧୪ ମଧ୍ୟରେ ସେ ଶ୍ରେଷ୍ଠ ୧୦ ଭିତରେ ପହଂଚି ଯାଇଥିଲେ । ଆଠ ଥର ବିଶ୍ୱ ଚମ୍ପିଆନ୍ ହୋଇଥିବା ମାକ୍ୱେର୍ଜ୍ ନବମ ସ୍ଥାନରେ ପହଂଚିଯାଇଛନ୍ତି ।
ରେପ୍‌ସଲ୍ ହୋଣ୍ଡା ଟିମ୍ ଏବେ ଜାପାନ ଗସ୍ତ କରି ସେଠାରେ ମୋଟେଗି ସର୍କିଟ୍‌ରେ ରେସ୍ କରିବ ।
ମାର୍କ ମାକ୍ୱେର୍ଜ୍ କହିଛନ୍ତି ଯେ, “ଯଦି ଆପଣ ରେସ୍‌ର ଫଳାଫଳକୁ ଦେଖିବେ ଏବଂ ନବମ ସ୍ଥାନରୁ ଆପଣ ସମ୍ପୂର୍ଣ୍ଣ କାହାଣୀ ଜାଣିପାରିବେନି । ମାତ୍ର ଦୁର୍ଘଟଣାଗସ୍ତ ହେବା ଦୃଷ୍ଟିରୁ ଏହା ଏକ ସ୍ୱାଭାବିକ ଫଳ । ରେସ୍‌କୁ ଫେରିବା ପରେ ମୁଁ ପେକୋ ଓ ମାର୍ଟିନଙ୍କ ତ୍ରୁଟି ଉପରେ ଧ୍ୟାନ ଦେଇଥିଲି ଓ ଆଗକୁ ବଢ଼ିବାକୁ ଚେଷ୍ଟା କରିଥିଲି । ସେହିଠାରେ ମୁଁ ଭୁଲ କରିଥିଲି । ଆମର ସମ୍ପୂର୍ଣ୍ଣ ଧାନ ରେସ୍ ଶେଷ କରିବା ଉପରେ ରହିବାର ଥିଲା । ଏହି ସପ୍ତାହରେ ମୋଟାମୋଟି ଭାବେ ଯାହା ମିଳିଲା ସେଥିରେ ଆମେ ଖୁସି ।’’

ଜୋଆନ୍ ମିର୍ କହିଛନ୍ତି ଯେ ଆଜିର ରେସ୍ ବହୁତ ଭଲ ଥିଲା । ପଂଚମ ସ୍ଥାନରେ ରହିବା ସହ ପ୍ରଦର୍ଶନକୁ ନେଇ ମୁଁ ବହୁତ ଖୁସି । ଟିମ୍ ଓ ମୁଁ ବାଇକ୍‌କୁ ଭଲ ଭାବେ ବୁଝିପାରିଛୁ । ରେସ୍ ଶେଷ ଆଡ଼କୁ ଛୋଟ କାରଣ ପାଇଁ ମୁଁ ଫାବିଓଙ୍କଠାରୁ ପଛରେ ରହିଗଣି । ମୁଁ ଭାରତରେ ମୋ ରେସ୍‌କୁ ଉପଭୋଗ କରିଛି । ସେହି ସଫଳତାକୁ ଜାପାନରେ ଦୋହରାଇବି ।’’

Pos. Rider Num Nation Points Team Constructor Time/Gap
1 BEZZECCHI Marco 72 ITA 25 Mooney VR46 Racing Team Ducati 36’59.157
2 MARTIN Jorge 89 SPA 20 Pramac Racing Ducati 8.649
3 QUARTARARO Fabio 20 FRA 16 Monster Energy Yamaha MotoGP Yamaha 8.855
4 BINDER Brad 33 RSA 13 Red Bull KTM Factory Racing KTM 12.643
5 MIR Joan 36 SPA 11 Repsol Honda Team Honda 13.214
6 ZARCO Johann 5 FRA 10 Pramac Racing Ducati 14.673
7 MORBIDELLI Franco 21 ITA 9 Monster Energy Yamaha MotoGP Yamaha 16.946
8 VINALES Maverick 12 SPA 8 Aprilia Racing Aprilia 17.191
9 MARQUEZ Marc 93 SPA 7 Repsol Honda Team Honda 19.118
10 FERNANDEZ Raul 25 SPA 6 RNF MotoGP Team Aprilia 26.504
11 NAKAGAMI Takaaki 30 JPN 5 LCR Honda Honda 28.521
12 OLIVEIRA Miguel 88 POR 4 RNF MotoGP Team Aprilia 29.088
13 ESPARGARO Pol 44 SPA 3 Tech3 GASGAS Factory Racing KTM 29.728
14 MILLER Jack 43 AUS 2 Red Bull KTM Factory Racing KTM 31.324
15 BRADL Stefan 6 GER 1 LCR Honda Honda 35.782
16 PIRRO Michele 51 ITA 0 Ducati Lenovo Team Ducati 49.242
17 DI GIANNANTONIO Fabio 49 ITA DNF Team Gresini Racing MotoGP Ducati DNF
18 BAGNAIA Francesco 1 ITA DNF Ducati Lenovo Team Ducati DNF
19 ESPARGARO Aleix 41 SPA DNF Aprilia Racing Aprilia DNF
20 FERNANDEZ Augusto 37 SPA DNF Tech3 GASGAS Factory Racing KTM DNF
Share

Leave a Reply

Your email address will not be published. Required fields are marked *

fourteen − 3 =