ଆର୍ଜେଂଟିନା ଫୁଟବଲ ସଂଘ ଓ ଟାଟା ଗ୍ଲୋକୋ+ ସହଯୋଗିତାରେ “ଟାଟା ଗ୍ଲୁକୋ+ ସ୍ପୋର୍ଟସ୍ ଡ୍ରିଙ୍କ୍‌”ର ଶୁଭାରମ୍ଭ

ଭୁବନେଶ୍ୱର : ଭାରତରେ ଆର୍ଜେଂଟିନା ଫୁଟବଲ ସଂଘ (ଏଏଫ୍‌ଏ)ର ଆଂଚଳିକ ପ୍ରାୟୋଜକ ଟାଟା ଗ୍ଲୁକୋ+ ଓ ଆର୍ଜେଂଟିନା ଫୁଟବଲ ସଂଘର ମିଳିତ ସହଯୋଗରେ କଂପାନି ଏକ ନୂଆ ପାନୀୟ ଟାଟା ଗ୍ଲୁକୋ+ ସ୍ପୋର୍ଟସ୍ ଡ୍ରିଙ୍କ୍‌ର ଶୁଭାରମ୍ଭ କରିଛି । ଏହି ସହଯୋଗିତା ଜରିଆରେ ଏକ ଉତମ ଜୀବନଶୈଳୀର ପ୍ରସାର କରିବା ଓ ଗ୍ରାହକଙ୍କ ଅନୁଭୂତିରେ ଉନ୍ନତି ଆଣିବାକୁ ଟାଟା କଂଜ୍ୟୁମର ପ୍ରଡକ୍ଟସ୍ ପ୍ରତିବଦ୍ଧ ରହିଛି । ଭାରତ ଭଳି ଏକ ବଡ଼ ବଜାରରେ ଆର୍ଜେଂଟିନା ଜାତୀୟ ଫୁଟବଲ୍ ଟିମ୍ ଏହାର ଉପସ୍ଥିତି ବଢ଼ାଉଥିବା ଦୃଷ୍ଟିରୁ ଏହି ସହଯୋଗିତା ବେଶ ଗୁରୁତ୍ୱପୂର୍ଣ୍ଣ । ୨୦୨୧ରୁ ସଂଘ ଏହାର ବାଣିଜ୍ୟିକ ସମ୍ପ୍ରସାରଣ ଭାରତରେ ଆରମ୍ଭ କରିଥିଲା ।
ଏଏଫ୍‌ଏର ସଭାପତି କ୍ଲାଉଡିଓ ତାପିଆ କହିଛନ୍ତି ଯେ, “ଭାରତର ଅନ୍ୟତମ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଓ ଏକ ସାମଗ୍ରିକ ସଂସ୍ଥା ଟାଟା ସହିତ ସହଯୋଗିତା ସ୍ଥାପନ କରି ଆମେ ବେଶ ଖୁସି । ଟାଟା ଗ୍ଲୁକୋ ହେଉଛି ଆମ ବିଶ୍ୱ ଶୃଙ୍ଖଳାରେ ଆମର ଆଂଚଳିକ ପ୍ରାୟୋଜକର ଏକ ଅଂଶ ଏବଂ ବିଶ୍ୱକପ୍ ପରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟରେ ଆର୍ଜେଂଟିନା ଫୁଟବଲ୍ ସଂଘକୁ ତାହା ସହଯୋଗ ପ୍ରଦାନ କରିିଥିଲା । ଏଏଫ୍‌ଏର ଆନ୍ତର୍ଜାତିକ ସମ୍ପ୍ରସାରଣ ସହ ଏକ ପ୍ରକୃତ ମାଇଲଖୁଂଟ ହାସଲ ହେବା ସହ ଭାରତ ଭଳି ଗୁରୁତ୍ୱପୂର୍ଣ୍ଣ ବଜାରରେ ନୂଆ ସୁଯୋଗ ସୃଷ୍ଟି ହେବ । ଏହି ସହଯୋଗିତା ଆମକୁ ବିଶ୍ୱ ଫୁଟବଲ୍ ପରିବେଶରେ ନେତୃତ୍ୱ ସ୍ଥିତି ସୁଦୃଢ଼ କରିବାର ସୁଯୋଗ ପ୍ରଦାନ କରିଛି । ଟାଟାର ପ୍ରଥମ ଡିଭିଜନ ଭାବେ ଟାଟା ଗ୍ଲୁକୋ+କୁ ଆମେ ଆମ ପରିବାରକୁ ସ୍ୱାଗତ କରୁଛୁ ।’’
ଏହି ସହଯୋଗିତା ସମ୍ପର୍କରେ ନୌରିସ୍‌କୋ ବେଭରେଜେସ୍ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିକ୍ରମ ଗ୍ରୋଭର କହିଛନ୍ତି ଯେ, “ଲିଓନେଲ ମେସି, ଆଞ୍ଜେଲ ଡି ମାରିଆ ଓ ଏଞ୍ଜୋ ଫର୍ଣ୍ଣାଣ୍ଡେଜ୍‌ଙ୍କ ଭଳି ଉଲ୍ଲେଖନୀୟ ଖେଳାଳି ଥିବା ବିଶ୍ୱ ଚମ୍ପିଆନ୍ ଆର୍ଜେଂଟିନା ଦଳର ଆଂଚଳିକ ପ୍ରାୟୋଜକ ହୋଇଥିବାରୁ ଆମେ ବହୁତ ଖୁସି । ଫୁଟବଲ୍ ଜାତୀୟ ସୀମା ଓ ସାଂସ୍କୃତିକ ଅନ୍ତରକୁ ଦୂର କରିଥାଏ । ଆର୍ଜେଂଟିନା ଫୁଟବଲ ଟିମ୍ ସହିତ ଆମ ସହଯୋଗିତା ଏବଂ ସାରା ଦୁନିଆର ଗ୍ରାହକଙ୍କୁ ଭଲ ଲାଗୁଥିବା ଭଳି ଭିନ୍ନ ଉତ୍ପାଦ ଓ ଅନୁଭୂତି ପ୍ରଦାନ କରିବା ଆମ ପ୍ରତିବଦ୍ଧତାକୁ ଦର୍ଶାଉଛି । ସମୃଦ୍ଧ ଇତିହାସ ଓ ବିଶ୍ୱ ମାନଚିତ୍ରର ସମିଶ୍ରଣକୁ ଏହା ଉପସ୍ଥାପିତ କରୁଛି । ଏହି ସହଯୋଗିତା ଫୁଟବଲ୍ ଟିମ୍‌ର ଶକ୍ତି ସାମର୍ଥ ଏବଂ ଭାରତୀୟ ଗ୍ରାହକଙ୍କ ଅଭିଳାଷ ପୂରଣ କରିବା ସହ ନବସୃଜନ, ଉଚ୍ଚ ମାନର ଉତ୍ପାଦ ପ୍ରଦାନ ପାଇଁ ଟାଟାର ରହିଥିବା ମୂଲ୍ୟବୋଧକୁ ଏହା ପାଳନ କରୁଛି ।”

ଏଏଫ୍‌ଏର କମର୍ସିଆଲ୍ ଓ ମାର୍କେଟିଂ ନିର୍ଦ୍ଦେଶକ ଲିଣ୍ଡ୍ରୋ ପିଟରସନ୍ କହିଛନ୍ତି ଯେ, “ବ୍ରାଣ୍ଡ୍‌କୁ ବିଶ୍ୱସ୍ତରରେ ସମ୍ପ୍ରସାରଣ କରିବା ଦିଗରେ ଏଏଫ୍‌ଏର କଠିନ ପରିଶ୍ରମକୁ ଦର୍ଶାଉଛି ଟାଟା ସହିତ ଆଂଚଳିକ ପ୍ରାୟୋଜକ ସହଯୋଗିତା । ଚୀନ୍ ଓ ମଧ୍ୟପ୍ରାଚ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ବଜାର ଚିହ୍ନଟ କରିବା ପରେ ଭାରତ ହେଉଛି ଆମ ସଂଘ ପାଇଁ ଅନ୍ୟତମ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବଜାର । ଏହି ସହଯୋଗିତା ପରେ ଟାଟା ଗ୍ଲୁକୋ+ ସ୍ପୋର୍ଟସ୍ ଡ୍ରିଙ୍କ ଆର୍ଜେଂଟିନା ଫୁଟବଲ୍ ଖେଳାଳିଙ୍କ ନିକଟତର ହୋଇପାରିବ ଏବଂ ଏହି ସୁଯୋଗ ପାଇଁ ଆମେ ଟାଟା ଭଳି ଐତିହାସିକ ଓ ପ୍ରମୁଖ ବ୍ରାଣ୍ଡ୍‌କୁ ଧନ୍ୟବାଦ ଜଣାଉଛୁ । ଏଏଫ୍‌ଏ ଓ ଟାଟା ମିଳିତ ଭାବେ ବାଣିଜ୍ୟିକ ଓ ମାର୍କେଟିଂ ପଦକ୍ଷେପ ବିକାଶ କରିବେ ଯାହା ଭାରତରେ ଉଭୟ ବ୍ରାଣ୍ଡ୍‌ର ଶକ୍ତି ବଢ଼ାଇବ । ଟାଟା ଗ୍ଲୁକୋ+ ସହ ଏହି ସହଯୋଗିତା ଜରିଆରେ ଆମେ ଅଗ୍ରଣୀ ବ୍ରାଣ୍ଡ୍ ସହ ନୂଆ ଓ ଗୁରୁତ୍ୱପୂର୍ଣ୍ଣ ବଜାରରେ ପ୍ରବେଶ କରିବାର ମୂଲ୍ୟବାନ ଲକ୍ଷ୍ୟ ହାସଲ କରୁଛୁ ।”

Share

Leave a Reply

Your email address will not be published. Required fields are marked *

3 + six =