୧୦୧ ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରାଯିବ :ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର()  ଏଣିକି ରାଜ୍ୟର ସବୁ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଦିଆଯିବ ସ୍ପୋକନ ଇଂଲିଶ ଶିକ୍ଷା । ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ମଧ୍ୟରେ ଆଗ୍ରହ ସୃ୍ଷ୍ଟି କରିବାକୁ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏହି ବିଦ୍ୟାଳୟ ଗୁଡିକରେ ପ୍ରଥମ ଶ୍ରେଣୀରୁ ଇଂଲିଶ ମିଡିୟମ ସେକ୍ସନ ଖୋଲାଯିବ । ଏପରିକି ଏହି ବିଦ୍ୟାଳୟ ଗୁଡିକର ଭିତ୍ତିଭୂମିର ବିକାଶ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ ।

ଶିକ୍ଷାଦାନରେ ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱର ବିକାଶ ପାଇଁ ବିଭିନ୍ନ କାର୍ୟ୍ୟକ୍ରମ କରୁଛନ୍ତି ରାଜ୍ୟ ସରକାର । ଏହାଛଡା ୨୦ରୁ କମ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡିକୁ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ମିଶାଇ ଦେବାକୁ ନିଷ୍ପତି ନିଆଯାଇଛି । ଏହାଦ୍ୱାରା ଶିକ୍ଷକ ଅଭାବ ସମସ୍ୟା ଦୂର ହେବା ସହ ଶିକ୍ଷାଦାନରେ ବଡ ପରିବର୍ତ୍ତନ ଆସିପାରିବ ।

ସେହିଭଳି ଫନି ପ୍ରଭାବିତ ୫ ଜିଲ୍ଲାର କ୍ଷତିଗ୍ରସ୍ତ ବ୍ଲକଗ୍ରାଣ୍ଟ ସ୍କୁଲରେ ଯଦି ଅଧିକ ପିଲା ପାଠ ପଢୁଥାନ୍ତି ଓ ନିକଟରେ କୌଣସି ସରକାରୀ ବିଦ୍ୟାଳୟ ନଥାଏ । ତେବେ ଏ କ୍ଷେତ୍ରରେ ବ୍ଲକଗ୍ରାଣ୍ଟ ସ୍କୁଲ ଗୁଡିକର ମରାମତି ଓ ପୁନଃନିର୍ମାଣ ପାଇଁ ପାଣ୍ଠି ଯୋଗାଇ ଦିଆଯିବ ।

Share

Leave a Reply

Your email address will not be published. Required fields are marked *

ten + seven =