ଝାରସୁଗୁଡ଼ା ନିର୍ବାଚନ ଫଳାଫଳ : ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ; ଜାଣନ୍ତୁ କିଏ ଆଗରେ କିଏ ପଛରେ

ଝାରସୁଗୁଡ଼ା ନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି ରହିଛି । ଏହାରି ଭିତରେ ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିଛି । ପ୍ରଥମ ରାଉଣ୍ଡର ଗଣତିରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ତାଙ୍କର ନିକଟତମ  ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୨୭୦୬ ଭୋଟରେ ଆଗୁଆ ଅଛନ୍ତି । ପ୍ରଥମ ରାଉଣ୍ଡରେ ବିଜେଡିକୁ ୫୯୪୪ ଖଣ୍ଡ  ଭୋଟ୍ ମିଳିଥିବା ବେଳେ ବିଜେପିକୁ ମିଳିଛି ୩୨୩୮ଟି ଭୋଟ୍ । ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ପ୍ରଥମ ରାଉଣ୍ଡରେ ମାତ୍ର ୧୨୩ ଖଣ୍ଡ ଭୋଟ ମିଳିଛି ।

ଝାରସୁଗୁଡ଼ାରେ ବାଲଟ୍ ଭୋଟ ଗଣତି ପରେ ଚାଲିଛି ଇଭିଏମ କାଉଣ୍ଟିଂ ଚାଲିଛି । ମୋଟ୍ ୧୪ଟି ଟେବୁଲରେ ୧୮ ରାଉଣ୍ଡରେ ଗଣତି ହେବ । ଗୋଟିଏ କାଉଟିଙ୍ଗ ଟେବୁଲରେ ପୋଷ୍ଟାଲ ବାଲାଟ ଗଣନା ହେବ । ୨୫୩ ବୁଥ ଥିବାରୁ ୧୯ ରାଉଣ୍ଡ ଗଣନା ହୋଇପାରେ । ସଂଧ୍ୟା ୪ଟାରୁ ୬ଟା ଭିତରେ ଫଳାଫଳ ଆସିବା ନେଇ କହିଛନ୍ତି ସିଇଓ । ମତ ଗଣନାକୁ ତଦାରଖ କରିବା ଲାଗି ସେଂଟ୍ରାଲ ଅବଜରଭର ଉପସ୍ଥିତ ରହିବେ ।

Share

Leave a Reply

Your email address will not be published. Required fields are marked *

two + 20 =