ରିପୋର୍ଟର ତର୍ଜମା ପରେ ନିଆଯିବ କାର୍ୟ୍ୟାନୁଷ୍ଠାନ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର() ବେଆଇନ ଭାବେ କିଡନୀ ଚୋରି ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ସଂପୂର୍ଣ୍ଣ ଘଟଣା ସଂପର୍କରେ ଅନୁଧ୍ୟାନ କରିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ରିପୋର୍ଟ ଆସିଲେ ତର୍ଜମା କରାଯିବ ଏବଂ କାର୍ୟ୍ୟାନୁଷ୍ଠାନ ନିଆଯିବ ।

ସୂଚନାଅନୁସାରେ ୨୦୧୩ ମସିହାରେ ବରଗଡ ଜିଲ୍ଲାର ଅନୀଲ କୁମାର ସ୍ୱାମୀଙ୍କ କିଡନୀକୁ ବେଆଇନ ଭାବେ ତାଙ୍କ ପଡୋଶୀ ରାଘବ ଦୋରାଙ୍କଠାରେ ଆପୋଲୋ ହସ୍ପିଟାଲରେ ପ୍ରତିରୋପଣ କରାଯାଇଥିଲା । ଏନେଇ ୨୦୧୬ରେ ଜାନୁୟାରୀ ୩ ତାରିଖରେ ଅନିଲ ବରଗଡ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଦୁଇ ଦିନ ତଳେ ଆପୋଲୋ ହସ୍ପିଟାଲ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ ଜାତୀୟ ମାନବାଧିକାର କମିସନ । ପୁଣି ମୁଖ୍ୟ ଶାସନ ସଚିବଙ୍କୁ ଆପୋଲୋ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ ଏନଏଚଆରସି । ମେଡିକାଲର ପଂଜିକରଣ ରଦ୍ଦ କରିବା ସହ ପୀଡିତଙ୍କୁ କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

seventeen − fourteen =