ନାୟରା ଏନର୍ଜିର “ସବ୍ କି ଜିତ୍ ଗ୍ୟାରେଟିଂ” ସ୍କିମ୍‌

ଉତ୍ସବକୁ ବଢ଼ାଇବା ପାଇଁ ନିଶ୍ଚିତ ଇନ୍ଧନ ଭାଉଚର
ଭୁବନେଶ୍ୱର: ନାୟରା ଏନର୍ଜି ପକ୍ଷରୁ “ସବ୍ କି ଜିତ ଗ୍ୟାଏରେଟିଂ” ସ୍କିମ୍ ଘୋଷଣା କରାଯାଇଛି ଯାହାର ପ୍ରାଥମିକ ଲକ୍ଷ୍ୟ ହେଉଛି ଗ୍ରାହକମାନଙ୍କୁ ସ୍ୱତନ୍ତ୍ର ଓ ରିୱାର୍ଡିଂ ଅନୁଭୂତି ପ୍ରଦାନ କରିବା । ଏହି ସ୍କିମର ଏକ ଅଂଶ ସ୍ୱରୂପ, ପ୍ରତ୍ୟେକ ଗ୍ରାହକ କେବଳ ଏକ ସ୍ୱତନ୍ତ୍ର ଉତ୍ସବ ଋତୁ ଉପଭୋଗ କରିବେ ନାହିଁ, ବରଂ ୨୦୦ ଟଙ୍କା ଏବଂ ତାଠାରୁ ଅଧିକ ପେଟ୍ରୋଲ କ୍ରୟ ଉପରେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ନିଶ୍ଚିତ ଇନ୍ଧନ ଭାଉଚର ମଧ୍ୟ ପାଇବେ । ଇନ୍ଧନ ଭାଉଚର ବ୍ୟତୀତ ଗ୍ରାହକମାନେ ସ୍ମାର୍ଟଫୋନ୍‌, ୨ ଚକିଆ ଯାନଠାରୁ ଆରମ୍ଭ କରି କାର୍ ପର୍ଯ୍ୟନ୍ତ ବିଭିନ୍ନ ସାମଗ୍ରୀ ସମେତ ସମ୍ମାନଜନକ ପୁରସ୍କାର ଜିତିବାର ସୁଯୋଗ ପାଇବେ । ପାର୍ବଣ ଋତୁରେ ପ୍ରିୟଜନଙ୍କ ସହ ମିଶିବାର ଖୁସି ବଢ଼ାଇବା ଲାଗି ଏହି ପ୍ରୟାସ ଆରମ୍ଭ ହୋଇଛି । ପର୍ବପର୍ବାଣୀ ସର୍ବଦା ଲୋକଙ୍କୁ ଏକାଠି କରିବାର ଅବସର ଆଣିଥାଏ, ଏବଂ ନୟରା ଏନର୍ଜି ଏହି ହୃଦୟସ୍ପର୍ଶୀ ପ୍ରଥାର ଅଂଶ ହୋଇ ବେଶ ଆନନ୍ଦିତ ।
ନୟରା ଏନର୍ଜିର ମୁଖ୍ୟ ମାର୍କେଟିଂ ଅଫିସର ମଧୁର ତନେଜା କହିଛନ୍ତି ଯେ,“ପର୍ବପର୍ବାଣି ଋତୁରେ ନୟାରା ଏନର୍ଜି ଆମର ପ୍ରିୟ ଗ୍ରାହକଙ୍କ ପାଇଁ ପ୍ରଚୁର ଆନନ୍ଦ ଓ ଉତ୍ସବ ଆଣିବା ପାଇଁ ସମର୍ପିତ ରହିଛି । “ସବ୍ କି ଜିତ୍ ଗ୍ୟାରେଟିଂ” ସ୍କିମ ସହିତ ଆମର ମୂଳ ଉଦ୍ଦେଶ୍ୟ ହେଉଛି ଉତ୍ସବର ମନୋଭାବ ସହିତ ଅନ୍ତର୍ନିହିତ ଭାବରେ ଜଡ଼ିତ ଆନନ୍ଦ ଏବଂ ଉତ୍ସାହକୁ ବୃଦ୍ଧି କରିବା । ଏହି ପଦକ୍ଷେପ ଆମର ଗ୍ରାହକମାନଙ୍କୁ ଏକ ଅସାଧାରଣ ପାର୍ବଣ ଋତୁ ସୁନିଶ୍ଚିତ କରିବା ପାଇଁ ଆମର ଅତୁଟ ପ୍ରତିବଦ୍ଧତାକୁ ଦର୍ଶାଉଛି ।”
ଏହି ସ୍କିମରେ ଗ୍ୟାରେଂଟେଡ୍ ଇନଷ୍ଟାଂଟ୍ ଫୁଏଲ ଭାଉଚର ସୁବିଧା ରହିଛି ଯେଉଁଥିରେ ପେଟ୍ରୋଲ ଉପରେ ସର୍ବନିମ୍ନ ୨୦୦ ଟଙ୍କା କ୍ରୟ କରିବା ପରେ ଗ୍ରାହକଙ୍କୁ ତୁରନ୍ତ ଇନ୍ଧନ ଭାଉଚର ମିଳିବ । ନିଶ୍ଚିତ ଇନ୍ଧନ ଭାଉଚର ବ୍ୟତୀତ ଗ୍ରାହକଙ୍କ ପାଖରେ ସ୍ମାର୍ଟଫୋନ୍‌, ଦୁଇ ଚକିଆ ଯାନ ଏବଂ କାର୍ ଜିତିବାର ରୋମାଞ୍ଚକର ସୁଯୋଗ ରହିଛି । ପ୍ରତ୍ୟେକ ୨୦୦ ଟଙ୍କା କିମ୍ବା ତା\’ଠାରୁ ଅଧିକ ମୂଲ୍ୟର ଇନ୍ଧନ କ୍ରୟ ଉପରେ ଗ୍ରାହକଙ୍କୁ ଏକ ଲକି ଡ୍ରରେ ସ୍ୱୟଂଚାଳିତ ପ୍ରବେଶ ଯୋଗ୍ୟତା ମିଳିବ ଯେଉଁଠାରେ ଏହି ଆଶ୍ଚର୍ଯ୍ୟଜନକ ପୁରସ୍କାର ଜିତିବାର ସୁଯୋଗ ରହିଛି ।
ଶକ୍ତି କ୍ଷେତ୍ରରେ ଉଦ୍ଭାବନ ଏବଂ ଗ୍ରାହକଙ୍କ ଦ୍ୱାରା ପରିଚାଳିତ ପଦକ୍ଷେପରେ ନାୟରା ଏନର୍ଜି ସବୁଠାରୁ ଆଗରେ ରହିଛି । ଅଭିନବ କାର୍ଯ୍ୟକ୍ରମ ଏବଂ ଅଫର ସହିତ ଗ୍ରାହକଙ୍କ ଅଭିଜ୍ଞତାକୁ ବଢାଇବା ପାଇଁ କମ୍ପାନୀ ନିରନ୍ତର ପ୍ରୟାସ କରୁଛି । ଅନନ୍ୟ ପ୍ରୋତ୍ସାହନ, ସ୍ଥାୟୀ ଅଭ୍ୟାସ କିମ୍ବା ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ନୟରା ଏନର୍ଜି ସର୍ବଦା ବିକଶିତ ହେଉଥିବା ଶକ୍ତି କ୍ଷେତ୍ରରେ ମୂଲ୍ୟ ଏବଂ ଉତ୍କର୍ଷତା ପ୍ରଦାନ କରି ସମସ୍ତଙ୍କ ପାଇଁ ଏକ ଉଜ୍ଜ୍ୱଳ ଏବଂ ଅଧିକ ସ୍ଥାୟୀ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ଉତ୍ସର୍ଗୀକୃତ ।

Share

Leave a Reply

Your email address will not be published. Required fields are marked *

18 + one =