ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ଏମଡି ଏବଂ ସିଇଓ ଶ୍ରୀ ଆଶିଷ କୁମାର ଚୌହାନଙ୍କ ନିବେଶକମାନଙ୍କୁ ବାର୍ତା

ଭୁବନେଶ୍ୱର: ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ମୁହୁରତ ଟ୍ରେଡିଂ ଆମର ମିଳିତ ଆର୍ôଥକ ଆକାଂକ୍ଷାର ପ୍ରମାଣ । ଏହି ଜୀବନ୍ତ ବଜାରର ହୃଦୟରେ, ଦୀପାବଳି ଆଲୋକ ଝଲସିବା ସହିତ, ଆମେ ସାବଧାନ ବିକଳ୍ପ ଏବଂ ରଣନୈତିକ ପୁଞ୍ଜିନିବେଶର ଯାତ୍ରା ଆରମ୍ଭ କରିଥାଉ । ଏହି ଶୁଭ ସମୟରେ କରାଯାଇଥିବା ପ୍ରତ୍ୟେକ କାରବାର ନିବେଶକଙ୍କ ମଧ୍ୟରେ ଅଭିବୃଦ୍ଧି ଏବଂ ଏକତାର ଭାବନାର ପ୍ରତିଶ୍ରୁତି ପ୍ରଦାନ କରିଥାଏ । ଏନଏସଇ ନିବେଶକମାନଙ୍କୁ କେବଳ ପଞ୍ଜୀକୃତ ମଧ୍ୟସ୍ଥିମାନଙ୍କ ସହିତ କାରବାର କରିବାକୁ ଏବଂ ଅନିୟନ୍ତ୍ରିତ ଉତ୍ପାଦରେ କାରବାରରୁ ଦୂରେଇ ରହିବାକୁ ଉତ୍ସାହିତ କରେ । ଷ୍ଟକ ବଜାର ଦୀର୍ଘମିଆଦୀ ସମ୍ପତି ସୃଷ୍ଟି ପାଇଁ ଉଦ୍ଦିଷ୍ଟ । ଏକ ଅପ୍ରୀତିକର ଅନୁଭୂତି ପ୍ରଭାବିତ ନିବେଶକମାନଙ୍କୁ ପୁଣି ଥରେ ଷ୍ଟକ ବଜାରରେ ପ୍ରବେଶ କରିବାକୁ ନିରୁତ୍ସାହିତ କରିଥାଏ । ଡେରିଭେଟିଭ୍ସରେ ଅଧିକ ବିପଦ ଥିବାରୁ ଖୁଚୁରା ନିବେଶକଙ୍କ ଦ୍ୱାରା ଡେରିଭେଟିଭର କାରବାରକୁ ଏଡ଼ାଇ ଦିଆଯିବା ଉଚିତ । ଜଣେ ଦୀର୍ଘମିଆଦୀ ନିବେଶକ ହୁଅନ୍ତୁ । ଭାରତର ଅଭିବୃଦ୍ଧି କାହାଣୀରେ ଅଂଶଗ୍ରହଣ କରିବାପାଇଁ ଏହା ହେଉଛି ସର୍ବୋତମ ଉପାୟ । ବାଣିଜ୍ୟ ଅନୁକୂଳ ହେଉ, ନିବେଶ ଫଳପ୍ରଦ ହେଉ ଏବଂ ଦୀପାବଳିର ଭାବନା ଆମକୁ ପ୍ରଚୁରତା ଏବଂ ଆର୍ôଥକ ସଫଳତା ଦିଗରେ ମାର୍ଗଦର୍ଶନ କରୁ । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ମୁହୂରତ ଟ୍ରେଡିଂର ଶୁଭେଚ୍ଛା ଯେଉଁଠାରେ ପ୍ରତ୍ୟେକ କାରବାର ଏକ ସୁଦୃଢ଼, ଧନୀ ଭବିଷ୍ୟତ ନିର୍ମାଣ ପାଇଁ ଆମର ସାମୂହିକ ସଂକଳ୍ପକୁ ସୂଚାଉଛି ।

Share

Leave a Reply

Your email address will not be published. Required fields are marked *

11 − 8 =