ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ନୂଆ ସିବି୩୫୦ ଉନ୍ମୋଚିତ

ଭୁବନେଶ୍ୱର: ପ୍ରିମିୟମ୍ ମଧ୍ୟମ ଆକାର ୩୫୦ ସିସି ମୋଟରସାଇକଲ୍ ବର୍ଗରେ ନିଜ ସ୍ଥିତିକୁ ସୁଦୃଢ଼ କରି ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚଏମଏସଆଇ) ପକ୍ଷରୁ ନୂଆ ରେଟ୍ରୋ କ୍ଲାସିକ୍ସିବି୩୫୦କୁ ଉନ୍ମୋଚନ କରାଯାଇଛି ଯାହା ହେଉଛି ପ୍ରଯୁକ୍ତି ଓ ପ୍ରଦର୍ଶନର ଏକ ଚମତ୍କାର ସମିଶ୍ରଣ । ହୋଣ୍ଡା ସିବି୩୫୦କୁ ଆକର୍ଷଣୀୟ ମୂଲ୍ୟ ୧,୯୯,୯୦୦ ଟଙ୍କାରେ ଉନ୍ମୋଚନ କରାଯାଇଛି । ଗ୍ରାହକମାନେ ନିକଟସ୍ଥ ବିଗ୍‌ୱିଙ୍ଗ୍ ଡିଲର୍‌ସିପ୍‌ରେ ପହଂଚି ଏହାର ବୁକିଂ କରିପାରିବେ । ଖୁବ୍‌ଶୀଘ୍ର ଏହାର ଡେଲିଭରି ଆରମ୍ଭ କରାଯିବ ।
ଏ ସମ୍ପର୍କରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ ଶ୍ରୀ ସୁସ୍ତୁମୁ ଓଟାନି କହିଛନ୍ତି ଯେ,“ନୂଆ ସିବି୩୫୦ର ଉନ୍ମୋଚନ ସହିତ ମଧ୍ୟମ ଆକାର ୩୫୦ ସିସି ମୋଟରସାଇକଲ ବର୍ଗକୁ ସମ୍ପ୍ରସାରଣ କରିଥିବାରୁ ଆମେ ବହୁତ ଖୁସି । ହୋଣ୍ଡାର ସିବି ଡିଏନ୍‌ଏର ସମୃଦ୍ଧ ପରମ୍ପରାକୁ ଗର୍ବର ସହିତ ଏହା ଆଗକୁ ବଢ଼ାଇଛି ଏବଂ ଏହା ଗ୍ରାହକମାନଙ୍କୁ ଗାଡ଼ିଚାଳନାର ଖୁସି ପ୍ରଦାନ କରିବ । ଆମର ବିଶ୍ୱାସ ରହିଛି ଯେ ଏହି ରେଟ୍ରୋ କ୍ଲାସିକ୍ ମୋଟରସାଇକଲ୍‌ର ଉନ୍ମୋଚନ ନୂଆ ଗ୍ରାହକମାନଙ୍କୁ ବର୍ଦ୍ଧିତ ସିବି ପରିବାରରେ ଯୋଗ ଦେବାକୁ ଉତ୍ସାହିତ କରିବ ।”

ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ସେଲ୍‌ସ ଆଣ୍ଡ୍ ମାର୍କେଟିଂ ନିର୍ଦ୍ଦେଶକ ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ,“ସମ୍ପୂର୍ଣ୍ଣ ନୂଆ ସିବି୩୫୦ର ଉନ୍ମୋଚନ ଆମର ସମୃଦ୍ଧ ପ୍ରିମିୟମ ମୋଟରସାଇକଲ ବ୍ୟବସାୟ କ୍ଷେତ୍ରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ । ଏହାର ଉନ୍ମୋଚନ ପରଠାରୁ ହୋଣ୍ଡାର ମଧ୍ୟମ ଓଜନର ୩୫୦ ସିସି ମୋଟରସାଇକଲ୍ ବିଭିନ୍ନ ବଜାରରେ ଗ୍ରାହକମାନଙ୍କୁ ଉଲ୍ଲସିତ କରିଛି । ଆମର ବ୍ୟାପକ ପ୍ରିମିୟମ ବିଗୱିଙ୍ଗ ଡିଲରସିପ୍ ନେଟୱର୍କ ସହ ଆମର ବିଶ୍ୱାସ ରହିଛି ଯେ ନୂଆ ସିବି୩୫୦ ଗ୍ରାହକମାନଙ୍କୁ ଉଲ୍ଲେଖନୀୟ ଅନୁଭୂତି ପ୍ରଦାନ କରିବ । ବୁକିଂ ଆରମ୍ଭ ହୋଇଛି ଓ ଏହାର ଡେଲିଭରି ଶୀଘ୍ର ଆରମ୍ଭ ହେବ ।”
ନୂଆ ସିବି ୩୫୦ରେ ରହିଛି ସମ୍ପୂର୍ଣ୍ଣ ଏଲ୍‌ଇଡି ଲାଇଟ୍ ବ୍ୟବସ୍ଥା, ରେଟ୍ରୋ ଲୁକ୍‌, ମେଟାଲ୍ ଫେଣ୍ଡର, ଡିଜିଟାଲ ଆନାଲଗ ଇନଷ୍ଟ୍ରୁମେଂଟ କ୍ଲଷ୍ଟର, ଆସିଷ୍ଟ ଆଣ୍ଡ୍ ସ୍ଲିପର କ୍ଲଚ୍‌, ହୋଣ୍ଡା ସିଲେକ୍ଟେବଲ୍ ଟର୍କ କଂଟ୍ରୋଲ, ଏମର୍ଜେନ୍ସି ଷ୍ଟପ ସିଗ୍ନାଲ, ଟେଲିସ୍କୋପିକ୍ ସାମ୍ନା ଫର୍କ, ନାଇଟ୍ରୋଜେନ ଚାର୍ଜଡ୍ ପଛ ସସ୍‌ପେନ୍‌ସନ, ଡିସ୍ ବ୍ରେକ୍‌, ଡୁଆଲ ଚ୍ୟାନେଲ୍ ଏବିଏସ୍‌, ୩୪୮.୩୬ ସିସି ଏୟାର କୁଲଡ୍‌, ୪ ଷ୍ଟ୍ରୋକ୍ ସିଙ୍ଗିଲ ସିଲିଣ୍ଡର ବିଏସ୍‌-୬ ଓବିଡି୨ ନିୟମ ପାଳନ କରୁଥିବା ପିଏମ୍‌ଜି-ଏଫ୍‌ଆଇ ଇଂଜିନ । ଏହା ପାଂଚଟି ଆକର୍ଷଣୀୟ ରଙ୍ଗ ପ୍ରିସିୟସ୍ ରେଡ୍ ମେଟାଲିକ୍‌, ପର୍ଲ ଇଗ୍ନିଅସ ବ୍ଲାକ୍‌, ମ୍ୟାଟ୍ କ୍ରଷ୍ଟ ମେଟାଲିକ୍‌, ମ୍ୟାଟ ମାର୍ସଲ ଗ୍ରିନ ମେଟାଲିକ ଓ ମ୍ୟାଟ୍ ଡ୍ୟୁନ ବ୍ରାଉନ ରଙ୍ଗରେ ଉପଲବ୍ଧ ହୋଇଛି । ଏହା ସିବି୩୫୦ ଡିଏଲ୍‌ଏକ୍ସ ଓ ସିବି୩୫୦ ଡିଏଲ୍‌କ୍ସ ପ୍ରୋ ଭଳି ଦୁଇଟି ଭାରିଆଂଟ୍‌ରେ ୧୦ ବର୍ଷ(୩+୭ ବର୍ଷ)ର ୱାରେଟିଂ ପ୍ୟାକେଜ୍ ସହ ଉପଲବ୍ଧ ।

Share

Leave a Reply

Your email address will not be published. Required fields are marked *

fourteen + 2 =