ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ନୂଆ ସ୍ପୋର୍ଟି, ଉନ୍ନତ ଡିଓ ୧୨୫ ଉନ୍ମୋଚିତ

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ନୂଆ ସ୍ପୋର୍ଟି, ଉନ୍ନତ ଓ ଡିଓ ୧୨୫କୁ ଭାରତରେ ଉନ୍ମୋଚନ କରାଯାଇଛି ।
ଏହି ଅବସରରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ ଶ୍ରୀ ସୁସୁମୁ ଓଟାନି କହିଛନ୍ତି ଯେ, “୨୦୦୨ରେ ହୋଣ୍ଡା ଡିଓର ଶୁଭାରମ୍ଭ ସହିତ ଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁ ଭାରତରେ ମୋଟୋ-ସ୍କୁଟର ପରିକଳ୍ପନାକୁ ଉପସ୍ଥାପନ କରାଯାଇଛି । ଏହାର ଚମତ୍କାର ତଥା ଆକର୍ଷଣୀୟ ମୋଟରସାଇକଲ୍ ଲୁକ୍ ସହିତ ସ୍କୁଟରର ସହଜତା ତାହାକୁ ତୁରନ୍ତ ଦେଶରେ ସବୁଠୁ ପସନ୍ଦ କରାଯାଉଥିବା ସ୍କୁଟରରେ ପରିଣତ କରିଥିଲା । ସମ୍ପୂର୍ଣ୍ଣ ନୂଆ ୧୨୫ ସିସି ରୂପରେ ହୋଣ୍ଡା ଡିଓ ୧୨୫କୁ ଯୁବ ଭାରତୀୟ ଗ୍ରାହକଙ୍କ ଅଭିଳାଷ ପୂରଣ କରିବା ଲାଗି ପ୍ରସ୍ତୁତ ଓ ବିକାଶ କରାଯାଇଛି । ଶକ୍ତିଶାଳୀ ଇଞ୍ଜିନ ବ୍ୟତୀତ ହୋଣ୍ଡା ଡିଓ ୧୨୫ରେ ରହିଛି ବିଶ୍ୱସ୍ତରରେ ପ୍ରଶଂସନୀୟ ହୋଣ୍ଡା ସ୍ମାର୍ଟ ସିଟି ସମେତ ଉନ୍ନତ ସ୍ପୋର୍ଟି ଡିଜାଇନ୍ ଓ ଅତ୍ୟାଧୁନିକ ପ୍ରଯୁକ୍ତି । ଶ୍ରେଷ୍ଠ ମାନର ସହଜତା ଏହାକୁ ପ୍ରତିଦ୍ୱନ୍ଦ୍ୱିତାରେ ଆଗରେ ରଖିଥିବା ବେଳେ ଆମ ଗ୍ରାହକମାନଙ୍କ ଅତୁଳନୀୟ ଅନୁଭୂତିକୁ ଏହା ସୁନିଶ୍ଚିତ କରୁଛି ।’’
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ନିର୍ଦ୍ଦେଶକ-ସେଲ୍‌ସ ଆଣ୍ଡ୍ ମାର୍କେଟିଂ ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ, “ଏଚ୍‌ଏମ୍‌ଏସ୍‌ଆଇରେ ଆମେ ଆମ ଗ୍ରାହକଙ୍କ ଗାଡ଼ି ଚାଳନା ଅନୁଭୂତିରେ ଉନ୍ନତି ଆଣିବା ଉପରେ ବିଶ୍ୱାସ କରୁ । ନୂଆ ମାନଦଣ୍ଡ ଧାର୍ଯ୍ୟ କରିବାକୁ ପ୍ରସ୍ତୁତ ଥିବା ଡିଓ ୧୨୫ ହେଉଛି ସ୍ପୋର୍ଟି ଡିଜାଇନ୍‌, ଉନ୍ନତ ପ୍ରଯୁକ୍ତି ଓ ଆକର୍ଷଣୀୟ ସହଜତାର ଏକ ମିଶ୍ରଣ । ଆମେ ଗର୍ବର ସହ ଏକ ମାଷ୍ଟରପିସ୍ ଉପସ୍ଥାପନ କରୁଛୁ ଯାହା ଏହାର ସୁବିଧାସୁଯୋଗ ଓ ନିରବଚ୍ଛିନ୍ନ କାର୍ଯ୍ୟଦକ୍ଷତା ପାଇଁ ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିବ । ଡିଓ ୧୨୫ ସହିତ ଗାଡ଼ି ଚାଳନା ଅଭିଳାଷକୁ ବଢ଼ାଇବା ଏବଂ ରୋମାଂଚର ଏକ ନୂଆ ଯାତ୍ରା ଆରମ୍ଭ କରିବା ଲାଗି ଆମେ ଗ୍ରାହକମାନଙ୍କୁ ଆମନ୍ତ୍ରଣ କରୁଛୁ ।’’
ନୂଆ ଡିଓ ୧୨୫ର ନୂଆ ଲୋଗୋ ଓ ଗ୍ରାଫିକ୍ସ ଏହାକୁ ବେଶ ଆକର୍ଷଣୀୟ କରିପାରିଥିବା ବେଳେ ଡୁଆଲ ଆଉଟ୍‌ଲେଟ୍ ମଫଲର, ସ୍ପୋର୍ଟି ଏକ୍‌ଜଷ୍ଟ୍ ନୋଟ୍‌, ସ୍ପୋର୍ଟି ସାମ୍ନା ପାଶ୍ୱର୍ ଏବଂ ଆଧୁନିକ ଟେଲ୍ ଲ୍ୟାମ୍ପ୍ ସହ ସ୍ପ୍ଲିଟ୍ ଗ୍ରାବ୍ ରେଲ୍ ଏହାର ଡିଜାଇନ୍‌କୁ ବେଶ ଉନ୍ନତ କରିପାରିଛି । ଏଥିରେ ହୋଣ୍ଡା ସ୍ମାର୍ଟ କି’ ସିଷ୍ଟମ୍‌, ଓବିଡି୨ ନିୟମ ପାଳନ କରୁଥଇବା ବିଏସ୍‌-୬ ପିଜିଏମ୍‌-ଏଫ୍‌ଆଇ ଇଂଜିନ, ଆଇଡିଲ୍ ଷ୍ଟପ୍ ସିଷ୍ଟମ୍‌, ସାଇଡ୍ ଷ୍ଟାଣ୍ଡ୍ ଇଣ୍ଡିକେଟର, ଇଞ୍ଜିନ ଇନହିବିଟର, ସମ୍ପୂର୍ଣ୍ଣ ଡିଜିଟାଲ୍ ମିଟର ଆଦି ଉନ୍ନତ ପ୍ରଯୁକ୍ତି ରହିଛି ।
ସୁବିଧା ଦୃଷ୍ଟିରୁ ସିଟ୍ ଅନ୍‌ଲକ୍‌, ଇନ୍ଧନ ଟାଙ୍କି ଲିଡ୍ ଖୋଲିବା ଆଦି ପାଇଁ ରହିଛି ମଲ୍‌ଟି ଫଙ୍କସନ୍ ସ୍ୱିଚ୍ ଓ ଅଧିକ ଗ୍ରାଉଣ୍ଡ୍ କ୍ଲିୟରାନ୍ସ ସହିତ ଟେଲିସ୍କୋପିକ୍ ସସ୍‌ପେନ୍‌ସନ୍ । ଏହା ଉପରେ ୧୦ ବର୍ଷର ସ୍ୱତନ୍ତ୍ର ୱାରେଂଟି ରହିଛି । ଡିଓ ୧୨୫ର ଷ୍ଟାଣ୍ଡାର୍ଡ ଭାରିଆଂଟ୍‌ର ଏକ୍ସ ସୋ’ରୁମ୍ ଦାମ୍ ୮୩,୪୦୦ ଥିବା ବେଳେ ଓ ସ୍ମାର୍ଟ ଭାରିଆଂଟ୍‌ର ଏକ୍ସ ସୋ’ରୁମ୍ ଦାମ୍ ୯୧,୩୦୦ ରହିଛି । ଏହା ପର୍ଲ ସାଇରନ୍ ବ୍ଲୁ, ପର୍ଲ ଡିପ୍ ଗ୍ରାଉଣ୍ଡ୍ ଗ୍ରେ, ପର୍ଲ ନାଇଟ୍ ଷ୍ଟାର ବ୍ଲାକ୍‌, ମ୍ୟାଟ୍ ର୍ମାେଭଲ୍ ବ୍ଲୁ ମେଟାଲିକ୍‌, ମ୍ୟାଟ୍ ଆକ୍ସିସ୍ ଗ୍ରେ ମେଟାଲିକ୍‌, ମ୍ୟାଟ୍ ସାଙ୍ଗ୍ର୍ରି୍ର୍ରଆ ରେଡ୍ ମେଟାଲିକ୍ ଓ ସ୍ପୋର୍ଟସ୍ ରେଡ୍ ରଙ୍ଗରେ ଉପଲବ୍ଧ ହୋଇଛି ।

Share

Leave a Reply

Your email address will not be published. Required fields are marked *

19 + 13 =