ସୋନି ପକ୍ଷରୁ ନୂଆ ଶକ୍ତିଶାଳୀ ପାର୍ଟି ସ୍ପିକର ଏସ୍‌ଆର୍‌ଏସ୍‌-ଏକ୍ସଭି୮୦୦ ଉନ୍ମୋଚିତ

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ନୂଆ ପାର୍ଟି ସ୍ପିକର ଏସ୍‌ଆର୍‌ଏସ୍‌-ଏକ୍ସଭି୮୦୦କୁ ଉନ୍ମୋଚନ କରାଯାଇଛି । ଏହା ଜରିଆରେ ଆପଣ ପାର୍ଟି ଆୟୋଜନ କରିବା ସହ ନିଜ ପସନ୍ଦର ସିନେମା, ଟିଭି ସୋ’କୁ ଦେଖିପାରିବେ । ଆପଣ ଯାହା ବି ଶୁଣିବେ ତାହା ସ୍ପଷ୍ଟ ଶୁଭିବ ଓ ଏହାର ଶକ୍ତିଶାଳୀ ବେସ୍ ଓ କୋଠାରି ପରିପୂର୍ଣ୍ଣ ହୋଇଯାଉଥିବା ଶବ୍ଦ ପାର୍ଟିକୁ ଉପଭୋଗ କରିବାର ଏକ ସ୍ୱତନ୍ତ୍ର ଅନୁଭବ ପ୍ରଦାନ କରିବ ।
ଏଥିରେ ରହିଛି ସବୁ ଦିଗକୁ ମୁହଁ କରିଥିବା ପାର୍ଟି ସାଉଣ୍ଡ୍ ଯାହା କୋଠରିର ପ୍ରତିଟି କୋଣରେ ସ୍ପଷ୍ଟ ସାଉଣ୍ଡ୍ ପହଂଚାଇବ । ଏକ୍ସ-ବାଲାନ୍ସ ସ୍ପିକର ୟୁନିଟ୍‌ର ଡିଜାଇନ୍ ଶକ୍ତିଶାଳୀ ଓ ଗଭୀର ବେସ୍ ଉତ୍ପନ୍ନ କରିବ । ସାମ୍ନା ଓ ପଛ ସ୍ପିକରରେ ପାଂଚ ଟ୍ୱିଟର ସ୍ପଷ୍ଟ ଓ ଉଚ୍ଚ ମାନର ସାଉଣ୍ଡ ପ୍ରଦାନ କରିବ । ଏସ୍‌ଆର୍‌ଏସ୍‌-ଏକ୍ସଭି୮୦୦ରେ ରହିଛି ଏକ ବୃହତ ବ୍ୟାଟେରି ଯାହା ୨୫ ଘଂଟା ପର୍ଯ୍ୟନ୍ତ ଚାଲିବ । ମାତ୍ର ୧୦ ମିନିଟ୍ ଚାର୍ଜ କଲେ ତାହା ତିନି ଘଂଟା ପର୍ଯ୍ୟନ୍ତ ଚାଲିପାରିବ ।
ଟିଭି ଦେଖିବା ବେଳେ ମଧ୍ୟ ଏସ୍‌ଆର୍‌ସି-ଏକ୍ସଭି୮୦୦କୁ ବ୍ୟବହାର କରାଯାଇପାରିବ । ଏହାର ଟିଭି ସାଉଣ୍ଡ୍ ବୁଷ୍ଟର ଟିଭିରେ କୌଣସି କାର୍ଯ୍ୟକ୍ରମକୁ ଉପଭୋଗ କରିବା ବେଳେ ଏକ ଉନ୍ନତ ଅନୁଭୂତି ପ୍ରଦାନ କରିବ । ସିଧା ପ୍ରସାରଣ ଭିଡିଓ, ସିନେମା ଆଦି ଦେଖିବା ବେଳେ ଆପଣ ସେଥିରେ ନିଜକୁ ହଜାଇଦେବେ । ଏହାର ଡିଜାଇନ୍ ଅତ୍ୟନ୍ତ ପୋର୍ଟେବଲ୍ ହୋଇଥିବାରୁ ଏବଂ ଏଥିରେ ଚକ ଲାଗିଥିବାରୁ ଆପଣ ତାହାକୁ ଅତି ସୁବିଧାରେ ବ୍ୟବହାର କରିପାରିବେ । ଏଥିରେ କାରାଓକ୍‌, ଗିଟାର୍ ଇନ୍‌ପୁଟ୍‌, ଟଚ୍ ପ୍ୟାନେଲ୍‌, ଆଇପିଏକ୍ସ୪ ଓ ବ୍ଲୁ ଟୁଥ୍ ପ୍ରଯୁକ୍ତି ଭଳି ସୁବିଧା ରହିଛି । ଏହାକୁ ଆଣ୍ଡ୍ରଏଡ୍ ଡିଭାଇସ୍ ସହ ଯୋଡ଼ିହେବ ।
ଚମତ୍କାର ସାଉଣ୍ଡ୍ ଇଫେକ୍ଟ ସୃଷ୍ଟି କରିବା ଲାଗି ସୋନିର ଏସ୍‌ଆର୍‌ଏସ୍‌-ଏକ୍ସଭି ୮୦୦ରେ ରହିଛି ସୋନି ମ୍ୟୁଜିକ୍ ସେଂଟର ଓ ଫିଏଷ୍ଟେବଲ୍ ଆପ୍ ଯାହା ପ୍ଲେଲିଷ୍ଟ୍‌, ଭଏସ୍ ପରିବର୍ତନ ସହ କାରାଓକ୍‌, ଇକୋ ପ୍ଲସ୍ ଡିଜେ ଆଦି ସୃଷ୍ଟି କରିପାରିବ । ରିସାଇକଲ୍‌ଡ ପ୍ଲାଷ୍ଟିକ୍ ଉପାଦାନକୁ ବ୍ୟବହାର କରି ଏହି ସ୍ପିକର ପ୍ରସ୍ତୁତ କରାଯାଇଛି ଯାହା ଫଳରେ ପରିବେଶ ଉପରେ ଏହି ଉତ୍ପାଦର ପ୍ରଭାବ ହ୍ରାସ ପାଇବ ।
ସମସ୍ତ ସୋନି ରିଟେଲ୍ ସେଂଟର, ସୋନି ସେଂଟର, ସୋନି ଏକ୍ସକ୍ଲୁସିଭ୍‌, ସପ୍‌ଆଟ୍‌ଏସ୍‌ସି ଡଟ୍ କମ୍‌, ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଷ୍ଟୋର ଓ ଇ-କମର୍ସ ସାଇଟ୍‌ରେ ଉପଲବ୍ଧ ହେବାକୁ ଥିବା ଏସ୍‌ଆର୍‌ଏସ୍‌-ଏକ୍ସଭି୮୦୦ର ମୂଲ୍ୟ ୪୯୯୯୦ ଟଙ୍କା ରହିଛି ଓ ଏହା ଜୁଲାଇ ୧୪ରୁ ଉପଲବ୍ଧ ହେବ ।

Share

Leave a Reply

Your email address will not be published. Required fields are marked *

6 + three =