ଶ୍ରୀଜିଉଙ୍କୁ ରାତି ସାରା ଦର୍ଶନ କରିପାରିବେ ଭକ୍ତ

ପୁରୀ() ଆସନ୍ତା ୨୫ ତାରିଖରେ ରାତିସାରା ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ଭକ୍ତ । ସେଦିନ ସୂର୍ୟ୍ୟ ପରାଗ ପଡ଼ୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ଆଜି ପୁରୀରେ ବସିଥିବା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଆସନ୍ତା ଡିସେମ୍ବର ୨୬ ତାରିଖରେ ଦେଖିବାକୁ ମିଳିବ ଚଳିତ ବର୍ଷର ଶେଷ ସୂର୍ୟ୍ୟପରାଗ । ତେବେ ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିନିଘଣ୍ଟ ପ୍ରସ୍ତୁତ କରାଯାଇଛି । ୨୬ ତାରିଖ ସକାଳ ୮ଟା ୨୦ ମିନିଟ୍ ୮ ସେକେଣ୍ଡରେ ସୂର୍ୟ୍ୟପରାଗ ଆରମ୍ଭ ହୋଇ ମଧ୍ୟାହ୍ନ ୧୧ଟା ୨୦ ମିନିଟରେ ଶେଷ ହେବ । ଏହି ସମୟରେ ପାକ ତ୍ୟାଗ କରିବା ସହ ଦେବ ନୀତି ନିଷେଧ ରହିବ ।

ସୂର୍ୟ୍ୟପରାଗ ସ୍ୱର୍ଶର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ ୨୫ ରିଖ ରାତ୍ରି ୮ଟା ୨୦ ମିନିଟଠାରୁ ପାକତ୍ୟାଗ ଓ ଦେବନୀତି ନିଷେଧ । ତେଣୁ ଗ୍ରହଣ ନୀତିକୁ ନେଇ ୨୫ ତାରିଖ ରାତ୍ର ୮ଟା ୨୦ ମିନିଟ ପୂର୍ବରୁ ଦେବନୀତି ସମ୍ପନ୍ନ କରିବାକୁ ପଡିବ । ତେବେ ୨୫ ରିଖ ରାତି ୮.୨୦ରୁ ସମସ୍ତ ନୀତି ବନ୍ଦ ରହି ସାରା ରାତି ମନ୍ଦିର ଖୋଲା ରହିବ ଓ ଭକ୍ତ ଦର୍ଶନ କରିବେ । ତେବେ ଏହି ସୂର୍ୟ୍ୟ ପରାଗ ପାଇଁ ନୀତି ଶୃଙ୍ଖଳିତ ଓ ସଅଳ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ସେବାୟତ ।

Share

Leave a Reply

Your email address will not be published. Required fields are marked *

three × five =