ଓକିଲମାନେ କେବଳ କଳା ରଙ୍ଗର କୋଟ୍ କଣ ପାଇଁ ପିନ୍ଧିଥାନ୍ତି? ଜାଣନ୍ତୁ …

ଆପଣ ନିଶ୍ଚିତ ଲକ୍ଷ୍ୟ କରିଥିବେ ଯେ ଓକିଲମାନେ କଳା କୋଟ୍ ପିନ୍ଧିଥିବାର। ହେଲେ ଓକିଲମାନେ କେବଳ କଳା ରଙ୍ଗର କୋଟ ହିଁ କଣ ପାଇଁ ବ୍ୟବହାର କରନ୍ତି ଅଲଗା କୋଉ ରଙ୍ଗର କଣ ପାଇଁ ନୁହେଁ। ଆସନ୍ତୁ ଜାଣିବା …

ଓକିଲମାନଙ୍କର ଏହି କଳା ଡ୍ରେସ୍ କୋଡ୍ ଆଜିର ନୁହେଁ ବରଂ ବହୁବର୍ଷ ପୁରୁଣା । ୧୬୩୭ରେ ପ୍ରସ୍ତାବ ଆସିଥିଲା କି ଓକିଲମାନଙ୍କୁ ଜନତାଙ୍କ ଅନୁସାରେ ଡ୍ରେସ୍ ପିନ୍ଧିବା ଦରକାର। କିନ୍ତୁ ଏହି ନିୟମରେ ପରିବର୍ତ୍ତନ ଆସିଥିଲା ୧୬୯୪ରେ। ବ୍ରିଟିଶ୍ ରାଣୀ ମେରୀଙ୍କର ବସନ୍ତ ରୋଗରେ ଦେହାନ୍ତ ହେବା ପରେ ରାଜା ବିଲିୟନ୍ସ ସମସ୍ତ ବିଚାରପତି ଏବଂ ଓକିଲମାନଙ୍କୁ ଶୋକସଭାରେ କଳା ରଙ୍ଗର ଗାଉନ୍ ପିନ୍ଧି ଆସିବାକୁ ନିର୍ଦ୍ଦେଶ ଦେଇଥିଲେ।

ଓକିଲମାନେ ଏହି ଆଦେଶକୁ ପାଳନ କରିଥିଲେ। ତେବେ ରାଜା ବିଲିୟନ୍ସ ଏହି ଆଦେଶକୁ ଆଉ ଫେରାଇ ନଥିଲେ। ଯେଉଁଥିପାଇଁ ସେବେଠାରୁ ଏହି ପ୍ରଥା ଚାଲିଆସୁଛି। ପରେ ଏହାକୁ ଆଇନର ରୂପ ଦିଆଗଲା। ଅଧିନିୟମ ୧୯୬୧ ଅନୁସାରେ, ଅଦାଲତକୁ ଧଳା ଟାଇ ସହ କଳା କୋଟ୍ ପିନ୍ଧି ଆସିବାକୁ ବାଧ୍ୟତାମୂଳକ। ଏହାଛଡା କୋର୍ଟରେ କଳାରଙ୍ଗର ଗାଉନ୍ ପିନ୍ଧିବା ଦ୍ୱାରା ଅନୁଶାସନ ଆସିଥାଏ ଏବଂ ନ୍ୟାୟ ପ୍ରତି ବିଶ୍ୱାସ ଦୃଢ ହୋଇଥାଏ।

Share

Leave a Reply

Your email address will not be published. Required fields are marked *

13 − seven =