1.10 ଲକ୍ଷ କୋଟି ଟଙ୍କାର ବଜେଟ ଆଗତ କଲେ ଅର୍ଥମନ୍ତ୍ରୀ

2022-23 ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର 9 ରୁ ସାଢେ 9 ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ଜାତୀୟ ଅଭିବୃଦ୍ଧି ହାର 7.8 ପ୍ରତିଶତ ରହିବ ବୋଲି ଆକଳନ କରାଯାଇଥିବା ବେଳେ ରାଜ୍ୟ ଅଭିବୃଦ୍ଧି ହାର ଅଧିକ ଆକଳନ କରାଯାଇଛି । ଆଜି ବିଧାନସଭାରେ କାମଚଳା ବଜେଟ ଆଗତ କରି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ସୂଚନା ଦେଇଛନ୍ତି । ପ୍ରତିକୂଳ ପରିସ୍ଥିତି ଭିତରେ ଅଭିବୃଦ୍ଧି ହାର ବଢିବା ସମ୍ଭାବନା ରହିଛି ବୋଲି ସେ କହିଛନ୍ତି । ଚାରିମାସ ପାଇଁ 1.10 ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ ଆଗତ କରାଯାଇଛି । ସରକାରୀ କ୍ଷେତ୍ର ପାଇଂ 1 ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ଅନ୍ୟାନ୍ୟ କ୍ଷେତ୍ର ପାଇଁ 10 ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ଜିଏସଡିପି 12 ପ୍ରତିଶତ ବୃଦ୍ଧି ସମ୍ଭାବନା ରହିଛି ।

Share

Leave a Reply

Your email address will not be published. Required fields are marked *

5 × 4 =