ଟାଟା ଷ୍ଟିଲ୍‌ର ଯୋଡ଼ା ଇଷ୍ଟ୍ ଆଇରନ୍ ମାଇନ୍ କୁ ଫିମି ମାଇନିଂ ଇନୋଭେସନ ପୁରସ୍କାର

ଭୁବନେଶ୍ୱର: ନୂଆଦିଲ୍ଲୀରେ ସୋମବାର ଦିନ ଆୟୋଜିତ ଭାରତୀୟ ଖଣିଜ ଶିଳ୍ପ ମହାସଂଘ (ଫିମି) ପୁରସ୍କାର-୨୦୨୩ ସମାରୋହରେ ଟାଟା ଷ୍ଟିଲ୍‌ର ଯୋଡ଼ା ଇଷ୍ଟ୍ ଲୁହାପଥର ଖଣିକୁ ସମ୍ମାନଜନକ ମାଇନିଂ ଇନୋଭେସନ ଆୱାର୍ଡ ପ୍ରଦାନ କରାଯାଇଛି ।
ଶିଳ୍ପର ବିକାଶ, ସୁରକ୍ଷାରେ ଉନ୍ନତି ଓ ପରିବେଶ ଉପରେ ପଡ଼ୁଥିବା ପ୍ରଭାବକୁ କମ୍ କରିବା ଲାଗି ପ୍ରଯୁକ୍ତିକୁ ବ୍ୟବହାର କରିବା ଦିଗରେ ଗ୍ରହଣ କରାଯାଇଥିବା ଉଲ୍ଲେଖନୀୟ ପଦକ୍ଷେପଗୁଡ଼ିକ ପାଇଁ ଖଣିକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
କଂପାନି ତରଫରୁ ଟାଟା ଷ୍ଟିଲ୍‌ର ଯୋଡ଼ା ମୁଖ୍ୟ ରାଜେଶ କୁମାରଙ୍କ ସହିତ ଯୋଡ଼ା ଇଷ୍ଟ୍ ମଜଦୁର ସଂଘର ସାଧାରଣ ସମ୍ପାଦକ ରଣଜିତ ଦାସ, ଓଏମ୍‌କ୍ୟୁର ବରିଷ୍ଠ ପ୍ରବନ୍ଧକ(ଇମ୍ପ୍ରୁଭ୍‌ମେଂଟ୍‌) ଏ ଟି ନନ୍ଦିନୀ ଏବଂ ଟାଟା ଷ୍ଟିଲ୍‌ର ପ୍ରବନ୍ଧକ-ଆଇଆର୍‌ଏମ୍‌ଏସ୍‌ସି ଦେବଦତ ଦେବ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।
ଫିମି ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ପୁରସ୍କାର ସମାରୋହକୁ ଫିମିର ୫୭ତମ ବାର୍ଷିକ ସାଧାରଣ ବୈଠକ ଅବସରରେ ଆୟୋଜନ କରାଯାଇଥିଲା ।
ଟାଟା ଷ୍ଟିଲ୍‌ର ମହାପ୍ରବନ୍ଧକ (ଓଏମ୍‌କ୍ୟୁ) ଅତୁଲ କୁମାର ଭଟ୍ଟନାଗର କହିଛନ୍ତି ଯେ, “ନବସୃଜନ, ସୁରକ୍ଷା, ଦୀର୍ଘସ୍ଥାୟୀତ୍ୱ ଓ ଖଣି କ୍ଷେତ୍ରରେ ଉତ୍କର୍ଷ ପାଇଁ ଆମର ଅତୁଟ ପ୍ରତିବଦ୍ଧତା ପ୍ରତି ସ୍ୱୀକୃତି ହେଉଛି ଏହି ସମ୍ମାନଜନକ ପୁରସ୍କାର ।’’

Share

Leave a Reply

Your email address will not be published. Required fields are marked *

14 − 11 =