୨୦୨୧-୨୨ ବର୍ଷର ଦୀର୍ଘସ୍ଥାୟୀ ବିକାଶ ପାଇଁ ଟାଟା ଷ୍ଟିଲ୍ ନୂଆମୁଣ୍ଡି ଓ ଯୋଡ଼ା ଇଷ୍ଟ୍ ଆଇରନ୍ ମାଇନ୍‌ସକୁ ୫-ଷ୍ଟାର ରେଟିଂ ପ୍ରଦାନ

ଲଗାତାର ସପ୍ତମ ବର୍ଷ ପାଇଁ ନୂଆମୁଣ୍ଡି ଖଣିକୁ ୫-ଷ୍ଟାର ରେଟିଂ
ଯୋଡ଼ା: ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସ (ଆଇବିଏମ୍‌) ପକ୍ଷରୁ ୨୦୨୧-୨୨ ବର୍ଷ ପାଇଁ ଦୀର୍ଘସ୍ଥାୟୀ ବିକାଶ ନିମନ୍ତେ ୫-ଷ୍ଟାର (ତାରକା) ରେଟିଂ ପ୍ରଦାନ କରାଯାଇଛି । ନୂଆମୁଣ୍ଡି ଖଣି ଏହି ସମ୍ମାନକୁ ଲଗାତାର ସପ୍ତମ ବର୍ଷ ପାଇଁ ହାସଲ କରିଛି ।
ଦୀର୍ଘସ୍ଥାୟୀ ବିକାଶ କାର୍ଯ୍ୟକାରିତା ପ୍ରତି ମାଇନର ଓ ଖଣି କଂପାନିଗୁଡ଼ିକର ଉଦ୍ୟମ ଓ ଅଭିଯାନକୁ ମାନ୍ୟତା ପ୍ରଦାନ କରିବା ଲାଗି ଖଣି ମନ୍ତ୍ରଣାଳୟ ପକ୍ଷରୁ ୨୦୧୬ ଠାରୁ ‘ଖଣି ପାଇଁ ଷ୍ଟାର ରେଟିଂ’ ସ୍କିମ୍‌ର ଶୁଭାରମ୍ଭ କରାଯାଇଥିଲା । ଦୀର୍ଘସ୍ଥାୟୀ
୨୦୨୩ ମାର୍ଚ୍ଚ ୧ ତାରିଖରେ ନାଗପୁରରେ ଅନୁଷ୍ଠିତ ଆଇବିଏମ୍‌ର ୭୫ତମ ପ୍ରତିଷ୍ଠା ଦିବସରେ ଟାଟା ଷ୍ଟିଲ୍‌କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ମାନ୍ୟବର କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀଙ୍କଠାରୁ ଟାଟା ଷ୍ଟିଲ୍ ତରଫରୁ ଟାଟା ଷ୍ଟିଲ୍ କଂଚାମାଲ ବିଭାଗର ଉପସଭାପତି ଡି ବି ସୁନ୍ଦର ରମଣଙ୍କ ସମେତ ନୂଆମୁଣ୍ଡି ଆଇରନ୍ ମାଇନ୍‌ର ମୁଖ୍ୟ ଶିରିଶ ଶେଖର ଓ ଯୋଡ଼ା ଇଷ୍ଟ ଆଇରନ୍ ମାଇନ୍‌ର ମୁଖ୍ୟ ସରୋଜ କୁମାର ବାନାର୍ଜୀ ପୁରସ୍କାର ଗ୍ରହଣ କରିଥିଲେ ।
ଟାଟା ଷ୍ଟିଲ୍ କଂଚାମାଲର ଉପସଭାପତି ଡି ବି ସୁନ୍ଦର ରମମ୍ କହିଛନ୍ତି ଯେ, “ଏକ ଦାୟିତ୍ୱବାନ ଖଣି କଂପାନି ଭାବେ ପ୍ରଯୁକ୍ତି ଓ ମାନଦଣ୍ଡ ବ୍ୟବସ୍ଥାକୁ ବ୍ୟବହାର କରି ଆମେ ବିଜ୍ଞାନ ଭିତିକ ଖଣି କାର୍ଯ୍ୟକୁ ଆଗକୁ ବଢ଼ାଇବା ଜାରି ରଖିଛୁ । ଆମେ ଏହି ସମ୍ମାନକୁ ଗ୍ରହଣ କରି ଅତ୍ୟନ୍ତ ଉଲ୍ଲସିତ ଯାହା ଏକ ସବୁଜ, ଉତମ ଭବିଷ୍ୟତର ସନ୍ଧାନରେ ଆମ ସଂକଳ୍ପକୁ ଆହୁରି ସୁଦୃଢ଼ କରିବ ।’’
ଅତ୍ୟାଧୁନିକ ପ୍ରଯୁକ୍ତି ଓ ଶ୍ରେଷ୍ଠ ଖଣି ପ୍ରଥାକୁ କାର୍ଯ୍ୟକାରୀ କରିବାରେ ଟାଟା ଷ୍ଟିଲ୍‌ର ନୂଆମୁଣ୍ଡି ଓ ଯୋଡ଼ା ଇଷ୍ଟ ଆଇରନ୍ ମାଇନ୍‌ସ ଶିଳ୍ପରେ ଅଗ୍ରଣୀ ହୋଇରହିଛି । ମାନଦଣ୍ଡ ସୃଷ୍ଟିକାରୀ ପ୍ରଦର୍ଶନ ହାସଲ କରିବା ଲାଗି ଖଣିଗୁଡ଼ିକ ଉନ୍ନତ ଖଣି ସଫ୍‌ଟଓୟାର, ଡ୍ରୋନ୍ ପ୍ରଯୁକ୍ତି, ଫ୍ଲିଟ୍ ପରିଚାଳନା ବ୍ୟବସ୍ଥା, ରିମୋଟ୍‌-କଂଟ୍ରୋଲ୍ ଡ୍ରିଲ୍ ଓ ବାସ୍ତବ-ସମୟ ଗୁଣାତ୍ମକ ମାନ ନିରୀକ୍ଷଣ ବ୍ୟବସ୍ଥା ସମେତ ଅନ୍ୟାନ୍ୟ ଅଭିଯାନକୁ ଗ୍ରହଣ କରୁଛି । ଶିକ୍ଷା ଓ କୌଶଳ ବିକାଶ, ସ୍ୱାସ୍ଥ୍ୟ ଓ ପରିମଳ, ଜୀବନଜୀବିକା, ଦକ୍ଷତା ବିକାଶ ଏବଂ ଆଖପାଖ ଗ୍ରାମରେ ବାସ କରୁଥିବା ଲୋକମାନଙ୍କ ସାମଗ୍ରିକ କଲ୍ୟାଣକୁ ନିଶ୍ଚିତ କରିବା ଲାଗି ବିଭିନ୍ନ ଗୋଷ୍ଠୀ ଭିତିକ ଅଭିଯାନ ଆୟୋଜନ କରାଯାଉଛି ।
ମହିଳା ଓ କିନ୍ନର ବ୍ୟକ୍ତିବିଶେଷଙ୍କୁ ନେଇ ଖଣି ପରିଚାଳନା କରିବା ଓ ଖଣିରେ କର୍ମଚାରୀଙ୍କ ସୁରକ୍ଷା ଲାଗି ସୁରକ୍ଷା କାର୍ଡର ଶୁଭାରମ୍ଭ କରିବା ସହ ବିବିଧତା ଓ କର୍ମଚାରୀ ସୁରକ୍ଷାର ପ୍ରସାର କରିବା ଲାଗି ଡି ବି ସୁନ୍ଦର ରମଣ ନୂଆ ଅଭିଯାନ ବିଷୟରେ ଘୋଷଣା କରିଥିଲେ ।

ସୂଚନା:
ନୂଆମୁଣ୍ଡି ଓ ଯୋଡ଼ାର କିଛି ପ୍ରମୁଖ ଅଭିଯାନଗୁଡ଼ିକ ହେଉଛି:
ଖଣି ଖନନ ହୋଇଥିବା ଅଂଚଳରେ ଏକ ୩.୩ ମେଗାୱାଟ୍‌ର ସୋଲାର ପାୱାର ପ୍ଲାଂଟ୍ କାର୍ଯ୍ୟକ୍ଷମ
ହିଲ ୧ ଓ ହିଲ୍ ୨ରେ ୧୨୬ ହେକ୍ଟର ଜମିର ଉଦ୍ଧାର ଓ ପୁନର୍ବାସ
ଭୂତଳ ଜଳ ରିଚାର୍ଜ ପାଇଁ ବର୍ଷାଜଳ ଅମଳ ପୋଖରି
ଖଣିରେ ଇଲେକ୍ଟ୍ରିକ୍ ଯାନର ବ୍ୟବହାର
ବିବିଧତା ଓ ଅନ୍ତର୍ଭୁକ୍ତୀକରଣକୁ ସୁଦୃଢ଼ କରିବା: ଏଚ୍‌ଇଏମ୍‌ଏମ୍ ଅପରେଟର ଭାବେ ଓ ମୌଳିକ ଖଣି ପରିଚାଳନାର ସମସ୍ତ ସିଫ୍‌ଟରେ ୪୬ ମହିଳା କର୍ମଚାରୀଙ୍କୁ ନିଯୁକ୍ତି
ଯୋଡ଼ାରେ ପେଷ୍ଟ୍ ଥିକେନର୍‌ର ବ୍ୟବହାରର ବର୍ଜ୍ୟଜଳକୁ ପୁନଃବ୍ୟବହାର କରିବା ଲାଗି ୟୁନିଟ୍‌କୁ ସକ୍ଷମ କରିବାରେ ସହାୟକ ହୋଇଛି ଏବଂ ତେଣୁ ଜଳ ଉପଯୋଗିତାରେ ଉଲ୍ଲେଖନୀୟ ହ୍ରାସ ଘଟିଛି
ଏଚଇଏମ୍‌ଏମ୍ ଫ୍‌ଲିଟ୍‌ରେ ଡିଜେଲ୍ ଉପଯୋଗିତାରେ ଉନ୍ନତି ସହ ଉଭୟ ୟୁନିଟ୍‌ର ଫ୍‌ଲିଟ୍ ପରିଚାଳନା ବ୍ୟବସ୍ଥା ପାଇଁ ସହାୟକ ହୋଇଛି ଏବଂ ତେଣୁ କାର୍ବନ ଫୁଟ୍‌ପ୍ରିଂଟ୍ ହ୍ରାସ ପାଇଛି
ଭୂତଳ ଜଳକୁ ରିଚାର୍ଜ କରିବା ଲାଗି ବୈଜ୍ଞାନିକ ପଦ୍ଧତିରେ ଡିଜାଇନ୍ କରାଯାଇଥିବା କ୍ଷେତ୍ର ସ୍ୱତନ୍ତ୍ର ବର୍ଷାଜଳ ଅମଳ ଢାଂଚା
ଏହି ଅଭିଯାନଗୁଡ଼ିକର ଲକ୍ଷ୍ୟ ହେଉଛି ନିରନ୍ତର ଖଣି ପ୍ରଥା, ପରିବେଶର ସୁରକ୍ଷା ଏବଂ ସ୍ଥାନୀୟ ସମାଜର କଲ୍ୟାଣକୁ ନିଶ୍ଚିତ କରିବା ।

Share

Leave a Reply

Your email address will not be published. Required fields are marked *

12 − 10 =