ଗୋଦରେଜ୍ ଆପ୍ଲାଏନ୍‌ସେସ୍ ପକ୍ଷରୁ ଭାରତର ସବୁଠୁ ଶକ୍ତି ମିତବ୍ୟୟୀ ରେଫ୍ରିଜରେଟର ‘ଏଜ୍ ନିଓ’ର ଶୁଭାରମ୍ଭ

ଭୁବନେଶ୍ୱର: ଗୋଦରେଜ୍ ଗ୍ରୁପ୍‌ର ଫ୍ଲାଗ୍‌ସିପ୍ କଂପାନି ଗୋଦରେଜ୍ ଆଣ୍ଡ୍ ବଏସ୍‌ର ଅଂଶ ଗୋଦରେଜ୍ ଆପ୍ଲାଏନ୍‌ସେସ୍ ପକ୍ଷରୁ ଦୀର୍ଘସ୍ଥାୟିତ୍ୱ ଓ ପ୍ରଯୁକ୍ତିରେ ଉନ୍ନତି ପ୍ରତି ପ୍ରତିବଦ୍ଧତାକୁ ଜାରି ରଖି ଭାରତର ସବୁଠୁ ଶକ୍ତି ମିତବ୍ୟୟୀ ରେଫ୍ରିଜରେଟର “ଗୋଦରେଜ୍ ଏଜ୍ ନିଓ”ର ଶୁଭାରମ୍ଭ କରାଯାଇଛି । ଏହା ବର୍ଷକୁ ୯୯ ୟୁନିଟ୍ ବିଦ୍ୟୁତ ବ୍ୟବହାର କରୁଛି ଯାହା ବର୍ତମାନର ବିଇଇ ରେଟିଙ୍ଗସ୍ ଅନୁସାରେ ଭାରତର ଅନ୍ୟ ଯେକୌଣସି ରେଫ୍ରିଜରେଟର ତୁଳନାରେ ସବୁଠୁ କମ୍ ବିଜୁଳି ବ୍ୟବହାର । ଫଳରେ ଗ୍ରାହକମାନେ ବିଦ୍ୟୁତ ବିଲ୍‌ରେ ବିପୁଳ ସଂଚୟ କରିପାରିବେ ।
ଏଜ୍ ନିଓ ହେଉଛି ଏକ ସିଙ୍ଗଲ୍ ଡୋର୍ ରେଫ୍ରିଜରେଟର ଯାହା ଉଚ୍ଚ ପ୍ରଭାବଶାଳୀ ଇନଭର୍ଟର କମ୍ପ୍ରେସର, ଉନ୍ନତ କ୍ୟାପିଲାରି ପ୍ରଯୁକ୍ତି ସହିତ ସ୍ମାର୍ଟ ଭାବେ ଡିଜାଇନ୍ କରାଯାଇଥିବା ଏୟାରଫ୍ଲୋ ଜରିଆରେ ଉଲ୍ଲେଖନୀୟ ଶକ୍ତି ଦକ୍ଷତା ପ୍ରଦାନ କରୁଛି । ଏହି ଶକ୍ତି ସଂଚୟକାରୀ ରେଫ୍ରିଜରେଟରକୁ ଲଗାଇବାର ବାର୍ଷିକ ଖର୍ଚ୍ଚ ଏକ ଏଲଇଡି ବଲ୍‌ବ, ଫ୍ୟାନ୍ ଚଲାଇବା କିମ୍ବା ପରିବାର ସହିତ ମଲ୍‌ଟିପ୍ଲେକ୍ସରେ ସିନେମା ଉପଭୋଗ କରିବାଠାରୁ କମ୍ । ଏଥିରେ ବର୍ଷକୁ ୧୧୦୧ ଟଙ୍କା ପର୍ଯ୍ୟନ୍ତ ସଂଚୟ କରାଯାଇପାରିବ ଏବଂ ଗ୍ରାହକମାନେ ୧୦ ବର୍ଷରେ ୧୧ ହଜାର ଟଙ୍କା ସଂଚୟ କରିପାରିବେ । ଏହା ପରିବେଶ ପାଇଁ ମଧ୍ୟ ବେଶ ଅନୁକୂଳ, କାରଣ ଏକ ତାରକା ରେଫ୍ରିଜରେଟର ତୁଳନାରେ ଏଥିରେ ୧୦୦୦ କେଜି ପର୍ଯ୍ୟନ୍ତ ସିଓ୨ ନିର୍ଗମନ ରୋକାଯାଇପାରିବ ଯାହା ୧୦ ବର୍ଷରେ ୬୪ଟି ଗଛକୁ ସୁରକ୍ଷା ଦେବା ସହ ସମାନ ।
ଗୋଦରେଜ୍ ଏଜ୍ ନିଓରେ ରହିଛି ମଏଶ୍ଚର ରିଟେନ୍‌ସନ୍ ପ୍ରଯୁକ୍ତି ଯାହା କ୍ଷେତ ସତେଜତାକୁ ୨୪ ଦିନ ପର୍ଯ୍ୟନ୍ତ ରଖିପାରିବ । ଟର୍ବୋ କୁଲିଂ ପ୍ରଯୁକ୍ତି ଜରିଆରେ ବୋତଲ ଶୀଘ୍ର ଥଣ୍ଡା ହେବ ଏବଂ ଆଇସ୍‌କ୍ରିମ୍ ଶୀଘ୍ର ତିଆରି ହେବ । ଏଥିରେ ବଡ଼ ଫ୍ରିଜର ଏବଂ ଆକ୍ୱା ସ୍ଥାନ ରହିଛି ।
ଏହି ଅବସରରେ ଗୋଦରେଜ୍ ଆପ୍ଲାଏନ୍‌ସେସ୍‌ର ବ୍ୟବସାୟ ମୁଖ୍ୟ ଓ କାର୍ଯ୍ୟନିର୍ବାହୀ ଉପସଭାପତି କମଳ ନନ୍ଦୀ କହିଛନ୍ତି ଯେ, “ଭାରତର ସବୁଠୁ ଶକ୍ତି ମିତବ୍ୟୟୀ ରେଫ୍ରିଜରେଟରକୁ ଉନ୍ମୋଚନ କରି ଆମେ ଗର୍ବିତ ମନେ କରୁଛୁ ଯାହା ଶକ୍ତି ଦକ୍ଷତା ଏବଂ ଦୀର୍ଘସ୍ଥାୟିତ୍ୱ ଆବଶ୍ୟକତା ପୂରଣ କରିବା ଲାଗି ପ୍ରଯୁକ୍ତି ଉନ୍ନତୀକରଣ ପ୍ରତି ଆମର ରହିଥିବା ଅତୁଟ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଏହି ପ୍ରଥମ ଧରଣର ଅଭିନବ ଉତ୍ପାଦ ଜରିଆରେ ଆମେ ଗ୍ରାହକଙ୍କ ପାଇଁ ବଡ଼ ଲାଭ ସୁନିଶ୍ଚିତ କରିଛୁ ଯାହା ଦ୍ୱାରା ଆମ ପରିବେଶ ଉପରେ ସକାରାତ୍ମକ ପ୍ରଭାବ ରହିବା ସହ ଉଲ୍ଲେଖନୀୟ ଆର୍ଥିକ ସଂଚୟ ହୋଇପାରିବ ।’’
ଗୋଦରେଜ୍ ଆପ୍ଲାଏନ୍‌ସେସ୍‌ର ପ୍ରଡକ୍ଟ ଗ୍ରୁପ୍ ହେଡ୍‌-ରେଫ୍ରିଜରେଟର୍ସ ଅନୁପ ଭାର୍ଗବ କହିଛନ୍ତି ଯେ, “ଉନ୍ନତ ପ୍ରଯୁକ୍ତି ଥିବା ନୂଆ ଏଜ୍ ନିଓ ରେଫ୍ରିଜରେଟର ଉଲ୍ଲେଖନୀୟ ଶୀତଳତା ପ୍ରଦର୍ଶନ କରୁଥିବା ବେଳେ ପରିବେଶ ଉପରେ ପ୍ରଭାବ କମ୍ କରିବା ଏବଂ ବିଦ୍ୟୁତ ବିଲ୍ ସଂଚୟ କରିବାରେ ଏହା ଗ୍ରାହକମାନଙ୍କ ଲାଗି ସହାୟକ ହେବ । ୧୮୦ ଲିଟର ଦକ୍ଷତା ବର୍ଗର ଏହି ମଡେଲ୍ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ପ୍ରଭାବ କରିବାକୁ ପ୍ରସ୍ତୁତ ରହିଛି ଏବଂ ତାହା ବଡ଼ ଗ୍ରାହକ ସଂଖ୍ୟାକୁ ପ୍ରଭାବିତ କରିବ ।’’
ଏହାର ଦାମ୍ ଏବେ ୨୬,୯୯୦ ଟଙ୍କା ରହିଛି । ଗ୍ରାହକମାନେ ଏହାକୁ ଆମାଜନ, ଫ୍ଲିପ୍‌କାର୍ଟରୁ କିଣିପାରିବେ ଏବଂ ଖୁବ୍‌ଶୀଘ୍ର ଷ୍ଟୋର୍‌ଗୁଡ଼ିକରେ ପାଇପାରିବେ ।

Share

Leave a Reply

Your email address will not be published. Required fields are marked *

20 − one =