Business

ବିର୍ଲା ଇଷ୍ଟେଟ୍‌ସ ପକ୍ଷରୁ ୫.୭୬ ଏକର ଜମି କ୍ରୟ ସହ ପୁନେ ଆବାସିକ ରିଅଲ୍ ଇଷ୍ଟେଟ୍ ବଜାରରେ ପ୍ରବେଶ

ଭୁବନେଶ୍ୱର, ୧୦ ଏପ୍ରିଲ୍ ୨୦୨୩: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ସଂସ୍ଥା ସେଂଚୁରି ଟେକ୍ସଟାଇଲ୍‌ସ ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ପୁନେର ସେଂଟ୍ରାଲ୍ ବିଜନେସ୍ ଡିଷ୍ଟ୍ରିକ୍ଟର ସଙ୍ଗମବାଡ଼ିରେ ୫.୭୬ ଏକର ଜମି ଅଧିଗ୍ରହଣ କରାଯାଇଥିବା ବେଳେ କଂପାନି ପୁନେ ଆବାସିକ ରିଅଲ୍ ଇଷ୍ଟେଟ୍ ବଜାରରେ ପ୍ରବେଶ କରିଛି । ପୁନେର ଏକ ଅତ୍ୟନ୍ତ ପ୍ରିମିୟମ୍ ସ୍ଥଳରେ ଏହି ଜମି ରହିଛି ଯେଉଁଥିରୁ ୨୫୦୦ କୋଟି ଟଙ୍କାର ରାଜସ୍ୱ ସମ୍ଭାବନା ରହିଛି ।
ଅର୍ଥପୂର୍ଣ୍ଣ ଭାବେ ପ୍ରସ୍ତୁତ କରାଯାଇଥିବା ରହଣୀ ସ୍ଥଳ ବିକାଶ କରିବା ଲାଗି କଂପାନିର ରହିଥିବା ଅଭିଳାଷ ଅନୁସାରେ ଏକ ପ୍ରିମିୟମ୍ ଆବାସିକ ପ୍ରକଳ୍ପ ବିକାଶ କରିବାକୁ କଂପାନି ଯୋଜନା ରଖିଛି ଯେଉଁଥିରେ ମାନଦଣ୍ଡ ସୃଷ୍ଟି କରିବା ଭଳି ସମସାମୟିକ ଜୀବନଶୈଳୀର ସୁବିଧା ସୁଯୋଗ ରହିବ ।
ବିର୍ଲା ଇଷ୍ଟେଟ୍‌ସର ଏମ୍‌ଡି ଓ ସିଇଓ ଶ୍ରୀ କେ ଟି ଜିତେନ୍ଦ୍ରନ୍ କହିଛନ୍ତି ଯେ, “ମୁମ୍ବାଇ ହେଉଛି ମେଟ୍ରୋପଲିଟାନ୍ ଅଂଚଳ, ବେଙ୍ଗାଲୁରୁ ଓ ଏନ୍‌ସିଆର୍ ବଜାରରେ ନିଜକୁ ପ୍ରତିଷ୍ଠିତ କରିବା ପରେ ବିର୍ଲା ଇଷ୍ଟେଟ୍‌ସ ଏକ ନୂଆ ଆକର୍ଷଣୀୟ ପର୍ଯ୍ୟାୟର ଯାତ୍ରାକୁ ପୁନେରେ ପ୍ରବେଶ କରିବା ସହ ଆରମ୍ଭ କରିଛି । ପୁନେ ହେଉଛି ଦେଶର ଅନ୍ୟତମ ସର୍ବବୃହତ ଆବାସିକ ବଜାର ଏବଂ ଏହି ଜମି ସହରର କେନ୍ଦ୍ର ସ୍ଥଳରେ ଅବସ୍ଥିତ ଥିବାରୁ ରାଜସ୍ୱର ବିପୁଳ ସମ୍ଭାବନା ରହିଛି । ଆମର ଲାଇଫ୍‌ଡିଜାଇନ୍‌ସ ଦର୍ଶନ ଅନୁସାରେ ଏକ ସହରାଚଂଳ ବ୍ୟବସ୍ଥା ବିକାଶ କରିବାକୁ ଆମେ ଲକ୍ଷ୍ୟ ରଖିଛୁ ଯାହା ଗ୍ରାହକମାନଙ୍କ ଉନ୍ନତ ଗୁଣାତ୍ମକ ଜୀବନ ଆବଶ୍ୟକତାକୁ ପୂରଣ କରିବ । ପୁନେରେ ପ୍ରବେଶ ଆମ ଅଭିବୃଦ୍ଧି ରଣନୀତି ଏବଂ ଦେଶର ଶ୍ରେଷ୍ଠ ଡେଭେଲପର ମଧ୍ୟରେ ଅନ୍ୟତମ ହେବାରେ ଆମ ଅଭିଳାଷର ଏକ ଅଂଶ ।’’
ସେଂଚୁରି ଟେକ୍ସଟାଇଲ୍‌ସ ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ସିଟିଆଇଏଲ୍‌)ର ଏକ ପ୍ରମୁଖ ଅଭିବୃଦ୍ଧି ଇଂଜିନ୍ ହେଉଛି ବିର୍ଲା ଇଷ୍ଟେଟ୍ ଯାହା ଦେଶର ପ୍ରମୁଖ ବଜାରଗୁଡ଼ିକରେ ବହୁ ପ୍ରକଳ୍ପ ବର୍ତମାନ ରହିଛି । ଏଥିରେ ରହିଛି ମୁମ୍ବାଇର ଅନ୍ୟତମ ପ୍ରିମିୟମ୍ ସ୍ଥାନ ୱର୍ଲିଂରେ ପ୍ରମୁଖ ବିର୍ଲା ନାୟାରା ପ୍ରକଳ୍ପ । ମୁମ୍ବାଇ ମେଟ୍ରୋପଲିଟାନ୍ ଅଂଚଳରେ ଏହା ଶ୍ରେଷ୍ଠ ବିକ୍ରି ହେଉଥିବା ଏକ ଆବାସିକ ପ୍ରକଳ୍ପ ଏବଂ ଶୁଭାରମ୍ଭର ବର୍ଷକ ଭିତରେ ୨୩୦୦ କୋଟି ଟଙ୍କାରୁ ଅଧିକ ବିକ୍ରି ଭଳି ଉଲ୍ଲେଖନୀୟ ସଫଳତା ହାସଲ କରିଛି ।

Share

Leave a Reply

Your email address will not be published. Required fields are marked *

2 × 4 =