କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲରେ ‘ଡାଏଲିସିସ୍ ୟୁନିଟ୍‌’ ଉଦ୍‌ଘାଟିତ

କଳିଙ୍ଗନଗର: କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲରେ ଟାଟା ଷ୍ଟିଲ୍ କଳିଙ୍ଗନଗରର ଉପସଭାପତି (ଅପରେସନ୍‌) ତଥା ମେଡିକା ଟିଏସ୍ ହସ୍ପିଟାଲ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦେଶକ ରାଜୀବ କୁମାର ଏକ ଅତ୍ୟାଧୁନିକ ‘ଡାଏଲିସିସ୍ ୟୁନିଟ୍‌’କୁ ମଙ୍ଗଳବାର ଦିନ ଉଦ୍‌ଘାଟନ କରିଛନ୍ତି ।

ନୂଆ ଡାଏଲିସିସ୍ ୟୁନିଟରେ ୨୦ଟି ମୋଟର ଚାଳିତ ଶଯ୍ୟା ଏବଂ ୧୪ଟି ହାଇ-ଏଣ୍ଡ ଡାଏଲିସିସ ମେସିନ ସହିତ ଡାକ୍ତରଙ୍କ ପରାମର୍ଶ କକ୍ଷ, ନର୍ସିଂ ଷ୍ଟେସନ, ଡାଏଲାଇଜର ୱାସିଂ ରୁମ୍‌, ଚେଞ୍ଜିଂ ରୁମ୍‌, ୱେଟିଂ ଏରିଆ ଏବଂ ରିଭର୍ସ ଓସ୍ମୋସିସ୍ ପ୍ଲାଂଟ ରହିଛି ।

ଉଦ୍‌ଘାଟନୀ ଉତ୍ସବରେ ଟାଟା ଷ୍ଟିଲ କଳିଙ୍ଗନଗରର କର୍ପୋରେଟ୍ ସର୍ଭିସେସ୍ ବିଭାଗର ମୁଖ୍ୟ ଦେବଦୂତ ମହାନ୍ତି, ମେଡିକା ଟିଏସ୍ ହସ୍ପିଟାଲ ପ୍ରାଇଭେଟ୍ ଲିମିଟେଡ୍‌ର ବରିଷ୍ଠ ସଦସ୍ୟ, ଡାକ୍ତର ଓ ସପୋର୍ଟ ଷ୍ଟାଫ୍ ଉପସ୍ଥିତ ଥିଲେ ।

ପୂର୍ବରୁ ହସ୍ପିଟାଲରେ ୯ଟି ଡାଏଲିସିସ୍ ୟୁନିଟ୍ ସହ ୯ଟି ଶଯ୍ୟାର ସୁବିଧା ଥିବା ବେଳେ ଶଯ୍ୟା ସଂଖ୍ୟା ୧୪କୁ ବୃଦ୍ଧି ପାଇଥିବାରୁ ଡାଏଲିସିସ୍ ପାଇଁ କଟକ ଓ ଭୁବନେଶ୍ୱର ଭଳି ଆଖପାଖ ସହରକୁ ଯିବାକୁ ପଡ଼ୁଥିବା ସ୍ଥାନୀୟ ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ‘ଡାଏଲିସିସ୍ ୟୁନିଟ୍‌\’ ଲାଭଦାୟକ ହେବ । ଏହି ୟୁନିଟ୍ କଳିଙ୍ଗନଗର ସମେତ ସୁକିନ୍ଦା, ବ୍ରାହ୍ମଣୀପାଳ, ଦାନଗଦୀ ଓ ଯାଜପୁର ଆଦି ଆଖପାଖ ଅଂଚଳର ବାସିନ୍ଦାଙ୍କ ଦୀର୍ଘଦିନର ଆବଶ୍ୟକତା ପୂରଣ କରିବ ।

କଳିଙ୍ଗନଗର ଶିଳ୍ପାଚଂଳରେ ଥିବା ଏହି ହସ୍ପିଟାଲ ୧୦୦ ଶଯ୍ୟା ବିଶିଷ୍ଟ ଯେଉଁଥିରେ ଡାଇଗ୍ନୋଷ୍ଟିକ୍‌, ଇଂଟେନ୍ସିଭ୍ କେୟାର ଏବଂ ଜରୁରୀକାଳୀନ ସେବା ରହିଛି । ହସ୍ପିଟାଲରେ ଜେନେରାଲ ମେଡିସିନ, ଜେନେରାଲ ସର୍ଜରୀ, ପେଡିଆଟ୍ରିକ୍ସ, ପ୍ରସୂତି ଓ ସ୍ତ୍ରୀ ରୋଗ, ଅସ୍ଥିଶଲ୍ୟ, ଜରୁରୀକାଳୀନ ମେଡିସିନ, ନ୍ୟୁରୋଲୋଜି, ନେଫ୍ରୋଲୋଜି, ଜିଆଇ ସର୍ଜରୀ, ଇଂଟେନ୍ସିଭ କେୟାର, ପ୍ଲାଷ୍ଟିକ ସର୍ଜରୀ, ବର୍ନ ୟୁନିଟ, ଡାଏଲିସିସ୍ ୟୁନିଟ୍‌, ୱାର୍ଡ (ଜେନେରାଲ, ସେମି ପ୍ରାଇଭେଟ ଓ ପ୍ରାଇଭେଟ), ଏସିଏଲଏସ ଆମ୍ବୁଲାନ୍ସ ସେବା, ଲାବୋରେଟୋରୀ ସେବା ଏବଂ ରେଡିଓଲୋଜି ସେବା ରହିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ ମେଡିକା ହସ୍ପିଟାଲ କଳିଙ୍ଗନଗର ଓ ଏହାର ଆଖପାଖ ଅଂଚଳରେ ରହୁଥିବା ଲୋକଙ୍କୁ ସୁଲଭ ମୂଲ୍ୟରେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛି ।

Share

Leave a Reply

Your email address will not be published. Required fields are marked *

nine + seventeen =