ବିଦ୍ୟୁତ ଚୋରି କେବଳ ବେଆଇନ ନୁହେଁ, ଆଇନ ପାଳନ କରୁଥିବା ଗ୍ରାହକଙ୍କ ଉପରେ ବର୍ଦ୍ଧିତ ଖର୍ଚ୍ଚ ଓ ଭରସାବିହୀନ ସେବାର ବୋଝ

ଭୁବନେଶ୍ୱର: ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଭିତିଭୂମି ବିକାଶ, ପ୍ରଯୁକ୍ତିରେ ଉନ୍ନତୀକରଣ ଓ ଗ୍ରାହକ ସେବାରେ ଉନ୍ନତି ଭଳି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଗ୍ରାହକମାନଙ୍କୁ ଭରସାଯୋଗ୍ୟ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣର ପ୍ରତିବଦ୍ଧତାକୁ ନେଇ ଟିପିସିଓଡିଏଲ୍ ପକ୍ଷରୁ ଭିତିଭୂମିରେ ଉଲ୍ଳେଖନୀୟ ନିବେଶ କରାଯାଇଛି । ମାତ୍ର ବିଦ୍ୟୁତ୍ ଚୋରି ଭଳି ଅନୈତିକ ଅଭ୍ୟାସ ପାଇଁ କଂପାନି ବିପୁଳ କ୍ଷତି ମଧ୍ୟ ସହୁଛି ।
ନିଷ୍ଠାପର ଗ୍ରାହକମାନଙ୍କ ସୁରକ୍ଷା ଓ ବେଆଇନ ହୁକ ପକାଇବା ହ୍ରାସ କରିବା ଲାଗି ଟିପିସିଓଡିଏଲ୍ ପକ୍ଷରୁ ବ୍ୟାପକ ଅଭିଯାନ ହାତକୁ ନିଆଯାଇଛି । ଏହି ଅଭିଯାନରେ ବେଆଇନ ସଂଯୋଗକୁ ଚିହ୍ନଟ କରି ତାହାକୁ କଟାଯାଉଛି ଯାହା ଫଳରେ ଯେଉଁମାନେ ବିଦ୍ୟୁତ୍ ବିଲ୍ ପଇଠ କରୁଛନ୍ତି ସେମାନଙ୍କ ପାଇଁ ବିଦ୍ୟୁତ୍ ଯୋଗାଣକୁ ସୁନିଶ୍ଚିତ କରାଯାଇପାରିଛି । ଏହି ଅଭିଯାନରେ ମିଟର ଯାଂଚ, ଓୟାରିଂ ଯାଂଚ ଭଳି ବହୁ ପଦକ୍ଷେପ ଗ୍ରହଣ କରାଯାଉଛି । ବିଦ୍ୟୁତ୍ ଚୋରିକୁ ନିରୁତ୍ସାହିତ କରିବା ଏବଂ ହାରାହାରି ବୈଷୟିକ ଓ ବାଣିଜ୍ୟିକ (ଏଟିଆଣ୍ଡସି) କ୍ଷତି କମ୍ କରିବା ଲାଗି ଦୋଷୀ ଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
ପୁରୀ ବିଦ୍ୟୁତ ଡିଭିଜନରେ ଏକ ଉଦ୍‌ବେଗଜନକ ଘଟଣାକ୍ରମେ ଟିପିସିଓଡିଏଲ୍‌ର ସତର୍କତା ପ୍ରବର୍ତନ ଦଳ ପକ୍ଷରୁ ହୋଟେଲ୍ ଓ ରିସୋର୍ଟରେ ହେଉଥିବା ବ୍ୟାପକ ବିଦ୍ୟୁତ୍ ଚୋରିର ପର୍ଦ୍ଦାଫାସ କରାଯାଇଛି । ଏହି ସଂସ୍ଥାଗୁଡ଼ିକ ବିରୋଧରେ ୧୮୫ କିଲୋୱାଟ୍‌ର ବିଦ୍ୟୁତ ଚୋରି ଅଭିଯୋଗ ରହିଛି । ନିୟମିତ ଯାଂଚ ବେଳେ ଏହି ବେଆଇନ କାର୍ଯ୍ୟକଳାପ ଧରାପଡ଼ିଥିଲା ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଉଦବେଗ ପ୍ରକାଶ ପାଇଛି । ୧୮୫ କିଲୋୱାଟ ଭଳି ବିପୁଳ ପରିମାଣର ବେଆଇନ ସଂଯୋଗର ପ୍ରଭାବରେ ପାଖାପାଖି ୧ କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଥିବା ଅନୁମାନ କରାଯାଉଛି ।
ଭାରତୀୟ ବିଦ୍ୟୁତ ନିୟମ ୨୦୦୩ ଅନୁସାରେ ‘ବିଦ୍ୟୁତ ଚୋରି’ ଭଳି କାର୍ଯ୍ୟକଳାପ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାହାର ମୁକାବିଲା କରିବା ଲାଗି ଟିପିସିଓଡିଏଲ୍ ସଂକଳ୍ପ ନେଇଛି । ଏହି ନିୟମର ଧାରା ୧୩୫ ରେ କଠୋର ଜରିମାନା ଏବଂ ଅଭ୍ୟାସଗତ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଜେଲ୍ ଦଣ୍ଡ ଭଳି ବ୍ୟବସ୍ଥା ରହିଛି ।
ଏହି ଅସୁରକ୍ଷିତ ଓ ଅନୈତିକ ଅଭ୍ୟାସ ବିରୋଧରେ ସଚେତନତା ବଢ଼ାଇବାକୁ ଟିପିସିଓଡିଏଲ୍ ଉଦ୍ୟମ କରୁଛି । ବିଦ୍ୟୁତ ଚୋରିଠାରୁ ଦୂରେଇ ରହିବା ଏବଂ ସେ ସମ୍ପର୍କରେ ତୁରନ୍ତ ସୂଚନା ଦେବା ଲାଗି ଲୋକମାନଙ୍କୁ ଆହ୍ୱାନ ଦିଆଯାଇଛି । ହ୍ୱାଟସ୍‌ଆପ୍ (୯୪୩୭୧୫୮୬୭୦), ଇମେଲ୍ (ରଦ୍ଭଲକ୍ଟକ୍ସମରଜ୍ଞରଦ୍ଭଗ୍ଧଅଗ୍ଧକ୍ଟ୍ରମରଦ୍ଭଗ୍ଧକ୍ସବକ୍ଷକ୍ଟୟସଗ୍ଦଷବ.ମକ୍ଟଜ୍ଞ) କିମ୍ବା ଟିପିସିଓଡିଏଲ୍ ମିତ୍ର ଆପ୍ ଜରିଆରେ ବିଦ୍ୟୁତ ଚୋରି ବିଷୟରେ ସୂଚନା ଦିଆଯାଇପାରିବ । ଅପରାଧର ଗମ୍ଭୀରତା ଅନୁସାରେ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Share

Leave a Reply

Your email address will not be published. Required fields are marked *

five + seven =