ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ ହେଲା ଆରଏସପି ନବୀକୃତ ବ୍ଲାଷ୍ଟ ଫର୍ଣ୍ଣେସ

ରାଉଲକେଲା () ମାନ୍ୟବର କେନ୍ଦ୍ର ଇସ୍ବାତ ମନ୍ତ୍ରୀ ଚୌଧରୀ ବୀରେନ୍ଦ୍ର ସିଂହ ଆଜି ରାଉରକେଲା ଇସ୍ପାତ କାରଖାନାର ନବୀକୃତ ଏକ ନମ୍ବର ବ୍ଲାଷ୍ଟ ଫର୍ଣ୍ଣେସ “ପାର୍ବତୀ’କୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ଉପସ୍ଥିତିରେ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତିା ଉଲ୍ଲେଖଯୋଗ୍ୟ ଯେ, ଏକ ନମ୍ବର ବ୍ଲାଷ୍ଟ ଫର୍ଣ୍ଣେସ-“ପାର୍ବତୀ’ ହେଉଛି ସେଲ୍‍ର ପ୍ରଥମ ବ୍ଲାଷ୍ଟ ଫର୍ଣ୍ଣେସ ଯାହାକୁ ୧୯୫୯ ମସିହା ଫେବୃୟାରୀ ୩ ତାରିଖରେ ଭାରତର ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲୋ ଏହି ବ୍ଲାଷ୍ଟ ଫର୍ଣ୍ଣେସକୁ ପୁନଃନିର୍ମାଣ ପାଇଁ ୨୦୧୩ ମସିହା ଅଗଷ୍ଟ ୬ ତାରିଖରୁ ବନ୍ଦ ରଖାଯାଇଥିଲା  । ଯଦିଓ ଏହା ପୁରୁଣା ଫାଉଣ୍ଡେସନ ଉପରେ ନିର୍ମିତ ହୋଇଛି, ଏହି ପୁନଃନିର୍ମିତ ଫର୍ଣ୍ଣେସର ଉତ୍ପାଦନ କ୍ଷମତା ବୃଦ୍ଧି ନିମନ୍ତେ ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗ କରାଯାଇଛି  । ଉକ୍ତ ପୁନଃନିର୍ମାଣ ଫଳରେ ଏହି ଫର୍ଣ୍ଣେସର ବାର୍ଷିକ ଉତ୍ପାଦନ କ୍ଷମତା ୦.୪୩୮ ନିୟୁତ ଟନ୍‍ରୁ ୧.୦୧୫ ନିୟୁତ ଟନ୍‍କୁ ବୃଦ୍ଧି ପାଇଛି  ।

ଏହି ଅବସରରେ ଇସ୍ପାତ ସଚିବ ଡକ୍ଟର ଅରୁଣା ଶର୍ମା, ଇସ୍ପାତ ମନ୍ତ୍ରଣାଳୟର ଅଫିସର ଅନ୍‍ ସ୍ପେଶାଲ ଡ୍ୟୁଟି, ବିନୟ କୁମାର, ଇସ୍ପାତ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପୁନିତ କାଂସାଲ, ଇସ୍ପାତ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସମୀର ଶୁକ୍ଲା ଓ ଅତିରିକ୍ତ ବ୍ୟକ୍ତିଗତ ସଚିବ ପରବିନ୍ଦର ସିଂହ, ସେଲ୍‍ ଅଧ୍ୟକ୍ଷ ପି.କେ.ସିଂହ, ସେଲ୍‍ର ପ୍ରକଳ୍ପ ଓ ବ୍ୟବସାୟ ଯୋଜନା ନିର୍ଦ୍ଦେଶକ ଡକ୍ଟର ଜି.ବିଶ୍ବକର୍ମା, ସେଲ୍‍ର କାର୍ମିକ ନିର୍ଦ୍ଦେଶକ ଅତୁଲ ଶ୍ରୀବାସ୍ତବ, ଆର୍‍ଏସ୍‍ପିର ସିଇଓ ଶ୍ରୀ ଅଶ୍ବିନୀ କୁମାରଙ୍କ ସମେତ ସେଲ୍‍ର ବହୁ ବରିଷ୍ଠ ଅଧିକାରୀ ଓ କାରଖାନାର ବହୁସଂଖ୍ୟକ କର୍ମଚାରୀ ଉପସ୍ଥିତ ଥିଲେ  । ପୂର୍ବରୁ ସେ ମଧ୍ୟ ଇସ୍ପାତ ଜେନେରାଲ ହସ୍ପିଟାଲ ଠାରେ ବର୍ଣ୍ଣ ଓ ପ୍ଲାଷ୍ଟିକ ସର୍ଜରୀ ବିଭାଗର ସୁପର ସ୍ପେସିଆଲିଟି ବ୍ଲକ୍‍ର ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲୋ ଏହି ୟୁନିଟ, ଉକ୍ତ ଅଂଚଳରେ ଏକ ଅନନ୍ୟ ୟୁନିଟ ରୂପେ ପରିଗଣିତ ହେବା ସହ କେବଳ ରାଉରକେଲାବାସୀ ନୁହନ୍ତି, ପରନ୍ତୁ ପଡୋଶୀ ଜିଲ୍ଲା ଓ ରାଜ୍ୟ ଗୁଡିକର ଜନସାଧାରଣଙ୍କ ଆବଶ୍ୟକତା ପୂରଣରେ ମଧ୍ୟ ସହାୟକ ହେବ  ।

Share

Leave a Reply

Your email address will not be published. Required fields are marked *

twenty − 11 =