ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ବର () ଶ୍ରୀ ଜଗନ୍ନାଥ ମନ୍ଦିରରେ ଅବ୍ୟବସ୍ଥା ଓ ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସମାଧାନର ନାଁ ନେଉନଥିବା ବେଳେ ଆଜି ହଠାତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ବଦଳାଇଛନ୍ତି ସରକାର । ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କୁ ହଟାଇ ତାଙ୍କ ସ୍ଥାନରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଶ୍ରୀମନ୍ଦିରରେ ଘଟୁଥିବା ଅବ୍ୟବସ୍ଥାର ସୁଧାର ନେଇ ଆଉ ପ୍ରଦୀପ ଜେନାଙ୍କ ଉପରେ ଭରସା କରିପାରୁନାହାଁନ୍ତି ସରକାର । ଆଉ ରଥଯାତ୍ରା ପୂର୍ବରୁ ଅଚାନକ ପ୍ରଦୀପ ଜେନାଙ୍କୁ ହଟାଇ ଦିଆଯିବାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାହିଁକି ତରବରିଆ ଭାବେ ପ୍ରଦୀପ ଜେନାଙ୍କୁ ହଟାଇ ଦିଆଗଲା? ସେବାୟତଙ୍କ ସହ ସମନ୍ବୟ ରକ୍ଷା କରି ରଥଯାତ୍ରା ପରିଚାଳନା କରିବାରେ ସେ ଅସମର୍ଥ ହେବେ ବୋଲି ସରକାର ଆଶଙ୍କା କରୁଥିଲେ କି ? କାରଣ ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ତାଙ୍କ ଉପରେ ଅଙ୍ଗୁଳି ଉଠିଥିଲା ।

ସେହିପରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ନେଇ ମଧ୍ୟ ବିବାଦ ଉପୁଜିଥିଲା । ଦାନ ଟଙ୍କାକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ତରବରିଆ ଭାବେ ଲାଗୁ କରିଥିବା ନେଇ ସେବାୟତମାନେ ଅଭିଯୋଗ କରିଆସୁଥିଲେ । ପୂର୍ବରୁ ଜଗମୋହନ ମରାମତି ପ୍ରସଙ୍ଗରେ ମଧ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଭୁଲ ଭାବେ କାର୍ଯ୍ୟକାରୀ କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା । ଶ୍ରୀମନ୍ଦିର ଗର୍ଭଗୃହକୁ ସେବାୟତଙ୍କ ସମ୍ପର୍କୀୟ ପ୍ରବେଶ କରିବା ନେଇ, ହାଇକୋର୍ଟ କୌଣସି ଟିପ୍ପଣୀ କରିନଥିବା କହିବା ପରେ ବିବାଦକୁ ଆସିଯାଇଥିଲେ ପ୍ରଦୀପ ଜେନା ।

Share

Leave a Reply

Your email address will not be published. Required fields are marked *

eleven − 1 =