୧୨ଟି ଜନଜାତିବହୁଳ ଜିଲ୍ଲାର ୪୦ ବ୍ଲକରେ କୃଷି ଉତ୍ପାଦନ କ୍ଲଷ୍ଟର

ଭୁବନେଶ୍ବର () : ବିଶ୍ବରେ ଘଟୁଥିବା ପରିବର୍ତ୍ତନ ଓ ବଜାରର ଆବଶ୍ୟକତା ଉପଲବ୍ଧ କରି କେଉଁ କୃଷି କାର୍ଯ୍ୟ କଲେ ଅଧିକ ଉପଯୁକ୍ତ ହେବ ସେ ବିଷୟରେ କୃଷକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି । ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ ଓ ଦୀର୍ଘ ମିଆଦି ଯୋଜନା ମାଧ୍ୟମରେ ବଜାରର ଚାହିଦା ଅନୁଯାୟୀ ଫଳ ଓ ପନିପରିବା ଚାଷ ବିଷୟରେ କୃଷକମାନଙ୍କ ଆଗ୍ରହୀ କରିବାକୁ ପଡ଼ିବ । କୃଷକମାନଙ୍କୁ କୃଷି କାର୍ଯ୍ୟ ନିମନ୍ତେ ଜ୍ଞାନକୌଶଳ ଓ ବଜାର ସୁବିଧା ଯୋଗାଇଦେବା ପାଇଁ ‘ଭାରତ ରୁରାଲ ଲାଇଭଲିହୁଡ଼ ଫାଉଣ୍ଡେସନ’ ଓ ‘ପ୍ରଦାନ’ ସହଯୋଗରେ କୃଷି ଉକ୍ସଊାଦନ କ୍ଲଷ୍ଟର ପ୍ରକଳ୍ପ ରାଜ୍ୟରେ କାର୍ଯ୍ୟକାରୀ କରାଯାଇଛି ଓ ଏହା ଦ୍ବାରା ୧ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ ବୋଲି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ପୂର୍ବାହ୍ନରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କୃଷି ଉକ୍ସଊାଦନ କ୍ଲଷ୍ଟର ପ୍ରକଳ୍ପ ପକ୍ଷରୁ ‘ଚାଷର ସମୃଦ୍ଧି ନିମନ୍ତେ ବଜାର ବ୍ୟବସ୍ଥାର ସୁଦୃଢ଼ୀକରଣ’ ଶୀର୍ଷକ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଏହି ପ୍ରକଳ୍ପରେ ଢିପ ଜମି ଥିବା ଜନଜାତିବହୁଳ ୧୨ଟି ପଛୁଆ ବ୍ଲକ୍‌ରେ କ୍ଲଷ୍ଟର ପ୍ରତିଷ୍ଠା କରାଯିବ । ଏହି ଯୋଜନାରେ ୪ ବର୍ଷରେ ମୋଟ ୪୦୧.୬ କୋଟି ଟଙ୍କା ବ୍ୟୟ କରାଯିବ । ଏହି ପ୍ରକଳ୍ପରେ ଫଳ ଓ ପନିପରିବା ଚାଷ କରିଥିବା କୃଷକମାନଙ୍କୁ ଆନୁଷଙ୍ଗିକ ବଜାର ସୁବିଧା ଯୋଗାଇ ଦିଆଯିବ । ପ୍ରକଳ୍ପର ସଫଳ ରୂପାୟନ ନିମନ୍ତେ ଉକ୍ସଊାଦିତ କୃଷି ଦ୍ରବ୍ୟକୁ ମୂଲ୍ୟଯୁକ୍ତ ଓ ପ୍ରାମାଣୀକରଣ କରାଯିବ ଯାହାଦ୍ବାରା କୃଷକମାନଙ୍କ ଆୟ ବହୁଗୁଣିତ ହୋଇପାରିବ ବୋଲି କୃଷି ମନ୍ତ୍ରୀ କହିଥିଲେ ।

ସୂଚନାଯୋଗ୍ୟ ଯେ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ‘ଭାରତ ରୁରାଲ୍‌ ଲଇଭ୍‌ଲିହୁଡ଼୍‌ ଫାଉଣ୍ଡେସନ୍‌’ ଓ ‘ପ୍ରଦାନ’ ମିଳିତ ଉଦ୍ୟମରେ କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପଟି ରାଜ୍ୟରେ କରାଯାଇଛି । ଏହି ଯୋଜନାରେ ୬୫୦ଟି ଉତ୍ପାଦକ ଗୋଷ୍ଠୀ ଓ ୩୦ଟି ଉତ୍ପାଦକ କମ୍ପାନୀ ଗଠନ କରାଯିବ । ଏହି ଉକ୍ସଊାଦକ ଗୋଷ୍ଠୀଗୁଡ଼ିକ ସମନ୍ବିତ ଓ ମିଳିତ ଭାବେ ଉଦ୍ୟାନ କୃଷିଭିତ୍ତିକ ଉତ୍ପାଦନ କରିବେ ।

ସେହିପରି ୭୫୦ ଜଣ ବଜାର ସଂଯୋଜକ କୃଷି ଉଦ୍ୟୋଗୀଙ୍କ ଦକ୍ଷତା ବୃଦ୍ଧି କରାଯିବ । ଜୈବିକ କୃଷିକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏହି ଯୋଜନା ଅନ୍ତର୍ଗତ ସ୍ଥାୟୀ ଭାବରେ ୪୦ ପ୍ରତିଶତ ଜମିରେ ବିନା କୀଟନାଶକ ଫସଲ ଉକ୍ସଊାଦନର ଲକ୍ଷ୍ୟ ରଖାଯାଇଛି । ଚାଷୀମାନଙ୍କ ଜୀବିକା ବୃଦ୍ଧି ନିମନ୍ତେ କ୍ଲଷ୍ଟରଗୁଡ଼ିକରେ ୪୦ ହଜାର ପରିବାରଙ୍କୁ ଆନୁଷଙ୍ଗିକ କୃଷି ଯଥା ଛେଳି, ମେଣ୍ଢା ଓ କୁକୁଡ଼ା ଆଦି ପାଳନ ପାଇଁ ସହାୟତା ପ୍ରଦାନ କରାଯିବ । ଜୀବିକା ବୃଦ୍ଧି ନିମନ୍ତେ ଓ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ୧୬ ହଜାର ଏକର ଜମିରେ ଜଳସେଚନ, ୮ ହଜାର ଏକର ଜମିରେ ଫଳ ଚାଷ, ୭୦ ହଜାର ଚାଷୀଙ୍କୁ କୃଷି ଯନ୍ତ୍ରପାତି ସୁବିଧା ଯୋଗାଇ ଦିଆଯିବ । ଏଥି ସହିତ କର୍ମଶାଳାର କୃଷି ଉକ୍ସଊାଦନ ବଜାରୀକରଣରେ ନିୟୋଜିତ ୧୦ ଗୋଟି ସଂସ୍ଥା ଯଥା ମଦର ଡାଏରୀ, ସେଫ୍‌ ହାରଭେଷ୍ଟ, ଏକେଏମ୍‌ ଗ୍ରୁପ, ଏନ୍‌ଇଏମ୍‌ଏଲ୍‌, ଏସ୍‌୪ ଏସ୍‌ ଟେକ୍‌ନୋଲୋଜିସ୍‌, ସମୁନ୍ନତି, କ୍ରପ୍‌ଇନ୍‌, ଆାରେଞ୍ଜ ଫ୍ରେସ୍‌, ଓଡିଶା ଅରଗାନିକ୍‌ ହବ୍‌ ଓ ଇଫ୍‌କୋ କିଶାନ୍‌ର ପ୍ରତିନିଧିଙ୍କ ଓ ୧୭ଟି ସ୍ବେଚ୍ଛାସେବୀ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

5 × four =