କ୍ରୋମାରେ ଆଇଫୋନ୍ ୧୫ ସିରିଜ୍‌ର ପ୍ରି-ବୁକିଂର ଶୁଭାରମ୍ଭ, ଦାମ୍ ୭୯,୯୯୦ ଟଙ୍କାରୁ ଆରମ୍ଭ

ଭୁବନେଶ୍ୱର: କ୍ରୋମା ଷ୍ଟୋର୍‌ରେ ଗ୍ରାହକମାନେ ୨୦୦୦ ଟଙ୍କା ଦେଇ ଆଇଫୋନ୍ ୧୫ ସିରିଜ୍‌ର ପ୍ରାକ୍‌-ବୁକିଂ ଓ ୨୪ ମାସ ପର୍ଯ୍ୟନ୍ତର ନୋ-କଷ୍ଟ ଇଏମ୍‌ଆଇ ସୁବିଧା ମଧ୍ୟ ପାଇପାରିବେ ଏବଂ ଡେଲିଭରି ଦିନ ପୁରା ପେମେଂଟ୍ ଦେଲେ ଅନ୍ୟାନ୍ୟ ସୁବିଧା ଓ ରିହାତି ମିଳିବ । ଚଳିତ ମାସ ୧୫ରୁ କ୍ରୋମା ଷ୍ଟୋର୍ ଓ କ୍ରୋମା ୱେବସାଇଟ୍ ଜରିଆରେ ଆଇଫୋନ୍ ୧୫ ସିରିଜ୍‌ର ପ୍ରାକ୍ ବୁକିଂ ଆରମ୍ଭ ହୋଇଯାଇଛି । ଚଳିତ ମାସ ୨୨ ତାରିଖରୁ କ୍ରୋମାରେ ନୂଆ ଆଇଫୋନ୍ ୧୫ ସିରିଜ୍‌, ଆପଲ୍ ୱାଚ୍ ସିରିଜ୍ ୯ ଏବଂ ଆପଲ୍ ୱାଚ୍ ଅଲ୍‌ଟ୍ରା ୨ ଉପଲବ୍ଧ ହେବ । ଗ୍ରାହକମାନେ ପ୍ରାକ୍‌-ବୁକିଂ କରିଥିବା ଉତ୍ପାଦକୁ ୨୦୨୩ ସେପ୍ଟେମ୍ବର ୨୨ରେ ପାଇବେ । ବିକ୍ରି ଦିନ ସକାଳ ୮ଟାରୁ କ୍ରୋମା ଷ୍ଟୋର ଖୋଲିବ ।
ମୁମ୍ବାଇ, ପୁନେ ଓ ସୁରଟର ଯେଉଁ ଗ୍ରାହକମାନେ ଚଳିତ ମାସ ୧୮ରୁ ୧୮ ଭିତରେ ଆଇଫୋନ୍ ୧୫ ସିରିଜ୍ ବୁକିଂ କରିିଥିବେ ସେମାନଙ୍କୁ କ୍ରୋମା କ୍ରୁଜ୍ କଂଟ୍ରୋଲ୍ ୪.୦ରେ କର୍ଡେଲିଆ କ୍ରୁଜ୍‌ର ଟିକଟ ଜିତିବାର ଜୀବନ କାଳରେ ଏକ ପ୍ରମୁଖ ସୁଯୋଗ ମିଳିବ । ଗ୍ରାହକମାନେ ୨୦୨୩ ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ ସମସ୍ତ ଷ୍ଟୋର୍ ଓ ୱେବସାଇଟ୍‌ରେ ପ୍ରାକ୍ ବୁକିଂ କରିପାରିବେ । କିଛି ସହରରେ କ୍ରୋମା ପକ୍ଷରୁ ଏକ୍ସପ୍ରେସ୍ ଡେଲିଭରି ସୁବିଧା ପ୍ରଦାନ କରାଯାଉଛି । ଗ୍ରାହକମାନେ ଏକ୍ସପ୍ରେସ୍ ଡେଲିଭରି ବିକଳ୍ପ ଚୟନ କରି ଆଇଫୋନ୍ ୧୫ ସିରିଜ୍‌, ଆପଲ୍ ୱାଚ୍ ସିରିଜ୍ ୯ ଏବଂ ଆପଲ୍ ୱାଚ୍ ଅଲ୍‌ଟ୍ରା ୨ର ପ୍ରାକ୍ ବୁକିଂ କରିପାରିବେ ।
ଆଇଫୋନ୍ ୧୫ ଓ ଆଇଫୋନ୍ ୧୫ ପ୍ଲସ୍ କଳା, ସବୁଜ, ଗୋଲାପୀ, ହଳଦିଆ ଓ ନୀଳ ରଙ୍ଗରେ ଉପଲବ୍ଧ ହୋଇଥିବା ବେଳେ ଆଇଫୋନ୍ ୧୫ ପ୍ରୋ ଏବଂ ପ୍ରୋ ମ୍ୟାକ୍ସ ସମ୍ପୂର୍ଣ୍ଣ ନୂଆ ଟାଇଟାନିୟମ ଫିନିସ୍‌ରେ ଉପଲବ୍ଧ ହୋଇଛି । ସବୁ ଭାରିଆଂଟ୍ ର ପ୍ରାକ୍‌-ବୁକିଂ ପାଇଁ କ୍ରୋମାରେ ସୁବିଧା ରହିଛି ।
ଆଇଫୋନ୍ ୧୫ ସିରିଜ୍‌ରେ ଥିବା ଫୋନ୍‌ଗୁଡ଼ିକର ମୂଲ୍ୟ ୭୯,୯୯୦ ଟଙ୍କାରୁ ଆରମ୍ଭ ହୋଇଛି । ଏହା ଉପରେ ବିଭିନ୍ନ ଫାଇନାନ୍ସ ସ୍କିମ୍ ରହିଥିବା ବେଳେ ଗ୍ରାହକମାନେ ୨୪ ମାସର ନୋ-କଷ୍ଟ ଇଏମ୍‌ଆଇ ସୁବିଧା ପାଇପାରିବେ । ବିଭିନ୍ନ ବ୍ୟାଙ୍କର କ୍ରେଡିଟ୍ ଓ ଡେବିଟ୍ କାର୍ଡରେ ସୁବିଧା, ୬୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଂଜ୍ ଲାଭ ଏବଂ ୫୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍ ମିଳିବ ।
ଗ୍ରାହକଙ୍କ ସପିଙ୍ଗ ଅନୁଭୂତିକୁ ବଢ଼ାଇବା ଲାଗି କ୍ରୋମା ପକ୍ଷରୁ ଆପଲ୍‌ର କେତେକ ଆସେସୋରି, ଆପଲ୍ କେୟାର, ପ୍ରୋଟେକ୍ଟ ପ୍ଲାନ୍ ଉପରେ ଫ୍ଲାଟ୍ ୧୦% ରିହାତି ପ୍ରଦାନ କରାଯାଉଛି । କ୍ରୋମା ଷ୍ଟୋର ଓ ୱେବସାଇଟ୍‌ରେ ଗ୍ରାହକମାନଙ୍କ ପାଇଁ ଆଇଫୋନ୍ ୧୫ ସିରିଜ୍ ଉପରେ ରହିଥିବା ଅଫର ଓ ଡିଲ୍‌ଗୁଡ଼ିକୁ ହାସଲ କରିବା ଲାଗ କଂପାନି ପକ୍ଷରୁ ଗ୍ରାହକମାନଙ୍କୁ ଆହ୍ୱାନ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

19 − 18 =