ଆରମ୍ଭ ହେଲା ଭୁବନେଶ୍ୱରରେ ସେରୋ ସର୍ଭିଲାନ୍ସ ସର୍ଭେ

ଭୁବନେଶ୍ୱର() କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ରାଜଧାନୀ ଭୁବନେଶ୍ୱରରେ ବି ସମ ଅବସ୍ଥା । ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ନେଉନାହିଁ । ଏହାରି ଭିତରେ ଏକ ବଡ଼ ଖବର ସାମାନକୁ ଆସିଛି । ତାହା ହେଲୋ ଭୁବନେଶ୍ୱରରେ ସେରୋ ସର୍ଭିଲାନ୍ସ ସର୍ଭେ ଆରମ୍ଭ ହୋଇଛି । ବିଭିନ୍ନ ୱାର୍ଡରେ ବୁଲି ବୁଲି ଲ୍ୟାବ ଅଧିକାରୀମାନେ ନମୁନା ସଂଗ୍ରହ କରୁଛନ୍ତି । ପ୍ରଥମ ପର୍ୟ୍ୟାୟରେ ୨୫୦୦ ଲୋକଙ୍କ ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି । ୪ ସପ୍ତାହ ପରେ ଦ୍ୱିତୀୟ ପର୍ୟ୍ୟାୟରେ ଆଉ ୨୫୦୦ ଲୋକଙ୍କ ଟେଷ୍ଟ କରାଯିବ । ୫ଟି କ୍ଲଷ୍ଟରରେ ଏହି ସେରୋ ସର୍ଭିଲାନ୍ସ ସର୍ଭେ ଆରମ୍ଭ ହୋଇଥିବା ଜଣାଯାଇଛି ।

Share

Leave a Reply

Your email address will not be published. Required fields are marked *

19 + sixteen =