ଅର୍ଥ ସମସ୍ୟାରେ ଦୂତୀ ଚାନ୍ଦ, ବିକିଦେବେ ବିଏମଡବ୍ଲୁ କାର୍

ତାଲାବନ୍ଦ ବେଳେ ଅର୍ଥ ସମସ୍ୟାରେ ଅଲମ୍ପିଆନ୍ ଆଥଲେଟ୍ ଦୂତୀ ଚାନ୍ଦ । ମାସିକ ଖର୍ଚ୍ଚ ସାଢେ ୩ ଲକ୍ଷ ଟଙ୍କା । ଏବେ କରୋନା ସଂକଟ ସମୟରେ କେହି ପ୍ରାୟୋଜକ ମିଳୁନଥିବାରୁ ଏହି ଖର୍ଚ୍ଚ ତାଙ୍କ ପାଇଁ କଷ୍ଟକର ହୋଇପଡିଛି । ତେଣୁ ତାଙ୍କ ଦାମିକିଆ ଗାଡି ବିଏମଡ଼ବ୍ଲୁକୁ ବିକ୍ରି କରିବାକୁ ଚାହୁଁଛନ୍ତି ଦୂତି । ୩୦ ଲକ୍ଷ ଟଙ୍କାର ବିଏଲଡବ୍ଲୁ ଗାଡିକୁ ୨୦ ଲକ୍ଷ ଟଙ୍କାରେ ବିକ୍ରି କରିବେ ବୋଲି ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି ଦୂତି ଚାନ୍ଦ୍ ।

କରୋନାକାଳରେ କେହି ପ୍ରାୟୋଜକ ତାଙ୍କୁ ସହାୟତା କରୁନାହାନ୍ତି । ବ୍ରାଣ୍ଡ ଏଣ୍ଡୋର୍ସମେଂଟ ପାଇଁ ୪ ଟି ଚୁକ୍ତି ଶେଷ ହୋଇଯାଇଥିବା ବେଳେ ପୁମା ସହ ହୋଇଥିବା ଚୁକ୍ତି ମଧ୍ୟ ଆଗାମୀ ଡିସେମ୍ବରରେ ଶେଷ ହୋଇଯିବ ।

ସେପଟେ ଆଗାମୀ ଅଲମ୍ପିକ୍ସ ପ୍ରସ୍ତୁତି ପାଇଁ ତାଙ୍କୁ ଅଧିକ ଅର୍ଥର ଆବଶ୍ୟକତା ରହିଛି । ପ୍ରଶିକ୍ଷଣ ଓ ପୁଷ୍ଟିକର ଖୋରାକ ବାବଦରେ ତାଙ୍କର ମାସକୁ ସାଢେ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା କହିଛନ୍ତି ଦୂତି ।

Share

Leave a Reply

Your email address will not be published. Required fields are marked *

1 × five =