ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ‘ସାପ ଆମର ବନ୍ଧୁ’ ଅଭିଯାନ ଆୟୋଜିତ

ସାପର ପରିବେଶଗତ ମହତ୍ୱ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତାର ପ୍ରସାର
କାର୍ଯ୍ୟକ୍ରମରେ ଚାଷୀ, ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ପଂଚାୟତିରାଜ ସଦସ୍ୟଙ୍କ ଯୋଗଦାନ
ଭୁବନେଶ୍ୱର: ଟାଟା ଷ୍ଟିଲ ମାଇନିଂ ପକ୍ଷରୁ ସାପ ସଂକ୍ରାନ୍ତୀୟ ଭ୍ରାନ୍ତ ଧାରଣ ଦୂର କରିବା ତଥା ସାପକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଗୁରୁବାର ଯାଜପୁର ଜିଲ୍ଲା ସ୍ଥିତ ସୁକିନ୍ଦା କ୍ରୋମାଇଟ୍ ଖଣିରେ ‘ସାପ ଆମର ବନ୍ଧୁ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ସାପ ସଂରକ୍ଷଣକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ବଢ଼ାଇବା ଏବଂ ମଣିଷ ଓ ସରୀସୃପ ଯେଭଳି ଏକସଙ୍ଗେ ବସବାସ କରିପାରିବେ ତାହାର ପ୍ରସାର କରିବା ।

ଏହି କାର୍ଯ୍ୟକ୍ରମରେ ସାପମାନଙ୍କର ପରିବେଶଗତ ମହତ୍ୱ ଓ ଏକ ସନ୍ତୁଳିତ ପରିବେଶକୁ ବଜାୟ ରଖିବାରେ ସେମାନଙ୍କ ମହତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । କାର୍ଯ୍ୟକ୍ରମରେ ସାପ ସଂରକ୍ଷଣର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଥିବା ବେଳେ ଜଙ୍ଗଲରେ କ୍‌ିମ୍ବା ବାସସ୍ଥାନ ଆଖପାଖରେ ସାପ ସହ ମୁହାଁମୁହିଁ ହେଲେ କ’ଣ ପଦକ୍ଷେପ ଗ୍ରହଣ କରିବାକୁ ହେବ ସେବିଷୟରେ ଲୋକମାନଙ୍କୁ ସଚେତନତା କରାଯାଇଥିଲା ।

ଭୁବନେଶ୍ୱରର ସ୍ୱେଚ୍ଛାସେବୀ ସଂଗଠନ “ସ୍ନେକ୍ ହେଲ୍‌ପଲାଇନ୍‌’ ସହଯୋଗିତାରେ ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମରେ କଂପାନିର କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟ, ସଫେଇ, ଉଦ୍ୟାନ କୃଷି ଓ ନିରାପତା ବିଭାଗର ଆଗ ଧାଡ଼ିର କର୍ମୀ ଏବଂ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଭଳି ଗୋଷ୍ଠୀ ସ୍ୱାସ୍ଥ୍ୟ ସଦସ୍ୟ, ସ୍ଥାନୀୟ ଚାଷୀ, ପଂଚାୟତିରାଜ ଅନୁଷ୍ଠାନର (ପିଆରଆଇ) ସଦସ୍ୟ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ସାପ ସଂକ୍ରାନ୍ତରେ ସଚେତନତାର ପ୍ରସାର କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ ।

ଓଡ଼ିଶାର ସର୍ପ ମାନବ ଭାବେ ପରିଚିତ ତଥା ସ୍ନେକ୍ ହେଲ୍‌ପଲାଇନ୍‌ର ସାଧାରଣ ସମ୍ପାଦକ ଓ ପ୍ରତିଷ୍ଠାତା ଶୁଭେନ୍ଦୁ ମଲ୍ଲିକ ଅଂଶଗ୍ରହଣକାରୀମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ସାପକୁ ନେଇ ଲୋକମାନଙ୍କ ମଧ୍ୟରେ ଯେଉଁ ମିଥ୍ୟା ଓ ଭ୍ରାନ୍ତଧାରଣା ରହିଛି ତାହାକୁ ସେ ଦୂର କରିବା ସହିତ ପ୍ରାକୃତିକ ପରିବେଶ ପ୍ରତି ସାପମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ଉପରେ ସେ ଆଲୋକପାତ କରିଥିଲେ । ସାପ ସହ ହଠାତ ମୁହାଁମୁହିଁ ହୋଇଗଲେ କ’ଣ କରିବେ, ସାପ ଧରାଳି ପେସାଦାରଙ୍କ ସହାୟତା ନେବାର ଗୁରୁତ୍ୱ ଏବଂ ସାପ ଦେଖିବା ମାତ୍ରେ ସେ ବିଷୟରେ ସଂପୃକ୍ତ କର୍ତୃପକ୍ଷଙ୍କୁ ଅବଗତ କରିବାର ଲାଭ ବିଷୟରେ ସେ ଆଲୋଚନା କରିଥିଲେ ।

ଏହି ଅବସରରେ ଟାଟା ଷ୍ଟିଲ୍ ମାଇନିଂର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା କହିଛନ୍ତି ଯେ, “ଜୈବବିବିଧତା ଓ ବନ୍ୟଜନ୍ତୁଙ୍କ ସୁରକ୍ଷାର ବିଷୟ ଉପରେ ଆମେ ସର୍ବଦା ଗୁରୁତ୍ୱ ଦେଉଥାଉ ବିଶ୍ୱାସ ରହିଛି । ‘ସାପ ଆମର ବନ୍ଧୁ’ କାର୍ଯ୍ୟକ୍ରମ ଜରିଆରେ ଏହି ଶାନ୍ତ ଓ ବିରଳ ପ୍ରଜାତିକୁ ଭଲ ଭାବେ ବୁଝିବା ଏବଂ ମଣିଷ ଓ ପ୍ରକୃତି ମଧ୍ୟରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ସୃଷ୍ଟି କରିବାକୁ ଆମେ ଲକ୍ଷ୍ୟ ରଖିଛୁ ।’’
ଏହି କାର୍ଯ୍ୟକ୍ରମ ହେଉଛି ଜୈବବିବିଧତାର ସଂରକ୍ଷଣ ଓ ପରିବେଶର ସୁରକ୍ଷା ପ୍ରତି ଟାଟା ଷ୍ଟିଲ୍ ମାଇନିଂର ପ୍ରତିବଦ୍ଧତାର ପ୍ରତିଫଳନ । ସାପ ଓ ସେମାନଙ୍କ ବାସସ୍ଥାନ ସମ୍ପର୍କରେ ଅଂଶଗ୍ରହଣକାରୀମାନଙ୍କ ବିଭିନ୍ନ ଚିନ୍ତା ଓ ପ୍ରଶ୍ନର ସମାଧାନ ଦିଗରେ ଏହା ଏକ ମଂଚ ଭାବେ କାର୍ଯ୍ୟ କରିଥିଲା । ଆଗାମୀ ଦିନରେ ଲୋକମାନଙ୍କୁ ନେଇ ନିୟମିତ ବ୍ୟବଧାନରେ ଏଭଳି କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ ବୋଲି କଂପାନି ପକ୍ଷରୁ କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

eighteen − 17 =