ଆଧାର ହାଉସିଂ ଫାଇନାନ୍ସ ଲିମିଟେଡ୍ ପକ୍ଷରୁ ଆଇପିଓ ପାଇଁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ଆଧାର ହାଉସିଂ ଫାଇନାନ୍ସ ଲିମିଟେଡ୍ ପକ୍ଷରୁ ୧୦୦୦ କୋଟି ଟଙ୍କାର ଇନିସିଆଲ ପବ୍ଲିକ୍ ଅଫର ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି । ଏଥିରେ ଅଫର ଫର୍ ସେଲ୍ ବିସିପି ଟପକୋ ୬ ପିଟିଇ ଲିମିଟେଡ୍ ପକ୍ଷରୁ ୪,୦୦୦ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରାଯିବ । ୨୦୧୯ ଜୁନ୍ ପରଠାରୁ ବିସିପି ଟପ୍‌କୋ ହେଉଛି ଏହାର ପ୍ରତିଷ୍ଠାତା । ଏହା ହେଉଛି ବ୍ଲାକଷ୍ଟୋନ୍ ଗ୍ରୁପର ସ୍ୱୀକୃତି ହାସଲ କରିଛି ।
ଏହି ଅଫରରରୁ ମିଳିବାକୁ ଥିବା ରାଶିକୁ କଂପାନି ଋଣ ପ୍ରଦାନ ପାଇଁ ଭବିଷ୍ୟତର ପୁଞ୍ଜି ଆବଶ୍ୟକତା ପୂରଣ କରିବା ଏବଂ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରିବ ।
କ୍ରିସିଲ ଅନୁଯାୟୀ, କମ୍ପାନି ହେଉଛି ଏକ ହାଉସିଂ ଫାଇନାନ୍ସ କମ୍ପାନି ଯାହା ଭାରତରେ ନିମ୍ନ ଆୟ ବାସଗୃହ ବର୍ଗ (୧.୫ ନିୟୁତ ଟଙ୍କାରୁ କମ୍‌) ଉପରେ ଧ୍ୟାନ ଦେଉଛି । ୨୦୨୪ ସେପ୍େଟମ୍ବର ୩୦ ଶେଷ ହୋଇଥିବା ଛଅ ମାସ ମଧ୍ୟରେ ଆମର ବିଶ୍ଳେଷଣ କରାଯାଇଥିବା ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଆମର ଏୟୁଏମ୍ ଏବଂ ସମୁଦାୟ ସମ୍ପତି ସର୍ବାଧିକ ଥିଲା । ଏହା ଆବାସିକ ସମ୍ପତି କ୍ରୟ ଏବଂ ନିର୍ମାଣ ପାଇଁ ଋଣ ସମେତ ବନ୍ଧକ ସମ୍ବନ୍ଧୀୟ ଋଣ, ଗୃହ ଉନ୍ନତି ଏବଂ ସମ୍ପ୍ରସାରଣ ଋଣ; ଏବଂ ବାଣିଜ୍ୟିକ ସମ୍ପତି ନିର୍ମାଣ ଏବଂ ଅଧିଗ୍ରହଣ ପାଇଁ ଋଣ ପ୍ରଦାନ କରୁଛି । ୨୦୨୩ ସେପ୍େଟମ୍ବର ୩୦ ସୁଦ୍ଧା ଏହାର ୯୧ଟି ସେଲ୍‌ସ ଅଫିସ ସମେତ ୪୭୧ଟି ଶାଖାର ବ୍ୟାପକ ନେଟୱାର୍କ ରହିଛି ।
କ୍ରିସିଲ ଅନୁସାରେ ଏହାର ସକ୍ରିୟ ଆକାଉଂଟ୍ ସଂଖ୍ୟା ୨୦୨୨-୨୩ ଆର୍ଥିକ ବର୍ଷରେ ସର୍ବାଧିକ ଥିଲା । କ୍ରିସିଲ ବିଶ୍ଳେଷଣ କରିଥିବା ପ୍ରତିଦ୍ୱନ୍ଦ୍ୱୀଙ୍କ ତୁଳନାରେ ଏହାର ଉପସ୍ଥିତି ୨୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ରହିଛି । କମ୍ପାନି ହେଉଛି ଏକ ଖୁଚୁରା କୈନ୍ଦ୍ରୀକ ହାଉସିଂ ଫାଇନାନ୍ସ ସଂସ୍ଥା ଯାହା ନିମ୍ନ ଆୟ ବର୍ଗ, ଅର୍ଥନୈତିକ ଦୁର୍ବଳ ଶ୍ରେଣୀ ଏବଂ ନିମ୍ନରୁ ମଧ୍ୟ ଆୟ ବର୍ଗର ଗ୍ରାହକଙ୍କ ଉପରେ ଧ୍ୟାନ ଦେଉଛି ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ସିଟିଗ୍ରୁପ୍ ଗ୍ଲୋବାଲ୍ ମାର୍କେଟ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, କୋଟାକ୍ ମହିନ୍ଦ୍ରା କ୍ୟାପିଟାଲ୍ କମ୍ପାନି ଲିମିଟେଡ୍‌, ନୋମୁରା ଫାଇନାନ୍ସିଆଲ୍ ଆଡଭାଇଜରି ଆଣ୍ଡ ୍ ସିକ୍ୟୁରିଟିଜ୍ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ ଏବଂ ଏସ୍ ବିଆଇ କ୍ୟାପିଟାଲ୍ ମାର୍କେଟ୍ସ୍ ଲିମିଟେଡ୍ ।

Share

Leave a Reply

Your email address will not be published. Required fields are marked *

five × 2 =