ହୋଣ୍ଡା ଇଣ୍ଡିଆ ଗ୍ରୁପ୍ କଂପାନି ପକ୍ଷରୁ ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋ ୨୦୨୪ ସୋ’ରେ ପ୍ରଯୁକ୍ତି ଉତ୍କର୍ଷ ପ୍ରଦର୍ଶିତ

ଭୁବନେଶ୍ୱର: ଫେବ୍ରୁଆରି ୧ରୁ ୩ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଅନୁଷ୍ଠିତ ହେଉଥିବା ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋ ୨୦୨୪ରେ ହୋଣ୍ଡା ଇଣ୍ଡିଆ ଗ୍ରୁପ୍ କଂପାନିଗୁଡ଼ିକ ସେମାନଙ୍କ ଉନ୍ନତ ପ୍ରଯୁକ୍ତିଯୁକ୍ତ ଉତ୍ପାଦ ଓ ଉତ୍କର୍ଷକୁ ପ୍ରଦର୍ଶିତ କରିଛନ୍ତି । ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚଏମଏସଆଇ), ହୋଣ୍ଡା ପାୱାର ପ୍ୟାକ୍ ଏନର୍ଜି ଇଣ୍ଡିଆ (ଏଚଇଆଇଡି), ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍ (ଏଚ୍‌ସିଆଇଏଲ୍‌), ହୋଣ୍ଡା ଇଣ୍ଡିଆ ପାୱାର ପ୍ରଡକ୍ଟସ୍ (ଏଚ୍‌ଆଇପିପି) ପକ୍ଷରୁ ଉତ୍ପାଦଗୁଡ଼ିକୁ ପ୍ରଦର୍ଶିତ କରାଯାଇଛି ।
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ସ୍ୱତନ୍ତ୍ର ଭାବେ ଭାରତ ବଜାର ଲାଗି ପ୍ରସ୍ତୁତ କରାଯାଇଥିବା କମ୍ପାନିର ପ୍ରଥମ ଫ୍ଲେକ୍ସ ଫୁଏଲ୍ ମୋଟରସାଇକଲ୍ ଉପସ୍ଥାପନ କରାଯାଇଛି । ଉତ୍ପାଦନ ପୂର୍ବ ପର୍ଯ୍ୟାୟରେ ଥିବା ଏହି ମୋଟରସାଇକଲ୍‌ରେ ଫ୍ଲେକ୍ସକ୍ଟକ୍ ପ୍ରଯୁକ୍ତି ବ୍ୟବହାର କରାଯାଇଛି । ଏହା ପେଟ୍ରୋଲ୍ ଓ ଇଥାନଲ୍‌ର ମିଶ୍ରଣକୁ ବ୍ୟବହାର କରି ଆଗକୁ ବଢ଼ିବ, ଯାହା ଫଳରେ ପରିବେଶ ଉପରେ ପ୍ରଭାବ ହ୍ରାସ ପାଇବ । ଏଥିରେ ଏକ ୨୯୩.୫୨ ସିସି, ସିଙ୍ଗଲ ସିଲିଣ୍ଡର, ଏୟାର କୁଲ୍‌ଡ ଇଞ୍ଜିନ ରହିବ ଯାହା ଇ୮୫ ଫୁଏଲ୍ ନିୟମକୁ ପାଳନ କରୁଛି । ଅର୍ଥାତ ଏହା ୮୫ ପ୍ରତିଶତ ଇଥାନଲ୍ ଓ ୧୫ ପ୍ରତିଶତ ପେଟ୍ରୋଲ୍‌ରେ ଚାଲିପାରିବ । ବ୍ରାଜିଲ୍‌ରେ ଏହାକୁ ୭୦ ଲକ୍ଷରୁ ଅଧିକ ଗ୍ରାହକ ବ୍ୟବହାର କରୁଛନ୍ତି ।
ହୋଣ୍ଡା ପାୱାର ପ୍ୟାକ୍ ଏନର୍ଜି ଇଣ୍ଡିଆ ପକ୍ଷରୁ ହୋଣ୍ଡା ଇ-ସ୍ୱାପ୍‌କୁ ପ୍ରଦର୍ଶିତ କରାଯିବ । ଇଲେକ୍ଟ୍ରିକ୍ ଦୁଇଚକିଆ ଓ ନିତି ଚକିଆ ଯାନ ପାଇଁ ଏହା ଏକ ଅଭିନବ ବ୍ୟାଟେରି ସେୟାରିଂ ପ୍ରଯୁକ୍ତି । ଭାରତରେ ଇଲେକ୍ଟ୍ରିକ୍ ଯାନ ଗ୍ରହଣୀୟତା ବଢ଼ାଇବାରେ ଏହା ସହାୟକ ହେବ । ବେଙ୍ଗାଲୁରୁରେ ଏକ ହୋଣ୍ଡା ଇ-ସ୍ୱାପ୍ ଷ୍ଟେସନ ସ୍ଥାପନ କରାଯାଇଛି । ହୋଣ୍ଡାର ଉନ୍ନତ ବ୍ୟାଟେରି ପ୍ରଯୁକ୍ତି ବ୍ୟହବାର କରିବାକୁ ଚାହୁଥିବା ଓଇଏମ୍‌ଗୁଡ଼ିକ ସହିତ ମିଶି ମଧ୍ୟ କମ୍ପାନି କାମ କରୁଛି ।
ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ହୋଣ୍ଡା ସିଟି ଇ: ଏଚ୍‌ଇଭି ଓ ହୋଣ୍ଡା ଏଲିଭେଟ୍‌କୁ ଉନ୍ମୋଚନ କରାଯିବ । ହୋଣ୍ଡା ସିଟି ଇ:ଏଚ୍‌ଇଭିରେ ସ୍ୱୟଂ ଚାର୍ଜିଂ ପ୍ରଯୁକ୍ତି ଓ ଦୁଇ ମୋଟର ବିଶିଷ୍ଟ ହାଇବ୍ରିଡ୍ ବ୍ୟବସ୍ଥା ରହିଛି । ଇଭି ଡ୍ରାଇଭ୍ ମୋଡ୍‌, ହାଇବ୍ରିଡ୍ ଡ୍ରାଇଭ୍ ମୋଡ୍ ଓ ଇଞ୍ଜିନ ଡ୍ରାଇଭ୍ ମୋଡ୍ ଭଳି ତିନିଟି ମୋଡ୍ ଏଥିରେ ରହିବ । କମ୍ପାନିର ଉଭୟ ମଡେଲ୍‌ରେ ହୋଣ୍ଡାର ଉନ୍ନତ ସୁରକ୍ଷା ପ୍ରଯୁକ୍ତି “ହୋଣ୍ଡା ସେନ୍‌ସିଂ” ରହିବ ।
ହୋଣ୍ଡା ଇଣ୍ଡିଆ ପାୱାର ପ୍ରଡକ୍ଟସ୍ ପକ୍ଷରୁ ଲାଇ-ଆୟ ବ୍ୟାଟେରି ଥିବା ଲନ୍ ଓ ଗାର୍ଡେନ୍ ଉପକରର ଯଥା ରୋବୋଟିକ୍ ଲନ୍‌ମୋଅର, ହାତରେ ଧରି ହେଉଥିବା ଗ୍ରାସ ଟ୍ରିମର, ହେଜ୍ ଟ୍ରିମର, ବ୍ଲୋୟରକୁ ଉନ୍ମୋଚନ କରାଯିବ । କଂପାନି ବାୟୋଫୁଏଲ୍‌ରେ ଚାଲିପାରୁଥିବା ୪ ଷ୍ଟ୍ରୋକ୍ ହୋଣ୍ଡା ମାରିନ୍ ମଡେଲ୍ ବିଏଫ୍ ୨୦କୁ ଉନ୍ମୋଚନ କରିବ ।

Share

Leave a Reply

Your email address will not be published. Required fields are marked *

three × four =