ସୋନି ଇଣ୍ଡିଆ ପକ୍ଷରୁ ନୂଆ ବ୍ରାଭିଆ ଏକ୍ସ୮୦ଏଲ୍ ସିରିଜ୍ ଟିଭି ଉନ୍ମୋଚିତ

ନୂଆଦିଲ୍ଲୀ: ଉତ୍କୃଷ୍ଟ ଛବି ମାନ ଓ ଆକର୍ଷଣୀୟ ସାଉଣ୍ଡ୍ ଦକ୍ଷତା ସହ ସୋନି ଇଣ୍ଡିଆ ପକ୍ଷରୁ ନୂଆ ବ୍ରାଭିଆ ଏକ୍ସ୮୦ଏଲ୍ ଟେଲିଭିଜନ ସିରିଜ୍‌କୁ ଉନ୍ମୋଚନ କରାଯାଇଛି । ଏହି ନୂଆ ସିରିଜ୍‌ରେ ଥିବା ଟିଭି ଛବି ଓ ସାଉଣ୍ଡ୍‌କୁ ଏକ ଅଲଗା ସ୍ତରକୁ ଆଣାଯାଇିଛି ଯାହା ଗୁଗୁଲ୍ ଟିଭିରେ ମନୋରଂଜନର ଦୁନିଆ ପ୍ରଦାନ କରି ଅସଲି ରଙ୍ଗକୁ ଟିଭି ପରଦା ଉପରକୁ ଆଣିପାରିଛି । ସୋନିର ଏହି ନୂଆ ଟିଭି ୮୫, ୫୦ ଓ ୪୩ ଇଂଚ୍‌ରେ ଉପଲବ୍ଧ ରହିଛିି ।
ଏଥିରେ ରହିଛି ଏକ୍ସ୧ ୪କେ ଏଚ୍‌ଡିଆର୍ ପିକ୍‌ଚର୍ ପ୍ରୋସେସର ଯାହା ପରଦାରେ ଥିବା ପ୍ରତିଟି ଛବିର କଂଟ୍ରାଷ୍ଟ୍‌କୁ ସ୍ୱତନ୍ତ୍ର ଭାବେ ବଦଳାଇ ଏକ ଭିନ୍ନ ଟିଭି ଦେଖିବା ଅନୁଭୂତି ପ୍ରଦାନ କରୁଛି । ଏହାର ଟ୍ରିଲୁମିନସ୍ ପ୍ରୋ ଡିସ୍‌ପ୍ଲେ ଜୀବନ୍ତ ରଙ୍ଗ ଭଳି ଅନୁଭବ ପ୍ରଦାନ କରୁଛି । ପରଦାର ପ୍ରତିଟି ବିବରଣୀକୁ ସ୍ପଷ୍ଟ ଭାବେ ଦେଖିହେଉଛି । ଡଲ୍‌ବି ଭିଜନ୍ ଓ ଡଲ୍‌ବି ଆଟ୍‌ମସ୍ ଜରିଆରେ ଗ୍ରାହକମାନେ ସିନେମାର ରୋମାଂଚକୁ ଉପଭୋଗ କରିପାରୁଛନ୍ତି । ସାଉଣ୍ଡ୍ ଯେଭଳି ଆକର୍ଷଣୀୟ ରହିବ ତାହାକୁ ନିଶ୍ଚିତ କରିବା ଲାଗି ଏଥିରେ ରହିଛି ଏକ୍ସ-ବାଲାନ୍‌ସଡ ସ୍ପିକର୍ । ସୋନି ଏକ୍ସ୮୦ଏଲ୍ ସିରିଜ୍‌ରେ ଗୁଗୁଲ୍ ଟିଭିର ଅନୁଭୁତି ନେଇହେବ ଯେଉଁଥିରେ ୧୦୦୦୦ରୁ ଅଧିକ ଆପ୍‌, ୭୦,୦୦୦ରୁ ଅଧିକ ସିନେମା ଓ ଟିଭି ସିରିଜ୍ ରହିଛି ।
ଏହା ଆପଲ୍ ଏୟାରପ୍ଲେ ଓ ହୋମ୍‌କିଟ୍‌ରେ ମଧ୍ୟ ଭଲ ଭାବେ କାର୍ଯ୍ୟ କରୁଛି । ହ୍ୟାଣ୍ଡ୍‌ସଫ୍ରି ଭଏସ୍ ସର୍ଚ୍ଚ ସୁବିଧା ଟିଭିକୁ ପରିଚାଳନା କରିବାକୁୁ ଆହୁରି ସହଜ କରିଛି । ଆପଣ ଦେଖିବାକୁ ଚାହୁଥିବା ସୋ’ ବିଷୟରେ ଟିଭି ସାମ୍ନାରେ କହିଲେ ତାହା ଟିଭି ପରଦାରେ ଆସିଯିବ । ଏଥିରେ ଥିବା ଗୁଗୁଲ୍ ଆସିଷ୍ଟାଂଟ୍ ଦ୍ୱାରା ତାହା ସମ୍ଭବ ହୋଇପାରିଛି ।
ସୋନିର ଏକ୍ସ୮୦ଏଲ୍ ଟିଭି ସିରିଜ୍‌ରେ ରହିଛି ବ୍ରାଭିଆ କୋର୍ ଓ ଆଇମ୍ୟାକ୍ସ୍ ଏନ୍‌ହାନ୍‌ସଡ୍ ଯାହା ସିନେମା ଦେଖିବାର ରୋମାଂଚକୁ ବଢ଼ାଇଥାଏ । ଗେମ୍ ଖେଳିବା ଲାଗି ମଧ୍ୟ ଏହା ଏକ ଉତ୍କୃଷ୍ଟ ଟିଭି । ଏଥିରେ ଥିବା ପିଏସ୍‌୫ ଗେମିଂ ଅନୁଭୂତିକୁୁ ବହୁଗୁଣିତ କରିଛି । ଏଥିରେ ଥିବା ଏଚ୍‌ଡିଏମ୍‌ଆଇ ୨.୧ ଅଟୋ ଲୋ ଲାଟେନ୍‌ସି ମୋଡ୍‌ର ଗେମିଂକୁ ସମର୍ଥନ କରୁଛି । ଟିଭିରେ ଗେମ୍ ମେନୁ, ବ୍ରାଭିଆ କ୍ୟାମ୍‌, ଲାଇଟ୍ ସେନ୍‌ସର, ଆକୋଷ୍ଟିକ୍ ଅଟୋ କାଲିବ୍ରେସନ୍ ପ୍ରଯୁକ୍ତି, ଏକ୍ସଆର୍ ପ୍ରୋଟେକ୍ସନ ପିଆର୍‌ଓ ଭଳି ସୁବିଧା ରହିଛି । ଲିଭିଂ ରୁମ୍‌କୁ ସୁହାଇବା ଭଳି ଟିଭିର ଡିଜାଇନ୍ ପ୍ରସ୍ତୁତ କରାଯାଇଛି ଏବଂ ଏହାର ଛଅ କି’ ବିଶିଷ୍ଟ ରିମୋଟ୍ ମଧ୍ୟ ବେଶ ଆକର୍ଷଣୀୟ । ପରିବେଶକୁ ନଜରରେ ରଖି କଂପାନି ଏହି ଟିଭି ସିରିଜ୍‌କୁ ପ୍ରସ୍ତୁତ କରିଛି ।
କେଡି ୪୩ଏକ୍ସ୮୦ଏଲ୍‌ର ଦାମ୍ ୯୯,୯୦୦ ଟଙ୍କା, କେଡି ୫୦ଏକ୍ସ୮୦ଏଲ୍‌ର ଦାମ୍ ୧,୧୪,୯୦୦ ଟଙ୍କା ରହିଛି । ଏହି ଦୁଇ ଟିଭି ୨୦୨୩ ଏପ୍ରିଲ୍ ୧୯ ରୁ ଉପଲବ୍ଧ ହେବ । କେଡି ୮୫ଏକ୍ସ୮୦ଏଲ୍‌ର ଦାମ୍ ଓ ଉପଲବ୍ଧତା ବିଷୟରେ ଆଗାମୀ ଦିନରେ ଘୋଷଣା ହେବ ।

Share

Leave a Reply

Your email address will not be published. Required fields are marked *

one × one =